ବଢିଲା ବୈଭବଙ୍କ ଅଡୁଆ: ଟିମ ଇଣ୍ଡିଆରୁ ପଡ଼ିବେ ବାଦ୍‌ ! ଆସିଲା ସାଂଘାତିକ ଖବର, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୨୩।୧୧: ଏସିଆ କପ ରାଇଜିଂ ଷ୍ଟାର୍ସରେ ଭାରତୀୟ ଦଳର ଆରମ୍ଭ ବିଶେଷ ଭଲ ରହିନାହିଁ। ନେପାଳ ବିପକ୍ଷ ପ୍ରଥମ ମ୍ୟାଚରେ ଟିମ ଇଣ୍ଡିଆ ସହଜ ବିଜୟ ହାସଲ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ପାକିସ୍ତାନଠାରୁ ୪୮ ରନରେ ପରାଜିତ ହୋଇଛି। ଏହି ମ୍ୟାଚରେ ଭାରତୀୟ ବ୍ୟାଟରମାନେ ନିରାଶ କରିଥିଲେ। ବିଶେଷ କରି ମଧ୍ୟକ୍ରମର ବ୍ୟାଟରମାନେ ରନ କରିବାରେ ବିଫଳ ହୋଇଥିଲେ। ସମସ୍ତଙ୍କ ନଜର ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ରହିଥିବା ବେଳେ ସେ ମଧ୍ୟ ନିରାଶ କରିଛନ୍ତି। ବୈଭବଙ୍କ ଫର୍ମକୁ ନେଇ ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଉଭୟ ମ୍ୟାଚରେ ତାଙ୍କ ବ୍ୟାଟରୁ ବଡ଼ ସ୍କୋର ଦେଖିବାକୁ ମିଳିନାହିଁ। ଏହା ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି।

ଚଳିତ ବର୍ଷ ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ବେଶ ଭଲ ରହିଥିଲା। ଆଇପିଏଲରେ ଚମତ୍କାର ପ୍ରଦର୍ଶନ କରିବା ପରେ ତାଙ୍କୁ ଏହାର ପୁରସ୍କାର ମିଳିଥିଲା। ଭାରତୀୟ ଟି-୨୦ ଦଳରେ ତାଙ୍କୁ ସ୍ଥାନ ମିଳିଥିଲା। ଇଂଲଣ୍ଡ ଗସ୍ତରେ ତାଙ୍କୁ ଅନ୍ତର୍ଜାତୀୟ ପଦାର୍ପଣର ସୁଯୋଗ ମଧ୍ୟ ମିଳିଥିଲା। ହେଲେ ଅଧିକାଂଶ ସମୟରେ ସେ ପ୍ଲେଇଂ ଇଲେଭେନରୁ ବାଦ୍‌ ପଡ଼ିଥିଲେ। ସଞ୍ଜୁ ସାମସନ ଓ ଅଭିଷେକ ଶର୍ମାଙ୍କ ଉପସ୍ଥିତି ଯୋଗୁ ତାଙ୍କୁ ବେଞ୍ଚ୍‌ରେ ବସିବାକୁ ପଡ଼ିଥିଲା। ଘରୋଇ ଟୁର୍ନାମେଣ୍ଟରେ ଭଲ ପ୍ରଦର୍ଶନ କରି ସେ ନିଜ ଦାବିଦାରୀ ମଜବୁତ କରିଥିଲେ। କିନ୍ତୁ ଏବେ ତାଙ୍କ ପ୍ରଦର୍ଶନ ନିରାଶଜନକ ରହିଛି। ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ବୈଭବ ଓପନର ଭାବେ ଖେଳୁଛନ୍ତି। ଅଭିଷେକ ଶର୍ମାଙ୍କ ସହ ଉଭୟ ମ୍ୟାଚରେ ସେ ଇନିଂସ ଓପନ କରିଥିଲେ। ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଆଶା କରାଯାଉଥିଲେ ମଧ୍ୟ ସେ ତାହା କରିବାରେ ବିଫଳ ହୋଇଛନ୍ତି। ଉଭୟ ମ୍ୟାଚ୍ରେ ତାଙ୍କ ପ୍ରଦର୍ଶନ ନିରାଶଜନକ ରହିଛି।

ନେପାଳ ବିପକ୍ଷରେ ବୈଭବ ମାତ୍ର ୨୬ ରନ କରି ଆଉଟ ହୋଇଥିଲେ। ଏହି ଇନିଂସରେ ତାଙ୍କ ବ୍ୟାଟିଂ ବେଶ୍‌ ଧିମା ରହିଥିଲା। ସେ କ୍ରିଜରେ ମଧ୍ୟ ସହଜ ଅନୁଭବ କରୁନଥିବା ଭଳି ଲାଗୁଥିଲା। ଅନ୍ୟପକ୍ଷରେ ପାକିସ୍ତାନ ଭାରତକୁ ୩୧୪ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ଏଭଳି ସ୍ଥିତିରେ ବୈଭବଙ୍କଠାରୁ ଏକ ଭଲ ଆରମ୍ଭ ଆଶା କରାଯାଉଥିଲା। କିନ୍ତୁ ସେ ପୁଣିଥରେ ନିରାଶ କରିଥିଲେ। ମାତ୍ର ୧୩ଟି ବଲରେ ୧୧ ରନ କରି ସେ ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଅଭିଷେକ ଶର୍ମା ବିସ୍ଫୋରକ ବ୍ୟାଟିଂ କରି ୭୦ ରନର ଇନିଂସ ଖେଳିଥିଲେ।

ଭାରତୀୟ ଟି-୨୦ ଦଳର ପ୍ଲେଇଂ ଇଲେଭେନରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ନିୟମିତ ସୁଯୋଗ ଦେବାକୁ ଦାବି ହୋଇଆସୁଛି। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ମଧ୍ୟ ଇଶାନ କିଶନ ଆହତ ହେବାରୁ ବୈଭବଙ୍କୁ ପ୍ଲେଇଂ ଇଲେଭେନରେ ସ୍ଥାନ ମିଳିଥିଲା। ତେବେ ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ପୂର୍ବରୁ ଓପନର ଭାବେ ଦଳରେ ରହିଛନ୍ତି।

କୋଚ ଗୌତମ ଗମ୍ଭୀର ଓ ଶ୍ରେୟସ ଆୟର ସ୍ପଷ୍ଟ କରିସାରିଛନ୍ତି ଯେ, ପ୍ରଥମେ ସଞ୍ଜୁ ଓ ଅଭିଷେକଙ୍କ ଯୋଡ଼ିକୁ ହିଁ ସୁଯୋଗ ଦିଆଯିବ। ଫଳରେ ବୈଭବଙ୍କୁ ବେଞ୍ଚ୍‌ରେ ବସିବାକୁ ପଡ଼ିଛି। ଏବେ ଯଦି ଏସିଆ କପ ରାଇଜିଂ ଷ୍ଟାର୍ସରେ ତାଙ୍କ ବ୍ୟାଟ ନ ଚାଲେ, ତେବେ ଭାରତୀୟ ଟି-୨୦ ସ୍କୱାଡ୍‌ରୁ ମଧ୍ୟ ତାଙ୍କୁ ବାଦ୍‌ ଦିଆଯାଇପାରେ।

ଏସିଆ କପ ରାଇଜିଂ ଷ୍ଟାର୍ସରେ ପାକିସ୍ତାନଠାରୁ ପରାଜୟ ପରେ ଭାରତୀୟ ଦଳକୁ ବଡ଼ ଝଟ୍‌କା ଲାଗିଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଭାରତକୁ ୟୁଏଇ (UAE) ବିପକ୍ଷରେ ଯେକୌଣସି ପରିସ୍ଥିତିରେ ବିଜୟୀ ହେବାକୁ ପଡ଼ିବ। ଅନ୍ୟପକ୍ଷରେ ପାକିସ୍ତାନ ଦୁଇଟି ମ୍ୟାଚ ଜିତି ସେମିଫାଇନାଲରେ ପ୍ରବେଶ କରିସାରିଛି।

Dharitri – Odisha’s No.1 Odia Daily

Share