Posted inଖେଳ

୨୧୧ ବଲ୍‌ରେ ୪୬୬ ରନ୍‌: ପୁଣି ବଡ଼ ରେକର୍ଡ କଲେ ଏହି ଯୁବ କ୍ରିକେଟର

ନୂଆଦିଲ୍ଲୀ,୨୮।୧୧: ଭାରତର ଉଦୀୟମାନ ଯୁବ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୫ରେ ସବୁଠାରୁ ଚର୍ଚ୍ଚିତ ଖେଳାଳି ଥିଲେ। ମାତ୍ର ୧୪ ବର୍ଷ ବୟସରେ, ସେ ଏପରି ପ୍ରଦର୍ଶନ କରିଥିଲେ ଯାହା କ୍ରିକେଟ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ତାଙ୍କର ଟି-୨୦ ରେକର୍ଡ ଜଣେ ବିସ୍ଫୋରକ ଅନ୍ତର୍ଜାତୀୟ ଖେଳାଳିଙ୍କ ତୁଳନାରେ କମ୍‌ ନୁହେଁ।

୪୬୬ରନ, ୪୪ଛକା, ୩୬ଚୌକା – ବୈଭବଙ୍କ ବିସ୍ଫୋରକ ରେକର୍ଡ ବୈଭବ ସୂର୍ଯ୍ୟବଂଶୀ କେବଳ ୧୧ ଟି -୨୦ମ୍ୟାଚ ଖେଳିଛନ୍ତି, କିନ୍ତୁ ଏହି ମ୍ୟାଚଗୁଡିକରେ ସେ ୨୧୧ ବଲରେ ୪୬୬ ରନ କରିଛନ୍ତି। ଏଥିରେ ୩୬ ଚୌକା ଏବଂ ୪୪ ଛକା ସାମିଲ। ୨୨୦.୮୫ର ଘାତକ ଷ୍ଟ୍ରାଇକ ରେଟ୍‌ରେ ବ୍ୟାଟିଂ କରିଛନ୍ତି। ଏହି ସଂଖ୍ୟାଗୁଡ଼ିକ ଦର୍ଶାଉଛି ଯେ ଯେତେବେଳେ ବି ବୈଭବ କ୍ରିଜରେ ଥାଆନ୍ତି, ମ୍ୟାଚ ଏକପାଖିଆ ହୋଇଯାଏ।

UAE ବିପକ୍ଷରେ ତାଙ୍କର ବିସ୍ଫୋରକ ଶତକ ମାତ୍ର ୩୨ ବଲରେ ଆସିଥିଲା। ଏହା ପରେ ସେ ୪୨ ବଲରୁ ୧୪୪ ରନ କରି ମ୍ୟାଚର ମୋଡ଼ ବଦଳାଇ ଦେଇଥିଲେ। ଏହି ଇନିଂସ ତାଙ୍କୁ ବିଶ୍ୱ କ୍ରିକେଟ ମାନଚିତ୍ରରେ ସ୍ଥାନ ଦେଇଥିଲା। ସେ ଟି-୨୦ ଫର୍ମାଟରେ ଦୁଇଟି ଶତକ ହାସଲ କରିଥିବା ସର୍ବକନିଷ୍ଠ ବ୍ୟାଟ୍ସମ୍ୟାନ ହୋଇଥିଲେ। ଏହି ରେକର୍ଡ ପୂର୍ବରୁ ଫ୍ରାନ୍ସର ଗୁସ୍ତାଭ ମ୍ୟାକନଙ୍କ ନାମରେ ଥିଲା, ଯିଏ ୧୮ ବର୍ଷ ବୟସରେ ଏହି ସଫଳତା ହାସଲ କରିଥିଲେ। ବୈଭବ ମାତ୍ର ୧୪ ବର୍ଷ ୨୩୨ ଦିନରେ ଏହାକୁ ଭାଙ୍ଗିଥିଲେ।

Dharitri – The Largest & Most Trusted Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରମାବାସୀଙ୍କ ବିରୋଧ

ବୁଗୁଡ଼ା,୨୦ା୧(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ୍‌ ଅନ୍ତରପଡ଼ା ପଞ୍ଚାୟତ ଅଧୀନ କନ୍ଧଚନ୍ଦନପେଡ଼ି ଗ୍ରାମରେ ଆମୋନିୟମ୍‌ ନାଇଟ୍ରେଟ୍‌ ଗୋଦାମ ଗୃହ ନିର୍ମାଣକୁ ଗ୍ରାମବାସୀ ବିରୋଧ କରିଛନ୍ତି।...

ବାଇକ୍‌  ଧକ୍କାରେ  ଚାଲିଗଲା ବୃଦ୍ଧଙ୍କ ଜୀବନ 

ମୋହନା,୨୦।୧( ମନ୍ମଥ ମିଶ୍ର ): ବାଇକ ଧକ୍କାରେ ବୃଦ୍ଧମୃତ। ମୃତ ବୃଦ୍ଧ ଜଣକ ହେଲେ ଆର.ଉଦୟଗିରି ଥାନା ନିସଂଗପୁର ଗ୍ରାମର ୭୦ ବର୍ଷୀୟ ସାରଥୀ ବେହେରଦଲାଇ।...

ତେଲଙ୍ଗାନାରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ

ଲାଠୋର,୨୦ା୧(ଭୁବନେଶ୍ୱର ବାରିକ)- ତେଲଙ୍ଗାନାକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ତୁରେକେଲା ଥାନା ଭାଲୁକୁନା ଗ୍ରାମର...

ଶତାଧିକ ଛତ୍ରୀଛାତ୍ର ଗାଇଲେ ବନ୍ଦେ ମାତରମ୍‌

କେସିଙ୍ଗା,୨୦ା୧ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସି ସ୍ତରୀୟ ବନ୍ଦେ ମାତରମ୍‌ ଗାନ କାର୍ଯ୍ୟକ୍ରମ ଅଧ୍ୟକ୍ଷ ନୃପରାଜ ଯାଦବଙ୍କ ଅଧ୍ୟକ୍ଷତାରେ ବିଦ୍ୟାପୀଠ ଖେଳ ପଡିଆଠାରେ...

ମୁଖ୍ୟ ଚିକିତ୍ସାଳୟ ପଛପଟେ ଯୁବକଙ୍କ ମୃତଦେହ , ହତ୍ୟା ନେଇ ବଢୁଛି ସନ୍ଦେହ

ବରଗଡ,୨୦।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଖେଦାପାଲିସ୍ଥିତ ଜିଲଖ ମୁଖ୍ୟ ଚିକିତ୍ସାଳୟ ପଛପଟେ ରହିଥିବା ଟୁକୁର୍ଲା ଜଳାଶୟରେ ମଙ୍ଗଳବାର ଜଣେ ଯୁବକଙ୍କ ମୃତଦେହ ଭାସୁଥିବା ଅବସ୍ଥାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri