ଆଜିଠୁ ବରଗଡ଼ରେ ଧାନକିଣା: ଧାନବିକ୍ରି ଟୋକନ୍ ଧର୍ମକୁ ଆଖିଠାର

ବରଗଡ଼,୨୮।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଶୁକ୍ରବାରରୁ ଧାନ ସଂଗ୍ରହ ପ୍ରକ୍ରିୟା ହେବ। ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲାରେ ପ୍ରଥମଥର ପାଇଁ ଧାନ ସଂଗ୍ରହ ପ୍ରକ୍ରିୟା ଏଭଳି ବିଳମ୍ବ ହୋଇଛି। ଏହାସତ୍ତ୍ୱେ ଏପର୍ଯ୍ୟନ୍ତ ଚାଷୀମାନଙ୍କୁ ଧାନବିକ୍ରି ଟୋକନ ମିଳିପାରି ନାହିଁ। ଏଥିରୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସରକାରୀ କଳର ଅବହେଳା ଏବଂ ଅପାରଗତା ପଦାରେ ପଡ଼ିଯାଇଛି। ଏହାକୁ ନେଇ ଜିଲାରେ ଚାଷୀ ଅସନ୍ତୋଷ ପୁଣି ତେଜି ଉଠିଛି। ଗୁରୁବାର ସଂଯୁକ୍ତ କୃଷକ ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଆଦିତ୍ୟ ଗୋୟଲଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଅତିରିକ୍ତ ଜିଲାପାଳ ମଧୁଛନ୍ଦା ସାହୁ ସ୍ମାରକପତ୍ର ଗ୍ରହଣ କରିଥିଲେ। ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କୁ ତୁରନ୍ତ ପଞ୍ଜୀକୃତ ସହିତ ଧାନକ୍ରୟ ବ୍ୟବସ୍ଥା କାର୍ଯ୍ୟକାରୀ କରା ନ ଗଲେ କୌଣସି ମୁହୂର୍ତ୍ତରେ ବଡ଼ ଧରଣର ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଯୁକ୍ତ କୃଷକ ସଂଗଠନ ଚେତାବନୀ ଦେଇଛି।
ସ୍ମାରକପତ୍ରରେ ଉଲ୍ଲେଖ ରହିଛି, ରାଜ୍ୟରେ ୨୦୦୩ରୁ ବିକେନ୍ଦ୍ରୀତ ଧାନ ସଂଗ୍ରହ ନୀତି କାର୍ଯ୍ୟକାରୀ ହେଉଛି। ଏହି ନୀତି, ନିୟମ ବଳରେ ସରକାର ଧାନ ସଂଗ୍ରହରେ ସ୍ବଚ୍ଛତା ଆଣିବା ପାଇଁ ମଣ୍ଡି, ଧାନକ୍ରୟ ସଂସ୍ଥା ଆଦି ବ୍ୟବସ୍ଥା କରିଛନ୍ତି। ମାତ୍ର ତାହା ଧର୍ମକୁ ଆଖିଠାର ଭଳି ହୋଇପଡ଼ିଛି। ଅପରପକ୍ଷେ ତ୍ରୁଟିପୂର୍ଣ୍ଣନୀତି ଯୋଗୁ ପ୍ରକୃତ ଚାଷୀ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡୁଛନ୍ତି। ସେହିପରି ସରକାରଙ୍କ ଧାନ ସଂଗ୍ରହ ନୀତି ଅନୁଯାୟୀ, ନଭେମ୍ବର ମାସ ୧ରୁ ମାର୍ଚ୍ଚ ମାସ ୩୧ ପର୍ଯ୍ୟନ୍ତ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିବା କଥା, ହେଲେ ତାକୁ କାର୍ଯ୍ୟକାରୀ କରା ନ ଯାଇ ଜାଣିଶୁଣି ବିଳମ୍ବ କରାଯାଉଛି ବୋଲି ସଂଯୁକ୍ତ କୃଷକ ସଂଗଠନ ଅଭିଯୋଗ କରିଛି। କେବଳ ସେତିକି ନୁହେଁ, ରାସାୟନିକ ସାର, ଉନ୍ନତମାନର ବିହନ ଏବଂ ଆଧୁନିକ ଜ୍ଞାନ କୌଶଳ ଯୋଗୁ ଜିଲାରେ ଧାନ ଉତ୍ପାଦନ ଦିନକୁ ଦିନ ବଢ଼ି ଚାଲିଛି। ମାତ୍ର ଧାନ ସଂଗ୍ରହ ପ୍ରକ୍ରିୟାରେ ଜଳସେଚିତ ଅଞ୍ଚଳରେ ଏକର ପ୍ରତି ୧୯କୁଇଣ୍ଟାଲ ଏବଂ ଅଣଜଳସେଚିତ ଅଞ୍ଚଳରେ ଏକର ପ୍ରତି ୧୩କୁଇଣ୍ଟାଲ ଧାନକିଣାରେ ସୀମିତ ରହିଛି। ଫଳରେ ଚାଷୀମାନେ ସେମାନଙ୍କ ବଳକା ଧାନ ବିକ୍ରି କରିବାରୁ ବଞ୍ଚିତ ହେଉଛନ୍ତି।
ତେବେ ଗୋଟିଏ ପଟେ ମଣ୍ଡି ଖୋଲିବା ବିଳମ୍ବ ଏବଂ ଅନ୍ୟପଟେ ଚାଷୀଙ୍କୁ ଧାନବିକ୍ରି ଟୋକନ ନ ମିଳିବାରୁ ଆରମ୍ଭରୁ ଅଡ଼ୁଆ ସ୍ଥିତି ଉପୁଜିଛି। ଚାଷୀମାନେ ବାଧ୍ୟ ହୋଇ ଅତାବିରା, ଗୋଡ଼ଭଗା, କଲାପାଣି ଭଳି କେତେକ ମଣ୍ଡିରେ ହଜାର ହଜାର ବସ୍ତା ଧାନ ବିକ୍ରି ପାଇଁ ପୂରାଇ ସାରିଲେଣି। କିନ୍ତୁ ଟୋକନ ମିଳି ନ ଥିବାରୁ ସେହି ଧାନ ମଣ୍ଡିରୁ କେବେ ଉଠିବ, ତାକୁ ନେଇ ମଧ୍ୟ ଅନିଶ୍ଚିତତା ଦେଖାଯାଇଛି। ସେହିପରି ବାରମ୍ବାର ଦାବି ସତ୍ତ୍ୱେ ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀମାନେ ଏପର୍ଯ୍ୟନ୍ତ ଧାନବିକ୍ରି ପାଇଁ ପଞ୍ଜୀକୃତ ହୋଇ ପାରି ନାହାନ୍ତି। ଅପରପକ୍ଷେ ବର୍ଷାଭୟ ଚାଷୀଙ୍କ ଚିନ୍ତାକୁ ବଢ଼ାଇ ଦେଇଛି। କ୍ଷେତ, ଖଳାର ଖୋଲା ଆକାଶତଳେ ଅମଳ ଧାନ ପଡ଼ି ରହିଛି। ଫଳରେ ବର୍ଷା ହେଲେ ସେହି ଧାନ ନଷ୍ଟ ହେବାର ଆଶଙ୍କା ଦେଖାଯାଇଛି। ଏଭଳି ସ୍ଥିତିରେ ଆରମ୍ଭରୁ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ବିତ କରା ନ ଗଲେ ଚାଷୀଙ୍କ ବ୍ୟାପକ କ୍ଷତି ହେବାର ସମ୍ଭାବନା ରହିଛି। ଫଳରେ ଧାନକିଣା ପାଇଁ ତ୍ୱରିତ୍‌ ପଦକ୍ଷେପ ନେବାକୁ ଦାବି ହୋଇଛି। ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଟା ଉପତ୍ନ୍ନ କୁମାର ଭୋଇ, ରମେଶ ମହାପାତ୍ରଙ୍କ ସମେତ ସୁଦାମ ପାତ୍ର, ସୁରେଶ ନେକାଣ୍ଟି, ଶଙ୍କର ଖମାରୀ, କାରଣ ସାହୁ, ଅଭିମନ୍ୟୁ ପ୍ରଧାନ ପ୍ରମୁଖ ସ୍ମାରକପତ୍ର ପ୍ରଦାନବେଳେ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?