Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶୋଚନୀୟ ପରାଜୟ ପରେ BCCI ର ବଡ ନିଷ୍ପତି

ଭୁବନେଶ୍ୱର,୨୮ା୧୧: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭାରତର ୦-୨ରେ ଶୋଚନୀୟ ପରାଜୟ ସତ୍ତ୍ୱେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ତିନି ଫର୍ମାଟ୍‌ରେ ନିଜ ଦାୟିତ୍ୱ ଜାରି ରଖିବେ। ଏ ନେଇ କୌଣସି ପରିବର୍ତ୍ତନ ଉପରେ ବିସିସିଆଇ ବିଚାର କରୁନାହିଁ ବୋଲି ସୂତ୍ରରୁ ଖବର ମିଳିଛି।

ଦକ୍ଷିଣ ଆଫ୍ରିକାଠାରୁ ଗୌହାଟୀରେ ଦ୍ୱିତୀୟ ଟେଷ୍ଟ୍‌ରେ ଭାରତ ୪୦୮ ରନ୍‌ରେ ଲଜ୍ଜାଜନକ ପରାଜୟ ବରଣ କରିଥିଲା, ଯାହାକି ରନ୍ ବ୍ୟବଧାନରେ ଏପର୍ଯ୍ୟନ୍ତ ଭାରତର ସବୁଠାରୁ ବଡ଼ ପରାଜୟ। ଏହା ଗୌତମ ଗମ୍ଭୀରଙ୍କ କୋଚିଂରେ ୧୬ ମାସ ମଧ୍ୟରେ ଦ୍ୱିତୀୟ ଘରୋଇ ଟେଷ୍ଟ ସିରିଜ୍ ପରାଜୟ। ଏହାପୂର୍ବରୁ ୨୦୨୪ ନଭେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ୦-୩ରେ ପରାଜିତ ହୋଇଥିଲା।

ବିସିସିଆଇର ଜଣେ ବରିଷ୍ଠ ସୂତ୍ରରୁ ଜଣାପଡିଛି, “ସେ ତିନୋଟି ଫର୍ମାଟରେ ମୁଖ୍ୟ କୋଚ୍ ହୋଇ ରହିବେ, କୌଣସି ନିଷ୍ପତ୍ତି ଉପରେ ବିଚାର କରାଯାଉ ନାହିଁ।” ବିସିସିଆଇ ଏହି ସମୟକୁ ଦଳ ପାଇଁ ଏକ ପରିବର୍ତ୍ତନକାରୀ ପର୍ଯ୍ୟାୟ ଭାବରେ ଦେଖୁଛି ଏବଂ ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଗମ୍ଭୀରଙ୍କ ଚୁକ୍ତି ଥିବାରୁ କୌଣସି ତରବରିଆ ନିଷ୍ପତ୍ତି ନେବାକୁ ଚାହୁଁନାହିଁ।

ଅନ୍ୟପକ୍ଷରେ, ଦଳର ଖରାପ ପ୍ରଦର୍ଶନକୁ ନେଇ କ୍ରିକେଟ୍ ପ୍ରଶଂସକମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଗୌହାଟୀ ଷ୍ଟାଡିୟମ୍ ବାହାରେ ସେମାନେ “ଗୌତମ ଗମ୍ଭୀର ହାଏ ହାଏ” ନାରା ଦେବାର ଶୁଣାଯାଇଥିଲା। ଗମ୍ଭୀରଙ୍କ ଟେଷ୍ଟ୍ ରେକର୍ଡ ଦୁର୍ବଳ ଥିବାବେଳେ ଦିନିକିଆ ଏବଂ ଟି ୨୦ ଫର୍ମାଟ୍‌ରେ ଭାରତର ପ୍ରଦର୍ଶନ ଭଲ ରହିଛି।

ଟେଷ୍ଟ୍ ସିରିଜ୍‌ରେ ପରାଜୟ ପରେ ଭାରତ ବର୍ତ୍ତମାନ ବିଶ୍ୱ ଟେଷ୍ଟ୍ ଚାମ୍ପିଅନସିପ୍ (WTC) ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନକୁ ଖସି ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ି ଆସିଲା କାଳବୈଶାଖୀ: କେଇ ମିନିଟରରେ ଛାରଖାର ହୋଇଗଲା ଜନତା ମଇଦାନ

ଭୁବନେଶ୍ବର,୬।୬: ରାଜଧାନୀ ଭୁବନେଶ୍ବରରେ ମାଡ଼ି ଆସିଲା କାଳବୈଶାଖୀ। କେଇ ମିନିଟର ଝଡତୋଫାନ ବର୍ଷାରେ ଛାରଖାର ହୋଇଗଲା ଜନତା ମଇଦାନ। ଜନତା ମଇଦାନରେ ଅନ୍ତର୍ଜାତୀୟ ଟ୍ରେଡ ଫେୟାର ପାଇଁ…

୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! IMDର ପୂର୍ବାନୁମାନ

ଭୁବନେଶ୍ୱର,୬।୬: ୮ ଦିନ ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ! ପ୍ରବଳ ଗରମ ଓ ଗୁଳୁଗୁଳିରୁ ଶୀଘ୍ର ମିଳିପାରେ ମୁକ୍ତି। ଆଗାମୀ ୬ରୁ ୮ ଦିନ ମଧ୍ୟରେ ଓଡ଼ିଶା…

ସୂର୍ଯ୍ୟକୁମାରଙ୍କୁ ବଦଳାଇ ଶ୍ରେୟସ ଆୟରଙ୍କୁ କାହିଁକି କରାଗଲା ଅଧିନାୟକ ପ୍ରକୃତ କାରଣ କହିଲେ ଅଜିତ ଅଗରକର

ନୂଆଦିଲ୍ଲୀ,୬।୬: ଶନିବାର ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ଗସ୍ତ ପାଇଁ ଭାରତର ଟି-୨୦ ଦଳ ଘୋଷଣା କରିଥିଲେ, ସେତେବେଳେ ତାଲିକାରୁ ଅଧିନାୟକ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଟିମ ଇଣ୍ଡିଆରେ କାହିଁକି ମିଳିଲା ସୁଯୋଗ? ଏମିତି କହିଲେ ଅଗରକର

ନୂଆଦିଲ୍ଲୀ,୬।୬: ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ଏବେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିବାକୁ ପ୍ରସ୍ତୁତ ଏବଂ ସେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବେ ବୋଲି ଚର୍ଚ୍ଚା ଯୋର…

ପାକିସ୍ତାନର ନୂଆ ଚାଲ୍‌: PoKରେ ନିର୍ବାଚନ କରିବାକୁ ଘୋଷଣା, ଭାରତ କହିଲା…

ନୂଆଦିଲ୍ଲୀ,୬।୬:ପାକିସ୍ତାନର ଗିଲଗିଟ-ବାଲ୍ଟିସ୍ତାନ ବିଧାନସଭା ପାଇଁ ନିର୍ବାଚନ ଆୟୋଜନ ଯୋଜନା କରୁଛି। ଏହି ଅଞ୍ଚଳଟି ପାକିସ୍ତାନ ଦ୍ୱାରା ଅବୈଧ ଏବଂ ବଳପୂର୍ବକ ଭାବରେ ଦଖଲ କରାଯାଇଥିବା ଭାରତୀୟ ଅଞ୍ଚଳ।…

କେବଳ ବୈଭବ ସୂର୍ଯ୍ୟବଂଶୀ ନୁହଁନ୍ତି; ଏହି ଖେଳାଳି ବି ପ୍ରଥମ ଥର ପାଇଁ ଭାରତର ଟି-୨୦ ଦଳରେ ସ୍ଥାନ ପାଇଛନ୍ତି

ନୂଆଦିଲ୍ଲୀ,୬।୬: ବୈଭବ ସୂର୍ଯ୍ୟବଂଶୀଙ୍କୁ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଚୟନ କରାଯାଇଛି। ଶନିବାର ବିସିସିଆଇ ଏହି ଦୁଇଟି ସିରିଜ ଏବଂ ଏସୀୟ କ୍ରୀଡା…

ଭାଙ୍ଗିଲା ତେନ୍ଦୁଲକରଙ୍କ ୩୭ ବର୍ଷର ରେକର୍ଡ, ସ୍କୁଲ ଯିବା ବୟସରେ ଟିମ ଇଣ୍ଡିଆରେ ଡେବ୍ୟୁକଲେ ବୈଭବ!

ନୂଆଦିଲ୍ଲୀ,୬।୬: ଆଜି ଅର୍ଥାତ୍‌ ଜୁନ ୬ ଶନିବାର ଭାରତୀୟ କ୍ରିକେଟ ଇତିହାସରେ ଏକ ନୂତନ ଅଧ୍ୟାୟ ଲେଖାଯାଇଛି। ମାତ୍ର ୧୫ ବର୍ଷ ବୟସର ବୈଭବ ସୂର୍ଯ୍ୟବଂଶୀଙ୍କୁ ଆଗାମୀ…

India T20I Squad: ଘୋଷଣା ହେଲା ଟି-୨୦ ପାଇଁ ଟିମ ଇଣ୍ଡିଆ; ଶ୍ରେୟସ ଆୟର ଅଧିନାୟକ, ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୬।୬: ବିସିସିଆଇ ଆୟରଲ୍ୟାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ସ୍ଥାନରେ ଶ୍ରେୟସ ଆୟରଙ୍କୁ ନୂତନ ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri