ଛକା ପରେ ଛକା ବର୍ଷା କଲେ ବୈଭବ, ମାତ୍ର ୧୬ ରନ୍‌ରେ କଲେ ଏତେ ରନ୍‌…ସବୁ ଖେଳାଳି ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ, ୨୪।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସ ୨୦୨୬ରେ ଏପର୍ଯ୍ୟନ୍ତ ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ନେପାଳ ଓ ପାକିସ୍ତାନ ବିପକ୍ଷରେ ସେ ନିରାଶ କରିଥିଲେ। ହେଲେ UAE ବିପକ୍ଷ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ନିଜ ବ୍ୟାଟିଂର ଜଲୱା ଦେଖାଇ ସମସ୍ତଙ୍କ ମନ ଜିଣିଛନ୍ତି ବୈଭବ।

ପ୍ରଥମ ଓଭରରେ ହିଁ ତିନୋଟି ଛକା ମାରି ନିଜ ଦମ ଦେଖାଇଥିଲେ ସେ। ମାତ୍ର ୧୬ଟି ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ମୋଟ ୮ଟି ଛକା ମାରି କେବଳ ବାଉଣ୍ଡରୀରୁ ୪୮ ରନ ସଂଗ୍ରହ କରିଥିଲେ। ଏହି ଇନିଂସ ସହ ପୁଣିଥରେ ଫର୍ମକୁ ଫେରିଛନ୍ତି ବୈଭବ।

ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ରେ ବୈଭବ ସୂର୍ଯ୍ୟବଂଶୀଙ୍କ ଆରମ୍ଭ ଆଦୌ ଭଲ ରହିନଥିଲା। ନେପାଳ ଓ ପାକିସ୍ତାନ ବିପକ୍ଷରେ ତାଙ୍କଠାରୁ ବଡ଼ ଇନିଂସର ଆଶା ରଖାଯାଇଥିଲେ ମଧ୍ୟ ସେ ନିରାଶ କରିଥିଲେ। ନେପାଳ ବିପକ୍ଷରେ ୨୬ ରନ କରି ସେ ପ୍ୟାଭିଲିୟନ ଫେରିଥିଲେ। ସେହିପରି ପାକିସ୍ତାନ ବିପକ୍ଷରେ ୧୩ଟି ବଲରେ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ।

ଏହି ମ୍ୟାଚରେ ପାକିସ୍ତାନ ଟିମ ଇଣ୍ଡିଆକୁ ୪୮ ରନରେ ପରାସ୍ତ କରିଥିଲା। ବୈଭବ ଭାରତକୁ ଭଲ ଆରମ୍ଭ ଦେବାରେ ବିଫଳ ହୋଇଥିଲେ। ଫଳରେ ତାଙ୍କ ଫର୍ମକୁ ନେଇ କ୍ରିକେଟପ୍ରେମୀଙ୍କ ଚିନ୍ତା ବଢ଼ିଥିଲା।

ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ର ଫାଇନାଲରେ ପହଞ୍ଚିବାକୁ ହେଲେ ଟିମ ଇଣ୍ଡିଆକୁ UAE ବିପକ୍ଷରେ ଯେକୌଣସି ପରିସ୍ଥିତିରେ ବିଜୟୀ ହେବା ଆବଶ୍ୟକ। ଏହି ମ୍ୟାଚରେ UAE ଭାରତ ଆଗରେ ୨୫୦ ରନର ଲକ୍ଷ୍ୟ ରଖିଥିଲା। ଏହାର ଜବାବରେ ଭାରତକୁ ଏକ ମଜବୁତ ଆରମ୍ଭର ଆବଶ୍ୟକତା ଥିଲା।

ଏଥର କିନ୍ତୁ ବୈଭବ କାହାକୁ ନିରାଶ କରିନଥିଲେ। ମାତ୍ର ୧୬ଟି ବଲରେ ଅର୍ଦ୍ଧଶତକ ହାସଲ କରି ସମାଲୋଚକଙ୍କୁ ଚୁପ୍‌ କରାଇଥିଲେ। UAE ବୋଲର୍ସଙ୍କ ଉପରେ ଜୋରଦାର ଆକ୍ରମଣ କରିଥିଲେ ସେ। ବଡ଼ ବଡ଼ ଛକା ମାରି ନିଜର ବ୍ୟାଟିଂ ଶକ୍ତି ଦେଖାଇଥିଲେ। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି UAE ଖେଳାଳିମାନେ ମଧ୍ୟ ଚକିତ ହୋଇଯାଇଥିଲେ।

Dharitri – Odisha’s No.1 Odia Daily

Share