Posted inଖେଳ

ବୈଭବଙ୍କ ବଡ଼ କାରନାମା: ନାଁରେ କଲେ ଏମିତି ରେକର୍ଡ ଯାହା ଇତିହାସରେ କେହି କରିନଥିଲେ!

ନୂଆଦିଲ୍ଲୀ, ୩୧।୮: ମାତ୍ର ୧୫ ବର୍ଷ ବୟସରେ ଭାରତୀୟ କ୍ରିକେଟରେ ଲଗାତାର ରେକର୍ଡ କରି ଚାଲିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏବେ ଦୁଲୀପ ଟ୍ରଫି ୨୦୨୬ର ସେମିଫାଇନାଲରେ ଆଉ ଏକ ବଡ଼ କୀର୍ତ୍ତି ହାସଲ କରିଛନ୍ତି ଏହି ଯୁବ ବ୍ୟାଟର। ସେ ଦୁଲୀପ ଟ୍ରଫି ଇତିହାସରେ ସବୁଠାରୁ କମ୍‌ ବୟସରେ ଅର୍ଦ୍ଧଶତକ ମାରିଥିବା ବ୍ୟାଟର ହୋଇଛନ୍ତି।

ସେଣ୍ଟ୍ରାଲ ଜୋନ ବିପକ୍ଷ ସେମିଫାଇନାଲରେ ବୈଭବ ଏହି ରେକର୍ଡ ନିଜ ନାଁରେ କରିଛନ୍ତି। ସେଣ୍ଟ୍ରାଲ ଜୋନର ପ୍ରଥମ ଇନିଂସ ୨୬୬ ରନରେ ସୀମିତ ରହିଥିଲା। ଏହାର ଜବାବରେ ଇଷ୍ଟ ଜୋନର ଇନିଂସ ସମୟରେ ବୈଭବ ବିସ୍ଫୋରକ ବ୍ୟାଟିଂ କରିଥିଲେ।
ମ୍ୟାଚର ଦ୍ୱିତୀୟ ଦିନରେ ବୈଭବ ମାତ୍ର ୪୨ଟି ବଲରେ ଛକା ମାରି ଅର୍ଦ୍ଧଶତକ ପୂରଣ କରିଥିଲେ। ଇନିଂସର ପ୍ରଥମ ୧୫ ଓଭର ମଧ୍ୟରେ ସେ ଫିଫ୍ଟି ପୂରଣ କରିଦେଇଥିଲେ।

ସାରାଂଶ ଜୈନଙ୍କ ବଲରେ ଛକା ମାରି ବୈଭବ ୪୨ ବଲରେ ଅର୍ଦ୍ଧଶତକ ପୂରଣ କରିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୧୫ ବର୍ଷ ୧୫୭ ଦିନ। ଏହା ସହିତ ସେ ଦୁଲୀପ ଟ୍ରଫିରେ ସବୁଠାରୁ କମ ବୟସରେ ଫିଫ୍ଟି ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି।

ବୈଭବ ଶତକ ହାସଲ କରିବାରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ସେ ୮୧ଟି ବଲରେ ୯୨ ରନ କରି ଆଉଟ ହୋଇଥିଲେ। ତାଙ୍କ ଇନିଂସରେ ୭ଟି ଚୌକା ଓ ୭ଟି ଛକା ସାମିଲ ଥିଲା। ଅର୍ଥାତ୍‌ ବୈଭବଙ୍କ ଇନିଂସ୍‌ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଚୌକା-ଛକାର ବର୍ଷା ଦେଖିବାକୁ ମିଳିଥିଲା।

ବୈଭବଙ୍କ ପୂର୍ବରୁ ଦୁଲୀପ ଟ୍ରଫିରେ ସବୁଠାରୁ କମ ବୟସରେ ଅର୍ଦ୍ଧଶତକ କରିଥିବା ବ୍ୟାଟର ଥିଲେ ଲକ୍ଷ୍ମଣ ସିଂହ। ସେ ୧୬ ବର୍ଷ ୨୩ ଦିନ ବୟସରେ ୧୯୬୯ରେ ଏହି କୀର୍ତ୍ତି ହାସଲ କରିଥିଲେ।
ଏବେ ବୈଭବ ତାଙ୍କ ରେକର୍ଡକୁ ପଛରେ ପକାଇ ଦେଇଛନ୍ତି। ପୀୟୂଷ ଚାୱଲା ମଧ୍ୟ ୧୬ ବର୍ଷ ୩୦୭ ଦିନ ବୟସରେ ଦୁଲୀପ ଟ୍ରଫିରେ ଫିଫ୍ଟି ମାରିଥିଲେ।

ଦଲୀପ ଟ୍ରଫିରେ ସବୁଠାରୁ କମ ବୟସରେ ଫିଫ୍ଟି
-୧୫ ବର୍ଷ ୧୫୭ ଦିନ ବୈଭବ ସୂର୍ଯ୍ୟବଂଶୀ
-୧୬ ବର୍ଷ ୨୩ ଦିନ ଲକ୍ଷ୍ମଣ ସିଂହ
-୧୬ ବର୍ଷ ୩୦୭ ଦିନ ପୀୟୂଷ ଚାୱଲା

ଏହି ରେକର୍ଡ ସହିତ ବୈଭବ ଦୁଲୀପ ଟ୍ରଫିରେ ୧୬ ବର୍ଷ ବୟସ ପୂର୍ବରୁ ଅର୍ଦ୍ଧଶତକ ହାସଲ କରିଥିବା ପ୍ରଥମ ବ୍ୟାଟର ହୋଇଛନ୍ତି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ବସ୍‌ରେ ଖୋଲାମେଲାରେ ଯାତାୟାତ କରୁଛନ୍ତି ଯାତ୍ରୀ: ଅଭିଯୋଗ ଆଣିଲେ ଯୁବ ସମାଜସେବୀ

ଦାରିଙ୍ଗବାଡି, ୩୧।୮(ଅରୁଣ ସାହୁ):ଗଞ୍ଜାମର ବ୍ରହ୍ମପୁରରୁ କନ୍ଧମାଳ ଜିଲା ବାଲିଗୁଡାକୁ ଦାରିଙ୍ଗବାଡି ଦେଇ ସରକାରୀ ବସ ଚଳାଚଳ କରୁଛି। ଏହି ଯାତ୍ରୀବାହୀ ବସର ଡୋର ଗ୍ଲାସଟି ଭାଙ୍ଗି ଯାଇଥିବାରୁ…

ଧୋନୀ ମାଗୁଛନ୍ତି ୨୫% ଅଂଶଧନ! ଏମିତି ଜବାବ ଦେଲା CSK

ନୂଆଦିଲ୍ଲୀ,୩୧।୮: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଥିବା ସମ୍ପର୍କକୁ ଆଇପିଏଲର ସବୁଠାରୁ ସ୍ବତନ୍ତ୍ର ସମ୍ପର୍କ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ। ଧୋନୀଙ୍କ…

ମଙ୍ଗଳଙ୍କ ନକ୍ଷତ୍ର ପରିବର୍ତ୍ତନ: ସେପ୍ଟେମ୍ବର ପ୍ରଥମରୁ ଏହି ୩ ରାଶିଙ୍କ ସୁବର୍ଣ୍ଣ ଦିନ ଆରମ୍ଭ! ମନଚାହାଁ ଫଳ ମିଳିବ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଗୋଚର ଏବଂ ନକ୍ଷତ୍ର ପରିବର୍ତ୍ତନକୁ ବେଶ ଗୁରୁତ୍ୱ ଦିଆଯାଏ। ଆସନ୍ତା ୨ ସେପ୍ଟେମ୍ବର ୨୦୨୬, ଦିନ ୧ଟା ୨୫ ମିନିଟରେ ମଙ୍ଗଳ ପୁନର୍ବସୁ…

ଟିଚ୍‌ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର…

୫ ବର୍ଷ ପରେ ଟିମ୍‌ଇଣ୍ଡିଆକୁ ଫେରିପାରନ୍ତି ଏହି ୩୫ ବର୍ଷୀୟ ବୋଲର୍‌: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୯।୮: ଗତ ପାଞ୍ଚ ବର୍ଷ ଧରି ଭାରତୀୟ ଦଳରୁ ବାହାରେ ଥିବା କୃଣାଲ ପାଣ୍ଡ୍ୟା ପୁଣି ଦଳକୁ ଫେରିପାରନ୍ତି। ଦଳ ପରିଚାଳନା ନିୟମିତ ଭାବରେ ନୂତନ ଖେଳାଳିଙ୍କ…

୧୫ ବର୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ୭ଟି ବଡ଼ ରେକର୍ଡ: ଭାଙ୍ଗିବା ପ୍ରାୟ ଅସମ୍ଭବ! ବଡ଼ ବଡ଼ କ୍ରିକେଟର ଫଡିବେ ଫିକା

ନୂଆଦିଲ୍ଲୀ,୩୧।୮: ବୟସ ମାତ୍ର ୧୫ ବର୍ଷ। କିନ୍ତୁ କ୍ରିକେଟ ମଇଦାନରେ ରେକର୍ଡ ପରେ ରେକର୍ଡ କରି ଚର୍ଚ୍ଚାରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ। ଅତ୍ୟନ୍ତ କମ ବୟସରେ…

ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ

କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ…

ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଜାରି, ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ

ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ବର୍ଷା ଲାଗିରହିଛି। ଦିନରାତି ଝିପିଝିପି ବର୍ଷା ହେଉଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri