Posted inଖେଳ

ଦମ୍‌ଦାର ଜବାବ ଦେଲେ ବୈଭବ ସୂର୍ଯ୍ୟବଂଶୀ: କିଛି କହିବା ପୂର୍ବରୁ ୧୦୦୦ ଥର ଭାବିବେ କ୍ରିକେଟ ପଣ୍ଡିତ!

ନୂଆଦିଲ୍ଲୀ, ୩୧।୮: ଦୁଲୀପ ଟ୍ରଫି ଡେବ୍ୟୁ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୮ ରନ କରି ଆଉଟ ହେବା ପରେ ତାଙ୍କ ରେଡ ବଲ ଟେମ୍ପରାମେଣ୍ଟକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ସେମିଫାଇନାଲରେ ୮୧ ବଲରେ ୯୨ ରନର ଧୂଆଁଧାର ପାରି ଖେଳି ବୈଭବ ସମସ୍ତ ସମାଲୋଚକଙ୍କୁ ଦମଦାର ଜବାବ ଦେଇଛନ୍ତି। ସେଣ୍ଟ୍ରାଲ ଜୋନ ବିପକ୍ଷ ସେମିଫାଇନାଲରେ ବୈଭବ ୭ଟି ଚୌକା ଓ ୭ଟି ଛକା ସହ ୯୨ ରନ କରିଥିଲେ। ଏହା ସହିତ ସେ ଦୁଲୀପ ଟ୍ରଫି ଇତିହାସରେ ସବୁଠାରୁ କମ୍‌ ବୟସରେ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ମଧ୍ୟ ନିଜ ନାମରେ କରିଛନ୍ତି।

ଦୁଲୀପ ଟ୍ରଫି ପାଇଁ ବୈଭବଙ୍କୁ ଇଷ୍ଟ ଜୋନ ଦଳରେ ସ୍ଥାନ ମିଳିଥିଲା। ଅଗଷ୍ଟ ୨୩ରେ ନର୍ଥ ଇଷ୍ଟ ଜୋନ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। କିନ୍ତୁ ପ୍ରଥମ ମ୍ୟାଚରେ ୬ ବଲରୁ ମାତ୍ର ୮ ରନ କରି ପ୍ୟାଭିଲିୟନ ଫେରିଥିଲେ। ଏହା ପରେ ତାଙ୍କ ବ୍ୟାଟିଂ ଶୈଳୀ ଓ ରେଡ ବଲ କ୍ରିକେଟର ଟେମ୍ପରାମେଣ୍ଟକୁ ନେଇ ପ୍ରଶ୍ନ ଉଠିଥିଲା। କିଛି କ୍ରିକେଟ ପ୍ରଶଂସକ ଓ ବିଶେଷଜ୍ଞ ତାଙ୍କୁ କେବଳ T20 ଫର୍ମାଟ୍‌ର ଖେଳାଳି ବୋଲି କହିଥିଲେ। ଦୁଲୀପ ଟ୍ରଫି ଭଳି ପ୍ରତିଷ୍ଠିତ ରେଡ ବଲ ଟୁର୍ନାମେଣ୍ଟରେ ତାଙ୍କୁ ଖେଳାଇବା ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ ଉଠିଥିଲା। ବେଙ୍ଗାଲୁରୁର ସେଣ୍ଟର ଅଫ ଏକ୍ସିଲେନ୍ସ ପିଚ୍‌ରେ ବଡ଼ ବଡ଼ ବ୍ୟାଟରଙ୍କୁ ରନ କରିବାରେ ସମସ୍ୟା ହେଉଥିଲା। କିନ୍ତୁ ବୈଭବ ନିଜ ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ୯୨ ରନ୍‌ର ପାରିରେ ୭ ଚୌକା ଓ ୭ ଛକା ମାରିବା ତାଙ୍କ ଆତ୍ମବିଶ୍ୱାସର ପ୍ରମାଣ। ଶତକଠାରୁ ମାତ୍ର ୮ ରନ ଦୂରରେ ଥିଲେ ମଧ୍ୟ ସେ ନିଜ ଆକ୍ରମଣାତ୍ମକ ଶୈଳୀ ବଦଳାଇନଥିଲେ। ବଡ଼ ଶଟ୍‌ ଖେଳିବା ଚେଷ୍ଟାରେ ବାଉଣ୍ଡାରିରେ କ୍ୟାଚ ଆଉଟ ହୋଇଥିଲେ।
ତାଙ୍କ ଏହି ବ୍ୟାଟିଂ ଶୈଳୀ ଦେଖି ଅନେକଙ୍କୁ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହୱାଗଙ୍କ କଥା ମନେ ପଡ଼ିଛି। ଉଭୟଙ୍କ ବ୍ୟାଟିଂ ଶୈଳୀ ଭିନ୍ନ ହୋଇଥିଲେ ମଧ୍ୟ ନିଜ ଖେଳ ଉପରେ ଅତୁଟ ବିଶ୍ୱାସ ଦୁହିଁଙ୍କ ମଧ୍ୟରେ ବଡ଼ ସମାନତା। ମାତ୍ର ୧୫ ବର୍ଷ ବୟସରେ ନିଜଠାରୁ ଅଧିକ ଅଭିଜ୍ଞ ଖେଳାଳିଙ୍କୁ ନେତୃତ୍ୱ ଦେବା ଏକ ବଡ଼ ଚ୍ୟାଲେଞ୍ଜ। କିନ୍ତୁ ବୈଭବ ଏହି ଦାୟିତ୍ୱକୁ ମଧ୍ୟ ଭଲ ଭାବେ ସମ୍ଭାଳିଥିବା ଦେଖିବାକୁ ମିଳିଛି। ସେମିଫାଇନାଲରେ ନିୟମିତ ଅଧିନାୟକ ଈଶାନ କିଶନ ଆହତ ହୋଇ ମଇଦାନରୁ ବାହାରିଯିବା ପରେ ଦଳର ଦାୟିତ୍ୱ ବୈଭବଙ୍କ ଉପରେ ଆସିଥିଲା। ଫିଲ୍ଡିଂ ସଜାଇବାଠାରୁ ଆରମ୍ଭ କରି ବୋଲରଙ୍କୁ ସଠିକ ସମୟରେ ବ୍ୟବହାର କରିବା ଓ DRS ନେବା ଭଳି ନିଷ୍ପତ୍ତିରେ ମଧ୍ୟ ସେ ପରିପକ୍ୱତା ଦେଖାଇଥିଲେ।
ବୈଭବ କେବଳ ବିସ୍ଫୋରକ ବ୍ୟାଟର ନୁହେଁ। ନର୍ଥ ଇଷ୍ଟ ଜୋନ ବିପକ୍ଷ ମ୍ୟାଚରେ ସେ ବୋଲିଂରେ ମଧ୍ୟ ଚମତ୍କାର କରିଥିଲେ। ମାତ୍ର ୩ ଓଭରରେ ୧୧ ରନ ଦେଇ ୨ଟି ଉଇକେଟ୍‌ ନେଇଥିଲେ।
ନିଜ ବୋଲିଂକୁ ନେଇ ବୈଭବ ମଜାଦାର ଭାବେ କହିଥିଲେ ଯେ, ଈଶାନ ଭାଇଙ୍କୁ ତାଙ୍କୁ ବୋଲିଂ ଦେବା ରିସ୍କ ଲାଗୁଥିଲା। କିନ୍ତୁ ସେ ନିଜକୁ ‘ଉଇକେଟ୍‌ ଟେକର’ ବୋଲର ବୋଲି କହିଥିଲେ। ବୈଭବଙ୍କ ସାମ୍ପ୍ରତିକ ପ୍ରଦର୍ଶନକୁ ଦେଖିଲେ ତାଙ୍କୁ ଭାରତୀୟ କ୍ରିକେଟ୍‌ରେ ଆଗାମୀ ବଡ଼ ତାରକା ବୋଲି କହିବା ଭୁଲ ହେବ ନାହିଁ। ବର୍ତ୍ତମାନ ସେ ସିନିୟର ଦଳ ପାଇଁ T20 ଫର୍ମାଟରେ ସୁଯୋଗ ପାଇଛନ୍ତି। ତେବେ ଦୁଲୀପ ଟ୍ରଫି ଭଳି କଠିନ ରେଡ ବଲ ପ୍ରତିଯୋଗିତାରେ ତାଙ୍କ ପ୍ରଦର୍ଶନ ଚୟନକର୍ତ୍ତାଙ୍କୁ ନିଶ୍ଚିତ ଭାବେ ବଡ଼ ସନ୍ଦେଶ ଦେଇଛି। ବ୍ୟାଟିଂ ହେଉ କି ବୋଲିଂ, ଅଧିନାୟକତ୍ୱ ହେଉ କି ଚାପ ସମ୍ଭାଳିବାର କ୍ଷମତାମାତ୍ର ୧୫ ବର୍ଷ ବୟସରେ ବୈଭବ ଯେଉଁ ପରିପକ୍ୱତା ଦେଖାଉଛନ୍ତି, ତାହା ତାଙ୍କୁ ଭବିଷ୍ୟତର ଜଣେ ସମ୍ପୂର୍ଣ୍ଣ କ୍ରିକେଟର ଭାବେ ଗଢ଼ି ତୋଳୁଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣା: ମନ୍ଥର ଗତିରେ ଚାଲିଛି କାର୍ଯ୍ୟ, ତାଗିଦ କଲେ ଉପଜିଲାପାଳ

ଛତ୍ରପୁର, ୩୧।୮ (ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳ ଲଙ୍ଘନ ଘଟଣାର ସୋମବାର ସମୀକ୍ଷା କରିଛନ୍ତି ଛତ୍ରପୁର ଉପଜିଲାପାଳ…

ଚାଷୀଙ୍କ ରଣହୁଙ୍କାର: ୮ଦଫା ଦାବିରେ ତାତିଲେ ଚାଷୀ

ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ)-:ବରଗଡ଼ ଜିଲାରେ ସର୍ବାଧିକ ଧାନ ଉତ୍ପାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଓ ଚାଷୀଙ୍କ ସମସ୍ୟା ମଧ୍ୟ ଅଧିକ ଏବଂ…

ବିଧାୟକ ସିଦ୍ଧାନ୍ତ ମହାପାତ୍ର ଦେଲେ ବଡ଼ ପ୍ରତିଶ୍ରୁତି: ଦିଗପହଣ୍ଡିକୁ ମ୍ୟୁନିସିପାଲଟିର ମାନ୍ୟତା ପାଇଁ…

ଦିଗପହଣ୍ଡି,୩୧।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନଏସି ପକ୍ଷରୁ ୫୩ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।…

ରାଷ୍ଟ୍ରପତିଙ୍କ ପାଖରେ ଛାଇ ଭଳି ରହୁଥିବା ମେଜର ରିଷଭ ହଠାତ୍‌ ନେଲେ ଅବସର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ, ୩୧।୮: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ସରକାରୀ ଓ ଆଧିକାରିକ କାର୍ଯ୍ୟକ୍ରମରେ ନଜର ଆସି ଚର୍ଚ୍ଚାରେ ଥିବା ମେଜର ରିଷଭ ସିଂହ ସାମ୍ବ୍ୟାଲ ଏବେ…

ଅମରନାଥଙ୍କୁ ପିଟିଲା କାର୍‌, ଚାଲିଗଲା ଜୀବନ

ଗୁଣପୁର,୩୧।୮ ( ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ସହର ବଳରାମ ନଗର ପୋଲାକି ଅମରନାଥ ପାତ୍ର(୨୭) (ପିତା- ମୋହନ ରାଓ ପାତ୍ର)ଙ୍କ ଏକ ମର୍ମନ୍ତୁଦ ସଡ଼କ…

ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କଲେ ଲିଓନେଲ ମେସି: କହିଲେ- ଏହି କାରଣ ପାଇଁ…

ନୂଆଦିଲ୍ଲୀ, ୩୧।୮: ଫୁଟବଲ ଜଗତର ପ୍ରଶଂସକଙ୍କ ପାଇଁ ଆସିଛି ବଡ଼ ଖବର। ଆର୍ଜେଣ୍ଟିନାର ମହାନ ଫୁଟବଲର୍‌ ଲିଓନେଲ ମେସି ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ଘୋଷଣା କରିଛନ୍ତି। ଏଣିକି…

ପୁଷ୍ଟିହୀନ ଶିଶୁଙ୍କ ସନ୍ଧାନରେ ଯିବେ ୬୦୦୦ ଏନଏସଏସ ଛାତ୍ରୀ: ଦୁଇଜଣିଆ ଟିମ କରିବେ ସର୍ଭେ

ଭଞ୍ଜନଗର,୩୧।୮(ବାବୁଲା ପ୍ରଧାନ): ସୁପୋଷିତ ଓଡ଼ିଶା ମିଶନ ଅଧୀନରେ ପୁଷ୍ଟିହୀନ ଶିଶୁଙ୍କ ସର୍ଭେ କାର୍ଯ୍ୟରେ ସାମିଲ ହେବାକୁ ଥିବା ଜାତୀୟ ସେବା ଯୋଜନା (ଏନଏସଏସ) ସ୍ବେଚ୍ଛାସେବୀଙ୍କୁ ନେଇ ସୋମବାର…

ବୈଭବଙ୍କ ବୋଲିଂ ଆକ୍ସନ ଦେଖି ଯୁବରାଜଙ୍କ ମଜାଦାର କମେଣ୍ଟ, କହିଲେ ଏମିତି…ପଡିଗଲା ଚହଳ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟର ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ ୨୦୨୬ ଦୁଲୀପ ଟ୍ରଫିରେ ନିଜ ପ୍ରତିଭାର ଝଲକ ଦେଖାଉଛନ୍ତି। ମାତ୍ର ୧୫ ବର୍ଷ ବୟସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri