Posted inଖେଳ

ବୈଭବଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ: ରାସ୍ତାରେ କଣ୍ଟା ହେବେନି ତ ଶ୍ରେୟସ ଆୟର? ଜାଣନ୍ତୁ ପୂରା ଖବର

ନୂଆଦିଲ୍ଲୀ୧୧।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟି-୨୦ ସିରିଜରେ ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀଙ୍କ ପାଖରେ ରହିଛି ବଡ଼ ସୁଯୋଗ। ବୈଭବ ଇତିମଧ୍ୟରେ ଭାରତ ପାଇଁ ନିଜର ଅନ୍ତର୍ଜାତୀୟ ଡେବ୍ୟୁ କରିସାରିଛନ୍ତି। କିନ୍ତୁ ଆଫଗାନିସ୍ତାନ ବିପକ୍ଷ ସିରିଜରେ ତାଙ୍କ ପାଇଁ ଏକ ବିଶେଷ ମୁହୂର୍ତ୍ତ ଅପେକ୍ଷା କରୁଛି। ଯଦି ତାଙ୍କୁ ପ୍ଲେଇଂ ଇଲେଭେନରେ ସୁଯୋଗ ମିଳେ, ତେବେ ସେ ପ୍ରଥମ ଥର ପାଇଁ ଭାରତ ମାଟିରେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବେ।

ତେବେ ଅଧିନାୟକ ଶ୍ରେୟସ ଆୟର ବୈଭବଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ଦେବେ କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର ରହିବ। କାରଣ ଭାରତୀୟ ଦଳରେ ଏଥର ତିନି ଜଣ ଓପନର୍‌ ରହିଛନ୍ତି, କିନ୍ତୁ ତିନିଜଣଙ୍କ ମଧ୍ୟରୁ କେବଳ ଦୁଇଜଣଙ୍କୁ ହିଁ ସୁଯୋଗ ମିଳିପାରିବ। ବୈଭବ ସୂର୍ଯ୍ୟବଂଶୀ ୪ ଜୁଲାଇ ୨୦୨୬ରେ ନିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଇଂଲଣ୍ଡ ବିପକ୍ଷ ଡେବ୍ୟୁ ଟି-୨୦ ଇଣ୍ଟରନ୍ୟାଶନାଲରେ ସେ ମାତ୍ର ୧୪ ରନ କରି ଆଉଟ ହୋଇଥିଲେ।
ଇଂଲଣ୍ଡ ଗସ୍ତରେ ବୈଭବ ମୋଟ ୩ଟି ମ୍ୟାଚ ଖେଳିଥିଲେ, କିନ୍ତୁ ତାଙ୍କ ବ୍ୟାଟରୁ ବଡ଼ ଇନିଂସ ଦେଖିବାକୁ ମିଳିନଥିଲା। ଏହାପରେ ଜିମ୍ବାୱେ ବିପକ୍ଷ ସିରିଜରେ ସେ ଚମତ୍କାର ପ୍ରତ୍ୟାବର୍ତ୍ତନ କରିଥିଲେ। ସେଠାରେ ଖେଳିଥିବା ୩ଟି ଟି-୨୦ ମ୍ୟାଚରୁ ୨ଟିରେ ଅର୍ଦ୍ଧଶତକ ହାସଲ କରିଥିଲେ। ତେବେ ଏପର୍ଯ୍ୟନ୍ତ ବୈଭବ ଭାରତ ମାଟିରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ ଖେଳିନାହାନ୍ତି।

ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ସିରିଜର ପ୍ରଥମ ଟି-୨୦ ମ୍ୟାଚ ସେପ୍ଟେମ୍ବର ୧୩ରେ ଦିଲ୍ଲୀରେ ଖେଳାଯିବ। ଯଦି ଏହି ମ୍ୟାଚରେ ବୈଭବଙ୍କୁ ପ୍ଲେଇଂ ଇଲେଭେନ୍‌ରେ ସ୍ଥାନ ମିଳେ, ତେବେ ଏହା ତାଙ୍କ କ୍ୟାରିୟରରେ ଏକ ବଡ଼ ମୁହୂର୍ତ୍ତ ହେବ। ଘରୋଇ କ୍ରିକେଟରେ ବୈଭବ ଅନେକ ମ୍ୟାଚ ଖେଳିବା ସହ ବଡ଼ ବଡ଼ ସ୍କୋର ମଧ୍ୟ କରିଛନ୍ତି। କିନ୍ତୁ ଭାରତୀୟ ଜର୍ସିରେ ନିଜ ଦେଶର ମାଟିରେ ପ୍ରଥମ ଥର ପାଇଁ ଖେଳିବାର ଅନୁଭୂତି ନିଶ୍ଚିତ ଭାବେ ତାଙ୍କ ପାଇଁ ଖାସ୍‌ ହେବ। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସଞ୍ଜୁ ସାମସନ, ଅଭିଷେକ ଶର୍ମା ଓ ବୈଭବ ସୂର୍ଯ୍ୟବଂଶୀଏହି ତିନିଜଣ ଓପନର୍‌ ରହିଛନ୍ତି।

ଜିମ୍ବାୱେ ସିରିଜ ସମୟରେ ସଞ୍ଜୁ ସାମସନଙ୍କୁ ଦଳରୁ ବାଦ ଦିଆଯାଇଥିଲା। ଏବେ ସେ ପୁଣି ଦଳକୁ ଫେରିଛନ୍ତି। ଅନ୍ୟପଟେ ଇଶାନ କିଶନ ତୃତୀୟ ନମ୍ବରରେ ଖେଳୁଥିବାରୁ ତିନି ଓପନରର୍ସଙ୍କୁ ମଧ୍ୟରୁ କେବଳ ଦୁଇଜଣଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିବ।
ଏଭଳି ସ୍ଥିତିରେ ଅଧିନାୟକ ଶ୍ରେୟସ ଆୟର କେଉଁ ଦୁଇ ଓପନର୍ଙ୍କ ଉପରେ ଭରସା କରିବେ, ତାହା ଦେଖିବା ରୋଚକ ହେବ। ଯେଉଁ ଖେଳାଳିଙ୍କୁ ବାହାରେ ବସିବାକୁ ପଡ଼ିବ, ତାଙ୍କୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଜୋର୍‌ ଧରିପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧାର ଓରାଙ୍ଗଉଟାନଙ୍କୁ ନେଇ PCCFଙ୍କ ବଡ଼ ସୂଚନା, ସ୍ବାସ୍ଥ୍ୟାବସ୍ଥା…

ଭୁବନେଶ୍ୱର,୧୧।୯: ବାଲେଶ୍ୱର ଜଙ୍ଗଲରୁ ଉଦ୍ଧାର ହୋଇଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ନେଇ PCCF ପ୍ରେମ କୁମାର ଝା ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ୫ ଓରାଙ୍ଗଉଟାନ…

ପେନଶନର୍‌ଙ୍କ ପାଇଁ ଖୁସି ଖବର! ଖାତାକୁ ଆସିଲା ୧୨୩୩ କୋଟି ଟଙ୍କା, ଏମିତି ଚେକ୍‌ କରନ୍ତୁ ବାଲାନ୍ସ…

ନୂଆଦିଲ୍‌ଲୀ,୧୧।୯: ପେନଶନଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି। ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ପ୍ରାୟ ୧୦୫.୬୮ ଲକ୍ଷ (୧.୦୫ କୋଟିରୁ ଅଧିକ) ପେନଶନଭୋଗୀଙ୍କ…

ସାବଧାନ! ୩ ରାଶିରେ ଆଜି ଲାଗିବ ଗ୍ରହଣ; ହାତରୁ ପଳାଇବ ଟଙ୍କା, ପାଖଲୋକ ଦେବେ ଧୋକା

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟ କିମ୍ୱା ଚନ୍ଦ୍ରଙ୍କ ସହିତ ରାହୁ କିମ୍ୱା କେତୁଙ୍କ ଯୁତି (ସଂଯୋଗ) ହେଲେ ଗ୍ରହଣ ଯୋଗ ସୃଷ୍ଟି ହୁଏ। ବର୍ତ୍ତମାନ ସୂର୍ଯ୍ୟ,…

ବାଇକ୍‌କୁ ଧକ୍କାଦେଲା ଟ୍ରକ୍‌, ଚାପି ହୋଇଗଲେ ଚାଳକ

ଧାମନଗର,୧୦ା୯(ସନ୍ତୋଷ କୁମାର ମହାପାତ୍ର): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହେଇଥିବାବେଳେ ଧାମନଗର ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି। ସୂଚନା ମୁତାବକ କେନ୍ଦୁଆ ପଦା-ଗଣ୍ଡଗରା…

ICC Player of the Month ପାଇଁ ଏହି ୩ ଖେଳାଳି ମନୋନୀତ: ଜଣେ ଟିମ୍‌ଇଣ୍ଡିଆକୁ କନ୍ଦାଇଥିଲେ…

ନୂଆଦିଲ୍ଲୀ,୧୧।୯: ଅଗଷ୍ଟ ମାସ ପାଇଁ ‘ଆଇସିସି ପ୍ଲେୟାର ଅଫ ଦି ମନ୍ଥ’ (ICC Player of the Month) ପୁରସ୍କାର ନିମନ୍ତେ ତିନିଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି।…

UPI ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର: ଆସିଗଲା UPI ‘Tap and Pay’; ଫୋନ ଛୁଆଁଇଲେ ହିଁ ହୋଇଯିବ ପେମେଣ୍ଟ

ନୂଆଦିଲ୍ଲୀ,୧୧।୯: UPI ମାଧ୍ୟମରେ ପେମେଣ୍ଟ କରିବାର ତରିକା ଏବେ ଆହୁରି ସହଜ ହେବାକୁ ଯାଉଛି। ନ୍ୟାସନାଲ ପେମେଣ୍ଟସ କର୍ପୋରେସନ ଅଫ ଇଣ୍ଡିଆ (NPCI) ସେପ୍ଟେମ୍ୱର ୨୦୨୬ରେ UPIର…

ଗ୍ରାହକ ତଥ୍ୟକୁ ବ୍ୟବସାୟିକ ସମ୍ପତ୍ତି ବିବେଚନା ନ କରିବା ଉଚିତ: ଆରବିଆଇ ଗଭର୍ନର

ମୁମ୍ବାଇ,୧୧ା୯: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଗଭର୍ନର ସଞ୍ଜୟ ମାଲହୋତ୍ରା ଗୁରୁବାର ଫିନ୍‌ଟେକ୍‌ କମ୍ପାନୀଗୁଡିକୁ ଗ୍ରାହକମାନଙ୍କ ଡାଟା ବା ତଥ୍ୟ ଉପଯୋଗକୁ ନେଇ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି। ଫିନ୍‌ଟେକ୍‌…

ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ: ଗ୍ରାହକ ହନ୍ତସନ୍ତ, ବ୍ୟାଙ୍କସେବା ପ୍ରଭାବିତ ହେବା ଆଶଙ୍କାରେ…

ଛତ୍ରପୁର,୧୦ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ପାଞ୍ଚ ଦିନିଆ କାର୍ଯ୍ୟସପ୍ତାହ ଲାଗୁ କରିବାରେ ବିଳମ୍ବ, ପ୍ରଦର୍ଶନ ଆଧାରିତ ପ୍ରୋତ୍ସାହନ (ପିଏଲଆଇ) ସ୍କିମ୍‌କୁ ନେଇ ମତଭେଦ ସମେତ ବିଭିନ୍ନ ଦାବି ପୂରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri