Posted inଜାତୀୟ

ସଂକ୍ରମଣକୁ ଅଟକାଇ ପାରିବ ନାହିଁ ଟିକା

ନୂଆଦିଲ୍ଲୀ, ୨୧।୪: କରୋନା ସଂକ୍ରମଣର ଦ୍ୱିତୀୟ ଲହର ଭୀଷଣ ବେଗରେ ମାଡ଼ିଚାଲିଥିବାବେଳେ ଏଥିରୁ ବର୍ତ୍ତିବା ଲାଗି ଦେଶର ୩ ଜଣ ପ୍ରମୁଖ ଡାକ୍ତର ନାଗରିକମାନଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଏମ୍ସ ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ, ନାରାୟଣ ହେଲ୍‌ଥର ଅଧ୍ୟକ୍ଷ ଡ. ଦେବୀ ସେଟ୍ଟି ଏବଂ ମେଦାନ୍ତ ଅଧ୍ୟକ୍ଷ ଡ. ନରେଶ ତ୍ରେହାନ ଦେଶରେ କରୋନା ସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ଲୋକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି।
ଡ. ଗୁଲେରିଆଙ୍କ ମତରେ ରେମ୍‌ଡେସିଭିର ଭଳି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ୮୫%ରୁ ଅଧିକ ସଂକ୍ରମିତ କରୋନାରୁ ଆରୋଗ୍ୟ ହୋଇପାରିବେ। ଖୁବ୍‌ କମ୍‌ ରୋଗୀଙ୍କ ପାଇଁ ରେମ୍‌ଡେସିିଭିର ଇଞ୍ଜେକ୍‌ଶନର ଆବଶ୍ୟକତା ରହିଛି। ତେଣୁ ଉକ୍ତ ଇଞ୍ଜେକ୍‌ଶନ ପାଇଁ ବ୍ୟସ୍ତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି। ଯଦି ବିବେକପୂର୍ଣ୍ଣ ଭାବେ ଆମେ ଅକ୍ସିଜେନ୍‌ ଏବଂ ରେମଡେସିଭିର ବ୍ୟବହାର କରିବା, ତେବେ କୌଣସିଠାରେ ଏହାର ନିଅଣ୍ଟ ହେବନାହିଁ। ସେହିପରି ଗୁରୁତର ଅସୁସ୍ଥ ହେବାରୁ ଟିକା ରୋକିପାରିବ। ତେବେ ସଂକ୍ରମିତ ହେବାକୁ ଏହା ଅଟକାଇ ପାରିବ ନାହିଁ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି। ତେଣୁ ଟିକା ନେବା ପରେ ମଧ୍ୟ ମାସ୍କ ପିନ୍ଧିବା ଗୁରୁତ୍ୱପୂର୍ଣ୍ଣ ବୋଲି ସେ ମତ ଦେଇଛନ୍ତି।
ସେହିପରି ଖୁବ୍‌ କମ୍‌ ସଂକ୍ରମିତଙ୍କୁ ହସ୍ପିଟାର ଭର୍ତ୍ତି ହେବାକୁ ପଡ଼ିଥାଏ। ତେଣୁ ଦାୟିତ୍ୱପୂର୍ଣ୍ଣ ଓ ବିବେକୀ ଭାବେ ବ୍ୟବହାର କଲେ ହସ୍ପିଟାଲ ବେଡ୍‌ର ଅଭାବ ରହିବ ନାହିଁ ବୋଲି ଡାକ୍ତର କହିଛନ୍ତି। ଅକ୍ସିଜେନ୍‌ର ଆବଶ୍ୟକତା ନ ଥିଲେ ଏହାକୁ ସୁରକ୍ଷା ବ୍ଲାଙ୍କେଟ ଭାବେ ବ୍ୟବହାର ନ କରିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। କାରଣ ଅକ୍ସିଜେନର ଅପଚୟ ଜରୁରୀ ଆବଶ୍ୟକତା ଥିବା ଜଣେ ରୋଗୀଙ୍କୁ ସେଥିରୁ ବଞ୍ଚତ୍ତ କରିବ ବୋଲି ଡ. ନରେଶ କହିଛନ୍ତି। ସେହିପରି ଜ୍ୱର, କାଶ, ଥଣ୍ଡା, ଦେହ ବିନ୍ଧା, ବାନ୍ତି ହେବା ଏବଂ ହଜମ ନ ହେବା ଆଦି ଲକ୍ଷଣ ଦେଖାଦେଲେ ତୁରନ୍ତ କୋଭିଡ୍‌ ପରୀକ୍ଷା କରାଇ ନେବାକୁ ଡ. ଦେବୀ ସେଟ୍ଟି କହିଛନ୍ତି। ପଜିଟିଭ୍‌ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଚିକିତ୍ସିତ ହୁଅନ୍ତୁ। ଲକ୍ଷଣ ନ ଥାଇ ପଜିଟିଭ୍‌ ଚିହ୍ନଟ ହେଲେ ଆଇସୋଲେଶନରେ ରହିବା ସହ ମାସ୍କ ପିନ୍ଧିବା ଏବଂ ପ୍ରତି ୬ ଘଣ୍ଟାରେ ଅକ୍ସିଜେନ୍‌ ସ୍ତର ମାପିବା ଲାଗି ପରାମର୍ଶ ଦିଆଯାଇଛି। ଅକ୍ସିଜେନ୍‌ ସ୍ତର ୯୪ରୁ ଅଧିକ ଥିଲେ ସମସ୍ୟା ନାହିଁ। ଏହାଠାରୁ କମ୍‌ ହେଲେ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri