ଖୁବ୍‌ଶୀଘ୍ର ଗର୍ଭବତୀଙ୍କୁ ଟିକା

ଭୁବନେଶ୍ୱର,୧।୭(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ଗର୍ଭବତୀଙ୍କୁ ଟିକା ଦିଆଯିବ। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଗୁରୁବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗର୍ଭବତୀମାନଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି। ତେଣୁ ରାଜ୍ୟରେ ଖୁବ୍‌ଶୀଘ୍ର ଟିକାକରଣ ଆରମ୍ଭ କରାଯିବ। ଗୁରୁବାର ୧ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଭୁବନେଶ୍ୱର ଆସି ପହଞ୍ଚିଛି। ଶୁକ୍ରବାର ଆଉ ୧୦ଲକ୍ଷ ଡୋଜ୍‌ ଟିକା ଆସିବାର ସମ୍ଭାବନା ରହିଛି। ସେହିପରି ସେରମ ଇନଷ୍ଟିଚ୍ୟୁଟରୁ ୮ ଲକ୍ଷ ଡୋଜ୍‌ କୋଭିଶିଲ୍ଡ ଟିକା ଆସିପାରେ ବୋଲି ସୂଚନା ମିଳିଛି।