୧୫ରେ ଗର୍ଭବତୀଙ୍କୁ ଟିକା : ଛିଡ଼ା ହେବାକୁ ପଡ଼ିବନି ଧାଡ଼ିରେ

ଭୁବନେଶ୍ୱର,୯।୭(ବ୍ୟୁରୋ): ଗର୍ଭବତୀମାନଙ୍କ ପାଇଁ କରୋନା ଟିକା ବିପଦ ନୁହେଁ । ବିଶେଷଜ୍ଞମାନଙ୍କ ଏପରି ଘୋଷଣା ପରେ ଆସନ୍ତା ୧୫ ତାରିଖ ପରେ ରାଜ୍ୟରେ ଗର୍ଭବତୀଙ୍କ ଟିକାକରଣ ଆରମ୍ଭ ହେବ । ଯେଉଁ ଜିଲାରେ ଯେଉଁ ଟିକା ଦିଆଯାଉଛି, ସେହି ଟିକା ଦିଆଯିବ। ଶୁକ୍ରବାର ଏ ନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି ।
ଅପରପକ୍ଷେ ଗୁରୁବାର ପରିବାର କଲ୍ୟାଣ ନିର୍ଦ୍ଦେଶକ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁଯାୟୀ , ଟିକା ନେବାକୁ ଆସିବାକୁ ଥିବା ଗର୍ଭବତୀଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବ ନାହିଁ । ଟିକାକରଣ କେନ୍ଦ୍ରରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ପ୍ରତୀକ୍ଷାଳୟ କରାଯିବ । ଗର୍ଭବତୀମାନେ ଟିକା ନେଲେ ଫଳପ୍ରଦ ହେବ ବୋଲି ପ୍ରଥମେ ସେମାନଙ୍କୁ ସଚେତନ କରାଯିବ । ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ଟିକା ନେବା ପରେ ସେମାନଙ୍କ ଉପରେ ଏହାର କିଛି ପାର୍ଶ୍ୱ ପ୍ରତିକ୍ରିୟା ରହୁଛି କି ନାହିଁ ତାହା ଅନୁଧ୍ୟାନ କରାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଭିଡ୍‌-୧୯କୁ ନେଇ ସ୍ବତନ୍ତ୍ର ଡାକ ଲଫାପା

ଭୁବନେଶ୍ୱର, ୨୭।୫(ବ୍ୟୁରୋ): କୋଭିଡ଼-୧୯ ମହାମାରୀକୁ ନେଇ ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ଡ଼ାକ ଲଫାଫା। ମଙ୍ଗଳବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଏହାକୁ ଉନ୍ମୋଚନ କରିଛନ୍ତି।...

ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,୧୦।୧(ବ୍ୟୁରୋ): ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଛି। ରାଜ୍ୟରେ ସୋମବାର ପୁଣି ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଆଇଏଲଏସ୍‌ ସ୍ବାସ୍ଥ୍ୟ...

ଆଖୁଚାଷ ଉଜାଡିଲେ

ପରଜଙ୍ଗ, ୧୨ ।୩(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଅଞ୍ଚଳରେ ହାତୀପଲ ଭୟ ଆତଙ୍କର ବାତାବରଣ ସୃଷ୍ଟି କରିଛନ୍ତି। ଜଙ୍ଗଲରେ ଖାଦ୍ୟାଭାବ ହାତୀଙ୍କୁ ଜନବସତି ମୁହଁା...

ଗିରଫ ହେଲେ ଦେବଗଡ଼ ବିଧାୟକ

ଭୁବନେଶ୍ୱର, ୧।୫(ବ୍ୟୁରୋ): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ରବିବାର ଗିରଫ ହୋଇଛନ୍ତି। ତିଲେଇବଣି ବିଡିଓଙ୍କୁ ମାଡ଼ ମାରିବା ଅଭିଯୋଗରେ ବିଧାୟକଙ୍କୁ ଗିରଫ କରାଯାଇଥିବା ଜଣାପଡିଛି।...

ବଜ୍ରକାପ୍ତା ବିକ୍ରି ବେଳେ ଉଦ୍ଧାର: ୮ ଗିରଫ

ମାଲକାନଗିରି,୧୭।୯(ଡି.ଏନ୍‌.ଏ): ମାଲକାନଗିରି ଜିଲା କାଲିମେଳା ବନାଞ୍ଚଳ ଅଧୀନ ପୋଟେରୁ ଅଞ୍ଚଳରୁ ବନବିଭାଗ ଶନିବାର ଏକ ବଜ୍ରକାପ୍ତା ଉଦ୍ଧାର କରିଛି। ଉକ୍ତ ଘଟଣାରେ ସମ୍ପୃକ୍ତ ୮ ଜଣ...

ଗୋପାଳପୁର ବିଜେଡି ବିଧାୟକ ଅଛି: ପ୍ରଦୀପ

ବ୍ରହ୍ମପୁର ଅଫିସ/ଗୋପାଳପୁର,୨୪ା୬: ଦଳରୁ ବହିଷ୍କୃତ ବିଷୟ ଗଣମାଧ୍ୟମରେ ପ୍ରସାରଣ ହୋଇଛି ଓ ନିଜେ ଶୁଣିଛି। ତେବେ ଏବେ ମଧ୍ୟ ମୁଁ ବିଜେଡିର ବିଧାୟକ ଅଛି। ବିଧାନସଭା...

୩ ବର୍ଷ ପାଇଁ ଚାଷୀଙ୍କୁ ଶସ୍ୟବୀମା ମାଗଣା

ଭୁବନେଶ୍ବର, ୨୩ା୫(ବ୍ୟୁରୋ): ଚାଷୀଙ୍କ ଶସ୍ୟବୀମା ଆସନ୍ତା ୩ ବର୍ଷ ପାଇଁ ସମ୍ପୂର୍ଣ୍ଣ ମାଗଣା ହେବ ବୋଲି ସୋମବାର ସମବାୟ ବିଭାଗ କାର୍ଯ୍ୟକ୍ରମ ସମୀକ୍ଷା ବୈଠକରେ ବିଭାଗୀୟ...

ଉଭେଇଗଲା ଶୀତ

ଭୁବନେଶ୍ୱର,୧୫।୧(ବ୍ୟୁରୋ):ଚଳିତ ବର୍ଷ ଶୀତ ଉଭେଇଗଲା। ଅଳ୍ପ କେଇ ଦିନ ଟିକେ ଝଟକା ଦେଖାଇ ଗାଏବ ହୋଇଯାଇଛି। ଆଗାମୀ ଦିନରେ ମଧ୍ୟ ଶୀତ ବଢ଼ିବା ନେଇ କୌଣସି...

Advertisement
Archives

Model This Week