ସ୍ବାସ୍ଥ୍ୟ ପାଇଁ ଟିକା

ଟିକାକରଣ ବିଭିନ୍ନ ମାରାତ୍ମକ ରୋଗ
ନିୟନ୍ତ୍ରଣର ଏକମାତ୍ର ଉପାୟ। ହେଲେ ଏବେ ବି ଏ ଦିଗରେ ଅନେକଙ୍କଠାରେ ସଚେତନତାର ଅଭାବ ଅତ୍ୟନ୍ତ ପରିତାପର ବିଷୟ। ତେଣୁ ଆଜି ଜାତୀୟ ଟିକାକରଣ ଦିବସ ଅବସରରେ ଶିଶୁ ଏବଂ
ମହିଳାଙ୍କ ଲାଗି ଜରୁରୀ ବିଭିନ୍ନ ଟିକାକରଣକୁ
ନେଇ ବିଶେଷ ଉପସ୍ଥାପନା…

ବିଜ୍ଞାନ ସମ୍ମତି ଉପାୟରେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି କରାଇବା ଓ ଶିଶୁ ମହିଳା ତଥା ବୟସ୍କଙ୍କୁ ମଧ୍ୟ ସୁରକ୍ଷିତ ରଖିବାର ଉପାୟ ହେଉଛି ଟିକାକରଣ। ତେଣୁ ଜନସାଧାରଣଙ୍କୁ ବିଭିନ୍ନ ଟିକାକରଣର ଗୁରୁତ୍ୱ ସମ୍ପର୍କରେ ଅବଗତ କରାଇବା ଲାଗି ପ୍ରତିବର୍ଷ ଆମ ଦେଶରେ ୧୬ ମାର୍ଚ୍ଚକୁ ଜାତୀୟ ଟିକାକରଣ ଦିବସଭାବେ ପାଳନ କରାଯାଏ। ସେଥିନିମିତ୍ତ ଏକ ବାର୍ତ୍ତା ମଧ୍ୟ ଦିଆଯାଇଥାଏ। ଚଳିତବର୍ଷର ବାର୍ତ୍ତା ହେଉଛି ‘ଭ୍ୟାକ୍ସିନ୍ସ ୱାର୍କ ଫର ଅଲ୍‌’।
ସର୍ବପ୍ରଥମେ ଟିକାକରଣ ଦିବସ ଆମ ଦେଶରେ ୧୬ ମାର୍ଚ୍ଚ ୧୯୯୫ରେ ପାଳନ କରାଯାଇଥିଲା। ଏହି ଦିନଟିରେ ଭାରତକୁ ପୋଲିଓ ମୁକ୍ତ କରିବା ଶପଥ ନେଇ ପଲ୍‌ସ ପୋଲିଓ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ଏହା ପାଳନ କରାଯାଇ ଆସୁଛି। ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ୧୯୬୭ରୁ ୧୯୭୭ ମଧ୍ୟରେ ବସନ୍ତ ରୋଗ ବିରୋଧରେ ଟିକାକରଣ ଦ୍ୱାରା ଏହି ରୋଗଟି ପୃଥିବୀରୁ ମୂଳୋତ୍ପାଟନ କରାଯାଇ ପାରିଛି। ସେହିପରି ଆମ ଦେଶକୁ ୨୭ ମାର୍ଚ୍ଚ ୨୦୧୪ରେ ପୋଲିଓ ମୁକ୍ତ ଦେଶ ଭାବରେ ଘୋଷଣା କରିଛି ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ। ଟିକାଦାନ କାର୍ଯ୍ୟକ୍ରମର ଜୟଯାତ୍ରା ଫଳରେ ଟିଟାନସ୍‌, ଡିପଥେରିଆ, ହୁପିଂ କାଶ, ଡାଇରିଆ, ହେପାଟାଇଟିସ୍‌-ବି, କଲେରା ରୋଗର ଆଶାତୀତ ହ୍ରାସ ଘଟିଛି।
ଶିଶୁଙ୍କ ପାଇଁ ଟିକା:
ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ ୧୯୭୮ ମସିହାରେ ଆଲମାଆଟାଠାରେ ୨୦୦୦ ମସିହା ସୁଦ୍ଧା ସମସ୍ତଙ୍କ ପାଇଁ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମରେ ଇପିଆଇ (ଏକ୍ସପାଣ୍ଡେଡ ପ୍ରୋଗ୍ରାମ ଅଫ୍‌ ଇମୁନାଇଜେସନ୍‌) କାର୍ଯ୍ୟକ୍ରମରେ ବିସିଜି, ଡିପିଟି, ଡିିଟି, ପୋଲିଓ, ଟାଇଫଏଡ୍‌, ଟିଟି ଏହିପରି ୬ଟି ମାରାତ୍ମକ ରୋଗ ପାଇଁ ଟିକା ଦିଆଗଲା ଓ ପରବର୍ତ୍ତୀ ସମୟରେ ୧୯୮୫ ମସିହାରେ ମିଳିମିଳା ଟିକାକୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଗଲା। ଏହାର ପରବର୍ତ୍ତୀ ଭାଗରେ ଏନଆରଏଚଏମ୍‌ କାର୍ଯ୍ୟକ୍ରମରେ ୧୨ଟି ରୋଗ ପାଇଁ ଟିକା ମିଳୁଛି। ଜାତୀୟ ସ୍ବାସ୍ଥ୍ୟ ନୀତି ୨୦୦୨ ଅନୁଯାୟୀ ବର୍ତ୍ତମାନ ଜନ୍ମପରେ ଶିଶୁଙ୍କୁ ବିସିଜି, ଜିରୋ ପୋଲିଓ, ହେପାଟାଇଟିସ୍‌-ବି ଟିକା ଦିଆଯାଉଛି। ଦେଢ ମାସ ପରେ ପେଣ୍ଟା(ଡିପିଟି-୩ଟି, ହିବ୍‌ ଏବଂ ହେପାଟାଇଟିସ୍‌-ବି) ଟିକା ଦିଆଯାଉଛି। ଏହାଛଡା ପୋଲିଓ, ତରଳ ଝାଡା ପାଇଁ ରୋଟା, ପୋଲିଓ ଏମଆର, ଜେଇ (ଜାପାନୀ ଜ୍ୱର) ଟିକା ଶିଶୁମାନଙ୍କୁ ବିନା ମୂଲ୍ୟରେ ଦିଆଯାଉଛି। ୫ବର୍ଷ ବୟସରେ ଡିପିଟି ପୋଲିଓ ଓ ୧୦ ବର୍ଷ ଓ ୧୬ ବର୍ଷ ବୟସରେ ଟିଡି ଟିକା ଦିଆଯାଉଛି।
– ନ୍ୟୁମୋନିଆ ରୋଗ ଦ୍ୱାରା ୨୦୧୦ ମସିହାରେ ଆମ ଦେଶରେ ୩.୬ ନିୟୁତ ଶିଶୁ ଆକ୍ରାନ୍ତ ହୋଇଥିଲେ ଓ ସେମାନଙ୍କ ମଧ୍ୟରୁ ୦.୩୫ ନିୟୁତ ମୃତ୍ୟୁବରଣ କରିଥିଲେ। ଯେଉଁଥିପାଇଁ ପିସିଭି ୧୦, ପିସିଭି ୧୩, ପିପିଏସଭି ୨୩ ତିନି ପ୍ରକାରର ଟିକାକରଣ କରାଯାଉଛି। ଏହି ଟିକା ମାଗଣା ସରକାରୀ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନ ଥିବାରୁ ଦେୟଯୁକ୍ତ ରହିଛି।
ମହିଳାଙ୍କ ପାଇଁ ଟିକା:
– ବର୍ତ୍ତମାନ ସମଗ୍ର ପୃଥିବୀରେ ଜରାୟୁଗ୍ରୀବା କର୍କଟ ବା ସର୍ଭାଇକାଲ୍‌ କ୍ୟାନ୍ସରରେ ବହୁ ସଂଖ୍ୟାରେ ମୃତ୍ୟୁବରଣ କରୁଥିବା ଦେଖିବାକୁ ମିଳୁଛି। ଯାହାକୁ ରୋକିବା ଲାଗି ହ୍ୟୁମାନ ପାପିଲୋମା ଭାଇରସ୍‌ ଭ୍ୟାକ୍ସିନ୍‌(ଏଚ୍‌ପିଭି) ବାହାରିଛି। ଯାହାକୁ ୯ବର୍ଷ ବୟସରୁ ୩୫ ବର୍ଷ ବୟସ ମଧ୍ୟରେ ନିଆଯାଇପାରିବ।
– ଗର୍ଭର ପ୍ରଥମ ୩ ମାସ ମଧ୍ୟରେ ଗୋଟିଏ ଏବଂ ୬ ମାସ ମଧ୍ୟରେ ଆଉ ଗୋଟିଏ ଟିଟି ନେବା ଆବଶ୍ୟକ। ତେବେ ପ୍ରଥମ ଟିକାର ଅନ୍ତତଃ ଏକମାସ ପରେ ଦ୍ୱିତୀୟ ଟିକା ନେବା ଆବଶ୍ୟକ। ଶିଶୁକୁ ହୁପିଂ କାଶ ପ୍ରତିରୋଧ ଲାଗି ମା’କୁ ଗର୍ଭଧାରଣର ୨୬ ରୁ ୩୭ ସପ୍ତାହ ମଧ୍ୟରେ ଟି ଡ୍ୟାପ (T-dap)ଟିକା ଦେଇଦେବା ଭଲ।
ଏସବୁ ଟିକା ବ୍ୟତୀତ ପ୍ରତି ବର୍ଗଙ୍କ ଲାଗି ଆହୁରି ଅନେକ ରୋଗର ପ୍ରତିଷେଧକ ଟିକା ମଧ୍ୟ ଉପଲବ୍ଧ। ଯାହାକୁ ସ୍ବାସ୍ଥ୍ୟ କେନ୍ଦ୍ରଗୁଡିକରୁ ବୁଝି ଯଥା ସମୟରେ ନେଇପାରିଲେ ଜୀବନଯାତ୍ରା ନିରୋଗ ଏବଂ ଖୁସିପୂର୍ଣ୍ଣ ହୋଇପାରିବ।
ତେବେ ବର୍ତ୍ତମାନ କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଟିକାକରଣର ଉପାଦେୟତା ସମସ୍ତେ ହୃଦୟଙ୍ଗମ କରି ସାରିଲେଣି। ତେଣୁ ଜାତୀୟ ଟିକାକରଣ ବାର୍ତ୍ତାର ସାରମର୍ମ ସମସ୍ତେ ଅନୁଭବ ଓ କାର୍ଯ୍ୟକାରୀ କରିବା ଆବଶ୍ୟକ।
– ଶିଶୁ ରୋଗ ବିଶେଷଜ୍ଞ, ଭୁବନେଶ୍ୱର

ଡା. ନରେଶ ଚନ୍ଦ୍ର ଆଚାର୍ଯ୍ୟ


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri