୫ରୁ ସ୍ବତନ୍ତ୍ର ଭାବେ ପ୍ରଥମ ଡୋଜ୍‌ ଟିକାକରଣ

ଭୁବନେଶ୍ୱର, ୩ା୭(ବ୍ୟୁରୋ): ଟିକା ନେବାରୁ ବାଦ୍‌ ପଡିଥିବା ହିତାଧିକାରୀଙ୍କ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ଭାବେ ଟିକାକରଣ ହେବାକୁ ଯାଉଛି। ଆସନ୍ତା ୫ରୁ ୧୦ତାରିଖ ପର୍ଯ୍ୟନ୍ତ ସହରର ୧୫ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ କରାଯିବ। ଏଥିରେ ୧୮ରୁ ୪୪ ଓ ୪୫ରୁ ଊର୍ଦ୍ଧ୍ୱ ବର୍ଗର ହିତାଧିକାରୀ ପ୍ରଥମ ଡୋଜ୍‌ ଟିକା ନେଇ ପାରିବେ। ୟୁନିଟ-୬ସ୍ଥିତ କ୍ୟାପିଟାଲ ହସ୍ପିଟାଲ, ୟୁନିଟ-୩ ୟୁପିଏଚ୍‌ସି, ୟୁନିଟ-୯ ୟୁପିଏଚ୍‌ସି, ଆଇଆର୍‌ସି ଭିଲେଜ୍‌ ୟୁପିଏଚ୍‌ସି, ଘାଟିକିଆ ୟୁପିଏଚ୍‌ସି, ନିଳାଦ୍ରି ବିହାର ୟୁପିଏଚ୍‌ସି, ଶହୀଦନଗର ୟୁପିଏଚ୍‌ସି, କଳ୍ପନା ୟୁପିଏଚ୍‌ସି, କପିଳ ପ୍ରସାଦ ୟୁପିଏଚ୍‌ସି, ଝାରପଡା ୟୁପିଏଚ୍‌ସି, ନହରକଣ୍ଟା ୟୁପିଏଚ୍‌ସି, ଗାଡକଣ ୟୁପିଏଚ୍‌ସି, ୟୁନିଟ-୪ ୟୁପିଏଚ୍‌ସି, ଡୁମୁଡୁମା ୟୁପିଏଚ୍‌ସି ଓ ପଟିଆ ୟୁପିଏଚ୍‌ସିକୁ ଟିକାକରଣ ପାଇଁ ଚିହ୍ନଟ କରାଯାଇଛି। ସକାଳ ୯ଟାରୁ ଅପରାହ୍ନ ୧ଟା ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଟିକାକରଣ ହେବ। ହିତାଧିକାରୀମାନେ ଆଧାରକାର୍ଡ କିମ୍ବା ଅନ୍ୟ କୌଣସି ପରିଚୟ ପତ୍ର ନେଇ ଆସିବେ। ଗୋଟିଏ କେନ୍ଦ୍ରରେ ଭିଡ ଥିଲେ ଅନ୍ୟ କେନ୍ଦ୍ରରେ ଟିକା ନେବାକୁ ବିଏମ୍‌ସି ପକ୍ଷରୁ ପରାମର୍ଶ ଦିଆଯାଇଛି।