ଭାକ୍ସିନ୍‌, ମାସ୍କ ସହ ଗଣେଶ

ଅହମଦାବାଦ: ଗଣେଶ ପୂଜା ପାଇଁ ଏବେଠାରୁ ମୂର୍ତ୍ତି ତିଆରି ଆରମ୍ଭ ହୋଇଗଲାଣି। ବିଭିନ୍ନ ସହରରେ ଭିନ୍ନ ଭିନ୍ନ ଶୈଳୀରେ ଗଜାନନ ମୂର୍ତ୍ତି ନିର୍ମାଣ ଚାଲିଛି। ଏହି କ୍ରମରେ ଏକ ସ୍ବତନ୍ତ୍ର ଧରଣର ମୂର୍ତ୍ତି ତିଆରି କରି ଏବେ ଚର୍ଚ୍ଚିତ ହୋଇଛନ୍ତି ଗୁଜରାଟର କରିଗର ଦକ୍ଷ ଜାଙ୍ଗିଡ। କୋଭିଡ୍‌ ଭାକ୍ସିନ୍‌ ଏବଂ ସିରିଞ୍ଜ ସହିତ ମାସ୍କ ଧରିଥିବା ଏକ ଇକୋ ଫ୍ରେଣ୍ଡଲି ଗଣେଶ ମୂର୍ତ୍ତି ତିଆରି କରି ସେ ସଚେତନତାର ବାର୍ତ୍ତା ଦେଇଛନ୍ତି। ଦକ୍ଷ ଜାଙ୍ଗିଡଙ୍କ ଗଣେଶ ମୂର୍ତ୍ତିକୁ ନେଇ ଏବେଠାରୁ ଚର୍ଚ୍ଚା ଆରମ୍ଭ ହୋଇଛି। କାହିଁକି ନା ତାଙ୍କର ମୂର୍ତ୍ତିରେ ରହିଛି କୋଭିଡ୍‌ ସଚେତନତା ବାର୍ତ୍ତାର ଏକ ସ୍ବତନ୍ତ୍ର ଷ୍ଟାଇଲ୍‌। ଗଣେଶଙ୍କ ମାଧ୍ୟମରେ ସେ ଟିକାକରଣ ସହିତ ତୃତୀୟ ଲହର ପ୍ରତି ସତର୍କ ରହିବା ନିମନ୍ତେ ସଚେତନ କରାଇଛନ୍ତି। ଏଥିପାଇଁ ସେ ଏଭଳି ମୂର୍ତ୍ତି ତିଆରି କରିଛନ୍ତି; ଯେଉଁଥିରେ ଗଣେଶ ଭଗବାନ ଏକ କୋଭିଡ୍‌ ଭାକ୍ସିନ୍‌ ଶିଶି ଉପରେ ବସିଛନ୍ତି ଏବଂ ତାଙ୍କ ପାଖରେ ସିରିଞ୍ଜ ମଧ୍ୟ ରହିଛି। ଖାଲି ସେତିକି ନୁହେଁ, ଗଣେଶ ଗୋଟିଏ ହାତରେ ମାସ୍କ ମଧ୍ୟ ଧରିଛନ୍ତି। ଏଭଳି ଏକ ଇକୋ ଫ୍ରେଣ୍ଡ୍‌ଲି ମୂର୍ତ୍ତି ତିଆରି କରିବା ପଛରେ ତାଙ୍କର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସଚେତନ କରିବା। ସମସ୍ତେ ଟିକା ନେବାର ଆବଶ୍ୟକତା ରହିଛି। ଏହାଛଡ଼ା ତୃତୀୟ ଲହର ରୋକିବା ନିମନ୍ତେ ମାସ୍କ ମଧ୍ୟ ବ୍ୟବହାର କରିବା ଜରୁରୀ। ଏହା ବ୍ୟତୀତ ମୂର୍ତ୍ତି ପାଖରେ କୋଭିଡ୍‌ ଯୋଦ୍ଧାଙ୍କୁ ମଧ୍ୟ ସ୍ଥାନ ଦେଇଛନ୍ତି କାରିଗର। ଏଭଳି ଏକ ମୂର୍ତ୍ତି ମାଧ୍ୟମରେ ସେ ଲୋକଙ୍କୁ ସୁରକ୍ଷିତ ରହିବା ପାଇଁ ଭାକ୍ସିନ୍‌ ନେବା ସହିତ ତୃତୀୟ ଲହର ନିମନ୍ତେ ଆଗୁଆ ସତର୍କ ରହିବା ଲାଗି ସଚେତନ କରାଇଛନ୍ତି। ତାଙ୍କ ମୂର୍ତ୍ତିର ଉଚ୍ଚତା ହେଉଛି ୨.୫ ଫୁଟ। ଜାଙ୍ଗିଡଙ୍କୁ ଏହି ମୂର୍ତ୍ତି ତିଆରି କରିବା ପାଇଁ ଦୁଇଦିନ ସମୟ ଲାଗିଛି ଏବଂ ତାଙ୍କୁ ଏହି କାମରେ ଅନ୍ୟ ୪ଜଣ କାରିଗର ସାହାଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri