ଶନିବାରରୁ ଟିକାକରଣ: ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା

ଭୁବନେଶ୍ୱର, ୧୫।୧(ବ୍ୟୁରୋ): ରାଜ୍ୟରେ ଆସନ୍ତା ଶନିବାର ଆରମ୍ଭ ହେବ ବହୁ ପ୍ରତିକ୍ଷିତ କୋଭିଡ୍‌ ଟିକାକରଣ। ଜଣେ ସଫେଇ କର୍ମଚାରୀଙ୍କୁ ପ୍ରଥମ ଟିକା ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ତେବେ ତାଙ୍କର ପରିଚୟ ମିଳିପାରିନି।
ରାଜ୍ୟରେ ୩ ଲକ୍ଷ ୩୮ ହଜାର ସ୍ବାସ୍ଥ୍ୟକର୍ମୀ ପଞ୍ଜୀକୃତ ହୋଇଥିବା ବେଳେ, ପ୍ରଥମ ଦଫାରେ ୧ଲକ୍ଷ ୯୨ ହଜାର ଜଣଙ୍କୁ ଟିକା ଦିଆଯାଇପାରିବ। ସବୁ ଜିଲା ଓ କୋଲଡ ଚେନ ପଏଣ୍ଟରେ ଟିକା ପହଞ୍ଚି ସାରିଛି । ଗତ ଗୁରୁବାରଠାରୁ ହିତାଧିକାରୀଙ୍କ ପଞ୍ଜୀକୃତ ମୋବାଇଲ ନମ୍ବରରେ ଏସ୍‌ଏମ୍‌ଏସ୍‌ ପଠାଯାଉଥିବା ବେଳେ ତାହା ଆଧାରରେ ଆସନ୍ତାକାଲିଠୁ ଆରମ୍ଭ ହେବ ଟିକାକରଣ।

ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ସା୫ଟା ଯାଏ ଚାଲିବ । ଭ୍ୟାକ୍‌ସିନ ସିସି ଖୋଲାଯିବାର ୪ ଘଣ୍ଟା ଭିତରେ ତାକୁ ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି।