ସପ୍ତାହରେ ଦୁଇଦିନ ଟିକାକରଣ ବନ୍ଦ

ଭୁବନେଶ୍ୱର,୧୬।୪(ବ୍ୟୁରୋ): ଏଣିକି ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ଟିକାକରଣ ବନ୍ଦ ରହିବ। ୧୦ ଜିଲାର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ଦୁଇଦିନ ଲାଗି ଟିକାକରଣ ବନ୍ଦ ରହିବ। ଜିଲାର ଅନ୍ୟ ସମସ୍ତ ଅଞ୍ଚଳରେ ନିରବଚ୍ଛିନ୍ନ ଭାବେ ଟିକାକରଣ ପ୍ରକ୍ରିୟା ଚାଲୁ ରହିବ। ଏନେଇ ସମସ୍ତ ଜିଲାପାଳ ଓ କମିଶନରଙ୍କୁ ସ୍ବାସ୍ଥ୍ୟ ଏସିଏସ୍‌ ଚିଠି ଲେଖିଛନ୍ତି।