ଲମ୍ପି ସଂକ୍ରମଣ ରୋକିବାକୁ ଟିକାକରଣ

ଆରଡ଼ି,୧୮।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ଆରଡ଼ି, ସୁନ୍ଦରପୁର, ନାନ୍ଦପୁର ଏବଂ ଓଳଗ ୪ ପଞ୍ଚାୟତରେ ଗୋରୁଙ୍କୁ ଲମ୍ପି ସଂକ୍ରମଣ ବଢ଼ି ଚାଲିଛି। ଏ ସଂକ୍ରାନ୍ତରେ ଗତ ୧୦ ତାରିଖରେ ‘ବଢ଼ି ଚାଲିଛି ଲମ୍ପି ସଂକ୍ରମଣ’ ଶୀର୍ଷକ ଖବର ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ତୁରନ୍ତ ଟିକାକରଣ ପାଇଁ ୪ ପଞ୍ଚାୟତର ଲୋକେ ଦାବି କରିଥିଲେ। ଖବର ପ୍ରକାଶ ପାଇବା ପରେ ଜିଲା ପ୍ରାଣୀଧନ ମୁଖ୍ୟ ଚିକିତ୍ସାଧିକାରୀ ଶୁଭେନ୍ଦ୍ର ମିଶ୍ର ତତ୍ପର ହେବା ସହ ୪ ପଞ୍ଚାୟତରେ ଗୋରୁଙ୍କୁ ଟିକାକରଣ ପାଇଁ ପଦକ୍ଷେପ ଗ୍ରହଣ ସ୍ବରୂପ ଶନିବାର ଭାକ୍ସିନ ପଠାଇବାର ବ୍ୟବସ୍ଥା କରିଛନ୍ତି। ରବିବାର ସକାଳୁ ସୁନ୍ଦରପୁର ପଞ୍ଚାୟତର କୁଳେଇପଦାଠାରେ ଗୋରୁଙ୍କୁ ଟିକା ଦିଆଯାଇଛି। ଟିକାକରଣ ଦ୍ୱାରା ଲମ୍ପି ସଂକ୍ରମଣ ନିୟନ୍ତ୍ରଣ ହେବ ଓ ଏହି ଟିକାକରଣ ୭ଦିନ ଧରି ଚାଲିବ ବୋଲି ସୁନ୍ଦରପୁର ପ୍ରାଣୀଧନ ନିରୀକ୍ଷକ ଅକ୍ଷୟ କୁମାର ନାୟକ କହିଛନ୍ତି।