ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟ କର୍ମୀଙ୍କୁ ଟିକାକରଣ

ଭୁବନେଶ୍ୱର,୧୧।୧(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ସମଗ୍ର ଦେଶରେ ଆମ୍ଭର ହେବ କରୋନା ଟିକାକରଣ। ଟିକାକରଣର ପ୍ରଥମ ପର୍ଯ୍ୟାୟରେ କେବଳ ସ୍ବ୍ୟାସ୍ଥ୍ୟ କର୍ମୀଙ୍କୁ ଟିକା ପ୍ରଦାନ କରାଯିବ ବୋଲି ଏସ୍‌ସିବି ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ପ୍ରକାଶ କରିଛନ୍ତି। କରୋନା ଟିକା ଦିଆଯାଇ ପ୍ରଥମେ ସ୍ବାସ୍ଥ୍ୟ କର୍ମୀଙ୍କୁ ସୁରକ୍ଷିତ ରଖାଯିବ। ପରେ ତାଙ୍କ ପରିବାର ଲୋକଙ୍କୁ ସାମିଲ କରାଯିବ। କରୋନା ଟିକା ନିରାପଦ ଓ ଫଳପ୍ରଦ। ଟିକା ନେବା ଇଚ୍ଛାଧୀନ। ଏହା ବାଧ୍ୟତାମୂଳକ ନୁହେଁ। ଯେଉଁମାନେ ଟିକା ନେବେ, ତା’ର ୨୮ ଦିନ ପରେ ଟିକାର ଦ୍ୱିତୀୟ ଡୋଜ ନେଇ ପାରିବ। ଟିକା ପାଇଁ ପଞ୍ଜୀକରଣ ଜରୁରୀ। ପଞ୍ଜୀକରଣ କଲେ ମୋବାଇଲକୁ କେଉଁଠି, କେଉଁଦିନ ଟିକା ଦିଆଯିବ ସେନେଇ ମେସେଜ ଆସିବ। ଆବଶ୍ୟକ ପରିଚୟପତ୍ର ଦେଖାଇ ଟିକାଦାନ କେନ୍ଦ୍ରରୁ ଟିକା ନେଇପାରିବେ ବୋଲି ଡାକ୍ତର ପଣ୍ଡା କହିଛନ୍ତି।