ପଦ୍ମ ଭଳି ଟିକା

କରୋନାକୁ ପ୍ରତିହତ କରିବା ଲାଗି ପ୍ରତିଷେଧକ ଟିକାକୁ ବଡ଼ ଅସ୍ତ୍ର ଭାବେ ବିବେଚନା କରାଯାଉଛି। ସେଥିପାଇଁ ସମସ୍ତେ ଏହାକୁ ନେବା ସକାଶେ ଚେଷ୍ଟା କରୁଛନ୍ତି। କିନ୍ତୁ ଏହାର ଯୋଗାଣ ଠିକ୍‌ ଭାବେ ଉପଲବ୍ଧ ହେଉ ନ ଥିବାରୁ ଲୋକେ ଡହଳବିକଳ ହେଉଛନ୍ତି। ୧୮ରୁ ୪୪ ବର୍ଷ ବର୍ଗଙ୍କ ପାଇଁ କୋଓ୍ବିନ୍‌ ପୋର୍ଟାଲରେ ନାମ ପଞ୍ଜୀକରଣ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ହେଲେ ଆରମ୍ଭ ହେବା ଦିନରୁ ଦେଖିବାକୁ ମିଳୁଛି ଯେ ଏହାକୁ ଖୋଲିବାର ୩ରୁ ୪ ମିନିଟ୍‌ ପରେ ଏବଂ ସମ୍ପୂର୍ଣ୍ଣ ତଥ୍ୟ ପୂରଣ କରିବା ପୂର୍ବରୁ ପୋର୍ଟାଲ ବନ୍ଦ ହୋଇଯାଉଛି। ଏହା ଜଣଙ୍କର ଅନୁଭୂତି ନୁହେଁ। ଅନେକ ନାଗରିକ ଦେଶବ୍ୟାପୀ ଏ ବିଷୟରେ ସୋସିଆଲ ମିଡିଆରେ ଉଲ୍ଲେଖ କରୁଛନ୍ତି। ଏଥିରୁ ବୁଝାପଡ଼ିଯାଉଛି ଯେ, ସରକାରଙ୍କ ଏଭଳି ପ୍ରୟାସ କେବଳ ଲୋକଙ୍କ ଟିକା ନେବା ସମୟକୁ ଗଡ଼ାଇ ଚାଲିବା। ଏହିଠାରେ ମନେପକାଇ ଦିଆଯାଇପାରେ ଭାରତରେ ଉପଲବ୍ଧ ଦୁଇଟି ଟିକା କୋଭିଶିଲ୍ଡ ଓ କୋଭାକ୍ସିନ୍‌ର ପ୍ରଥମ ଓ ଦ୍ୱିତୀୟ ଡୋଜ୍‌ ମଧ୍ୟରେ ଅବଧିକୁ ସରକାର ବଢ଼ାଇ ଚାଲିଛନ୍ତି। ପ୍ରଥମେ କୁହାଯାଉଥିଲା ପ୍ରଥମ ଡୋଜ୍‌ ନେବାର ୨୮ରୁ ୪୨ ଦିନ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବା ଉଚିତ। ଏହା ବଢ଼ିବଢ଼ି ୪ ସପ୍ତାହରୁ ୧୬ ସପ୍ତାହ ଯାଏ ଗଲାଣି। ସରକାରୀ ଭାବେ ସଫେଇ ଦିଆଯାଉଛି ବେଶି ଡେରିରେ ଦ୍ୱିତୀୟ ଡୋଜ୍‌ ନିଆଗଲେ ଭଲ ଭାବେ ଆଣ୍ଟିବଡି ତିଆରି ହେବ। ଟିକା ନିର୍ମାତା ଓ ବିଶେଷଜ୍ଞଙ୍କ ଦ୍ୱାହି ଦେଇ ସରକାର ଯେଭଳି ନିଜ ଦୋଷ ଲୁଚାଇବାକୁ ଚେଷ୍ଟା କରୁଛନ୍ତି, ତାହା ଅଷ୍ଟ୍ରିଚ୍‌ ପକ୍ଷୀ ଭଳି ବାଲିରେ ମୁହଁ ଘୋଡ଼ାଇବା ପରି ପ୍ରତୀୟମାନ ହେଉଛି। ଲୋକେ ଏ ବିଷୟରେ ସଚେତନ ହେବାକୁ ଆରମ୍ଭ କଲେଣି। କିନ୍ତୁ ଏବେ ମଧ୍ୟ ଅନେକ ଭାରତୀୟ ଏ ସମ୍ପର୍କରେ ବୁଝିବାକୁ ଚାହୁଁନାହାନ୍ତି। ସତେଯେମିତି ନିଜ ପରିବାରରେ କେହି ଜଣେ କୋଭିଡ୍‌ ଆକ୍ରାନ୍ତଙ୍କ ମୃତ୍ୟୁ ନ ଘଟିବା ପର୍ଯ୍ୟନ୍ତ ଆମେସବୁ ମିଥ୍ୟା ପ୍ରଚାରକୁ ବିଶ୍ୱାସ କରିବା ସକାଶେ ପ୍ରସ୍ତୁତ ରହୁଛୁ। ଏଠାରେ ମନେପଡ଼େ ଗୋଟିଏ ଟୁଇଟର ବାର୍ତ୍ତା। ସେହି ଟୁଇଟ୍‌ରେ କୁହାଯାଇଛି ଯେ, ଯେଉଁମାନେ ସରକାରଙ୍କ ଅପାରଗତାକୁ ଅବିଶ୍ୱାସ କରୁଛନ୍ତି, ସେମାନେ ଏକ ପ୍ଲାକାର୍ଡରେ ‘ମୁଁ ମୋଦିଙ୍କୁ ଭଲ ପାଏ’ ଲେଖି ଦେଶର ଯେକୌଣସି ଘରୋଇ ବା ସରକାରୀ ହସ୍ପିଟାଲ ସାମ୍ନାରେ ଯାଇ ଛିଡ଼ା ହେବା ଦରକାର। ତାହା ହେଲେ ସେମାନଙ୍କୁ ଦେଶର ବାସ୍ତବ ପରିସ୍ଥିତି ସାଧାରଣ ଲୋକେ ବୁଝାଇଦେବେ।
ଆଜି ଭାରତବର୍ଷର ଅନେକ ଅଞ୍ଚଳକୁ ବିଦ୍ୟୁତ୍‌ଶକ୍ତି ଦ୍ୱାରା ସଂଯୋଗ କରାଯାଇପାରି ନାହିଁ। ଆହୁରି ଏପରି ଅଞ୍ଚଳ ଅଛି, ଯେଉଁଠାରେ ବିଦ୍ୟୁତ୍‌ ସଂଯୋଗ ଥିଲେ ମଧ୍ୟ ଏବେ ସେଠାରେ କୌଣସି ଇଲେକ୍ଟ୍ରିସିଟି ମିଳେ ନାହିଁ। ଦେଶର ଆହୁରି ଏଭଳି ଇଲାକା ରହିଛି ଯେଉଁଠାରେ ପହଞ୍ଚିବା ପାଇଁ ଗମନାଗମନର ସୁବିଧା ନାହିଁ। ଉଦାହରଣସ୍ବରୂପ, ଓଡ଼ିଶାର ମାଲକାନଗିରିରେ ରହୁଥିବା ବଣ୍ଡା ଜନଜାତିଙ୍କ ପାଖରେ ସ୍ବାସ୍ଥ୍ୟକର୍ମୀମାନେ ପହଞ୍ଚିବା କଷ୍ଟକର ହୋଇଥାଏ। ସେଠାରେ ଥିବା ଲୋକଙ୍କ ପାଖରେ ସ୍ମାର୍ଟ ଫୋନ୍‌ ପ୍ରାୟତଃ ନାହିଁ। ସେମାନଙ୍କୁ ଟିକା ଦେବାରେ ଅନେକ ଅସୁବିଧା ରହିଛି। ଦେଶରେ ଏହିଭଳି ଅଞ୍ଚଳ ଖୋଜିଲେ ଅନେକ ମିଳିବ, ଯେଉଁଠାରେ ଭିତ୍ତିଭୂମି ଅଭାବଠାରୁ ମୋବାଇଲର ଭାଷା ଇଂଲିଶ ବୁଝିବାରେ ଅନେକେ ମଧ୍ୟ ଅକ୍ଷମ। ଏହି ବିଷୟରେ କେନ୍ଦ୍ର ନିକଟରେ ଖବର ପହଞ୍ଚିବା ପରେ ୧୭ ମେ’ରେ ସରକାର କହିଛନ୍ତି ଯେ, ଆଗାମୀ ସପ୍ତାହରେ କୋଓ୍ବିନ୍‌ ପୋର୍ଟାଲ ହିନ୍ଦୀ ଓ ଅନ୍ୟ ୧୪ ଆଞ୍ଚଳିକ ଭାଷାରେ ଉପଲବ୍‌ଧ ହେବ। ଫଳରେ ଟିକା ନେବା ପାଇଁ ନାମ ପଞ୍ଜୀକରଣ ଓ ସ୍ଲଟ୍‌ ବୁକିଂ ସହଜ ହୋଇପାରିବ। ତେବେ ଯେଉଁମାନେ ନିରକ୍ଷର, ଅସହାୟ ଓ ଭିନ୍ନକ୍ଷମ ସେମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଟୋକନ୍‌ ଓ ପାସ୍‌ର ସୁବିଧା କରାଯାଇଛି। କିନ୍ତୁ ବିଭିନ୍ନ ସ୍ଥାନରେ ଏହାର ବ୍ୟାପକ ହେରଫେର ହେଉଥିବା ଅଭିଯୋଗ ହେଉଛି। ଯେଉଁମାନଙ୍କ ପାଇଁ ଏହି ବ୍ୟବସ୍ଥା କରାଯାଇଛି, ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନିକଟରେ ସୁବିଧା ପହଞ୍ଚିପାରୁ ନାହିଁ। ଏଠାରେ ପ୍ରଶ୍ନ ଉଠୁଛି ଡିଜିଟାଲ ମାଧ୍ୟମଠାରୁ ଦୂରେଇ ରହୁଥିବା ବ୍ୟକ୍ତିଙ୍କ ପାଇଁ ଭୋଟର ପରିଚୟପତ୍ର, ରାଶନ କାର୍ଡ ହେଉ ବା ସରକାରଙ୍କ ଅତ୍ୟନ୍ତ ବ୍ୟୟବହୁଳ କାର୍ଯ୍ୟକ୍ରମରୁ ଜାତ ଆଧାର କାର୍ଡର ସିଧାସଳଖ ଉପଯୋଗ କରାଯାଇପାରନ୍ତା। କୋଓ୍ବିନ୍‌ରେ ରେଜିଷ୍ଟ୍ରେଶନ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ଟିକା ନେବା ପୂର୍ବରୁ ଯଦି ପରିଚୟପତ୍ର ଦେଖାଇବା ଜରୁରୀ ରହୁଛି, ତାହା ହେଲେ ସ୍ଥାନୀୟ ଅଞ୍ଚଳରେ ଏହାକୁ ପ୍ରଶାସନିକ ସ୍ତରରେ କାର୍ଯ୍ୟକାରୀ କରାଯାଇପାରନ୍ତା।
ବାସ୍ତବ କଥା ହେଉଛି ଲୋକଙ୍କ ଚାହିଦାକୁ ମେଣ୍ଟାଇବା ପାଇଁ ସରକାର ଟିକା ଯୋଗାଣ କରିପାରୁ ନ ଥିବାରୁ ବିଭିନ୍ନ ଆଳ ଦେଖାଇ ଏହି ଗୁରୁଦାୟିତ୍ୱରୁ ଓହରି ଯିବାକୁ ଚେଷ୍ଟା କରୁଛନ୍ତି। ଦେଶର ବୈଷୟିକ ବିକାଶ କ୍ଷେତ୍ରରେ ଡିଜିଟାଲକୁ ଠିକ୍‌ ଭାବେ ଉପଯୋଗ କରାଯାଇପାରୁ ନାହିଁ। ଅନ୍ୟପକ୍ଷରେ ଦେଶବାସୀଙ୍କୁ ବାଉଳା କରିବା ଲାଗି ସମୂହ ଟିକାକରଣରେ ଏହାକୁ ପ୍ରଚଳନ କରାଯାଇ ଯେଉଁଭଳି ପଦକ୍ଷେପ ନିଆଯାଉଛି ଟିକାକରଣ ପଦ୍ମ ଆହୁରି ଘୁଞ୍ଚି ଘୁଞ୍ଚି ଯାଉଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri