କଟକରେ ଭି-ବଜାରର ୨ୟ ଷ୍ଟୋର ଉଦ୍‌ଘାଟିତ

କଟକ,୪।୧୦: ଦେଶର ପ୍ରମୁଖ ଫ୍ୟାଶନ ସେଗ୍‌ମେଣ୍ଟ ‘ଭି-ବଜାର’ ପକ୍ଷରୁ ସ୍ଥାନୀୟ ବାଦାମବାଡ଼ିରେ ଆଉ ଏକ ଷ୍ଟୋରର ଶୁଭାରମ୍ଭ କରାଯାଇଛି। କଟକ ସହରରେ ଥିବା ଭି-ବଜାର ଷ୍ଟୋର ପ୍ରତି ଗ୍ରାହକଙ୍କ ଚାହିଦାକୁ ନଜରରେ ରଖି ଏହି ଷ୍ଟୋରର ଉଦ୍‌ଘାଟନ କରାଯାଇଛି। ଏ ସମ୍ପର୍କରେ ଭି-ବଜାରର ସିଏମ୍‌ଡି ହେମନ୍ତ ଅଗ୍ରଓ୍ବାଲ କହିଛନ୍ତି, କଟକ ସହରରେ ଗୋଟିଏ ଷ୍ଟୋର ଥିବାବେଳେ ଏଠାକାର ଗ୍ରାହକଙ୍କ ପାଇଁ ଆଉ ଗୋଟିଏ ଷ୍ଟୋର ଖୋଲିଥିବାରୁ ଆମେ ବେଶ୍‌ ଆନନ୍ଦିତ। କଟକରେ ଆମର ଏହି ଷ୍ଟୋର ସହ ଓଡ଼ିଶାରେ ମୋଟ ୬ଟି ଷ୍ଟୋର ଓ ବିଭିନ୍ନ ସ୍ଥାନରେ ୮୮ଟି ଷ୍ଟୋର ରହିଛି। ଆମେ ଗ୍ରାହକଙ୍କୁ ଉତ୍ତମ ମାନର ସେବା ଓ ଆନ୍ତର୍ଜାତିକ ଶପିଂ ଅନୁଭୂତି ପ୍ରଦାନ କରିବାକୁ ସର୍ବଦା ଚେଷ୍ଟା କରିବୁ। ଏଠାରେ ସବୁ ପ୍ରକାର ଅତ୍ୟାଧୁନିକ ଫ୍ୟାଶନ ସାମଗ୍ରୀ ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ୮୭୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ଅତ୍ୟାଧୁନିକ ଷ୍ଟୋରରେ ବିଭିନ୍ନ ବ୍ରାଣ୍ଡର ପୋଷାକ ଯଥା ଶାର୍ଟ, ପ୍ୟାଣ୍ଟ, ଜିନ୍ସ, ଲେଗିନ୍ସ, ପାଇଜାମା, ଟ୍ରାକ୍‌ସୁଟ, କୁର୍ତ୍ତା, ପାଇଜାମା, ସେର୍‌ୱାନି, ଫ୍ୟାନ୍‌ସି ଶାଢ଼ି, ଡିଜାଇନର ସୁଟ୍‌, କଟନ୍‌ ସୁଟ୍‌, ଟି-ଶାର୍ଟ ଇତ୍ୟାଦି ଉପଲବ୍ଧ ରହିଛି। ଏପରିକି ୧୪୯୯ ଟଙ୍କାରେ କିଣାକିଣି ଉପରେ ୪୪୯ ଟଙ୍କାର ଏକ କଣ୍ଟେନର ସେଟ୍‌, ୩୪୯୯ ଟଙ୍କାର କିଣାକିଣି ଉପରେ ୭୯୯ ଟଙ୍କାର ଏକ ପୁଡିଂ ସେଟ ସହ ଶପିଂ ଭାଉଚର ଏବଂ ୪୯୯୯ ଟଙ୍କାର କ୍ରୟ ଉପରେ ୧୦୦୦ ଟଙ୍କାର ଏକ ଡବଲ୍‌ ବେଡ୍‌ଶିଟ ସହ ତକିଆ ଓ ୫୦୦ ଟଙ୍କାର ଏକ ଭାଉଚର ପାଇପାରିବେ। ଏହା ସହ ଆହୁରି ଅନେକ ଆକର୍ଷଣୀୟ ଅଫର ମଧ୍ୟ ଗ୍ରାହକଙ୍କ ପାଇଁ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri