Uttam mohanty: ଚାର୍ଟାର୍ଡ ଆକାଉଣ୍ଟାଣ୍ଟରୁ ଅଭିନେତା

ଭୁବନେଶ୍ୱର,୨୮ା୨: କଲେଜରେ ପଢ଼ିବା ମଞ୍ଚରେ ଅଭିନୟ କରି ବେଷ୍ଟ ଆକ୍ଟର ଭାବେ ପୁରସ୍କୃତ ହୋଇଥିଲେ ଉତ୍ତମ। ମାତ୍ର ଅଭିନେତା ହେବାକୁ ତାଙ୍କର ଇଚ୍ଛା ନ ଥିଲା। ୧୯୭୫ ମସିହା ବେଳକୁ ଲୁଧିଆନାରେ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଠ ପଢୁଥିବାବେଳେ, ନିର୍ଦ୍ଦେଶକ ସାଧୁ ମେହେର ତାଙ୍କୁ ଚଳଚ୍ଚିତ୍ରରେ ନାୟକ ସାଜିବା ପାଇଁ ଅଫର୍‌ ଦେଇଥିଲେ। ଏନେଇ ସେ ଏକ ପତ୍ର ତାଙ୍କ ଘରକୁ ପଠାଇଥିଲେ। କିନ୍ତୁ ଉତ୍ତମଙ୍କ ପାଠପଢା ଚାଲିଥିବାରୁ ବଡ଼ଭାଇ ଏହି ପତ୍ରକୁ ଚିରି ଦେଇଥିଲେ।

ପରବର୍ତ୍ତୀ ସମୟରେ ଉତ୍ତମ ମାସେ ଛୁଟିରେ ବାରିପଦା ନିଜ ଘରକୁ ଆସିଥିବାବେଳେ କାହାଣୀ ଲେଖକ ଆନନ୍ଦ ଶଙ୍କର ଦାସ ତାଙ୍କୁ ବାଧ୍ୟ କରି ସାଧୁ ମେହେରଙ୍କ ସହ ସାକ୍ଷାତ କରାଇଥିଲେ। ଉତ୍ତମଙ୍କ ସହ ସାକ୍ଷାତ୍‌କାର ପରେ ସାଧୁ ମେହେର ତାଙ୍କୁ ନାୟକ ଭାବେ ମନେ ମନେ ଗ୍ରହଣ କରି ନେଇଥିଲେ। ଉତ୍ତମଙ୍କ ଫଟୋଜେନିକ ଫେସ୍‌ ଓ ହିରୋମାର୍କା ଚେହେରା ଯୋଗୁଁ ସାଧୁ ମେହେର ଉତ୍ତମଙ୍କୁ ତାଙ୍କ ‘ଅଭିମାନ’ ଚଳଚ୍ଚିତ୍ରରେ ନେବା ପାଇଁ ଏକ ପ୍ରକାର ନିଶ୍ଚିତ କରି ନେଇଥିଲେ। କିନ୍ତୁ ଉତ୍ତମଙ୍କ ଘରେ ସମସ୍ତେ ଏହାର ବିରୋଧ କରିଥିଲେ। ପରେ ଭଉଣୀମାନେ ବୁଝାଇବାରୁ ସମସ୍ତେ ରାଜି ହୋଇଥିଲେ। ମାସେ ଭିତରେ ଫିଲ୍ମର ଶୁଟିଂ ହୋଇଥିଲା ଏବଂ ୧୯୭୭ରେ ଅଭିମାନ ସୁପରହିଟ୍‌ ହେଲା। ୩ବର୍ଷ ପରେ ସେ ଚଳଚ୍ଚିତ୍ର ‘ପତିପତ୍ନୀ’ ଜରିଆରେ ପୁଣି ରୂପେଲି ପରଦାକୁ ଫେରିଥିଲେ।

ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ଫେଭରିଟ୍‌ ରହି ଆସିଥିବା ଉତ୍ତମ ପ୍ରେମକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ଥିଲେ। ଅପରାଜିତାଙ୍କୁ ପ୍ରଥମ ଦେଖାରେ ହିଁ ମନ ଦେଇ ବସିଥିଲେ ଉତ୍ତମ। ମାତ୍ର ଅପରାଜିତା ପ୍ରଥମେ ଏଥିରେ ରାଜି ହୋଇ ନ ଥିଲେ। ଦୀର୍ଘ ବର୍ଷର ଅପେକ୍ଷା ପରେ ଶେଷରେ ଅପରାଜିତା ସବୁଜ ସଂକେତ ଦେଇଥିଲେ। ତେବେ ଏହି କଳାକାର ଦମ୍ପତ୍ତିଙ୍କ ପୁତ୍ର ବାବୁସାନ୍‌ ଏବେ ଓଡ଼ିଆ ସିନେ ଜଗତର ଆଗଧାଡ଼ିର ନାୟକ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri