ଉତ୍ତମ ଅଭିନୟର ଅବସାନ: ମନୋରଞ୍ଜନ ଜଗତରେ ଶୋକର ଛାୟା

ଗୁରୁଗ୍ରାମ(ଏଜେନ୍ସି),୨୮।୨:ଓଡ଼ିଆ ଚଳଚ୍ଚିତ୍ର ଜଗତର ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କର ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି। ୬୬ ବର୍ଷୀୟ ଉତ୍ତମ କିଛିଦିନ ହେଲା ଲିଭର ସିରୋସିସ୍‌ ରୋଗରେ ପୀଡ଼ିତ ହୋଇ ହରିୟାଣାର ଗୁରୁଗ୍ରାମସ୍ଥିତ ମେଦାନ୍ତା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ପରଲୋକରେ କେବଳ ଓଲିଉଡ୍‌ ନୁହେଁ, ଓଡ଼ିଶା ତଥା ଦେଶର ମନୋରଞ୍ଜନ ଜଗତରେ ଶୋକର ଛାୟା ଖେଳିଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକବ୍ୟକ୍ତ କରିବା ସହ ଉତ୍ତମ ମହାନ୍ତିଙ୍କୁ ଓଡ଼ିଆ ସିନେ ଜଗତର ଧ୍ରୁବତାରା ଭାବେ ଅଭିହିତ କରିଛନ୍ତି। ଉତ୍ତମଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସମ୍ପନ୍ନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାସହ ତାଙ୍କ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ, କ୍ରୀଡ଼ା ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଶୋକବ୍ୟକ୍ତ କରିଛନ୍ତି।

ଏହି ଖବର ପ୍ରକାଶିତ ହେବା ପରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକରେ ଉତ୍ତମଙ୍କ ଅଗଣିତ ପ୍ରଶଂସକ ତାଙ୍କ ମହାନ୍‌ ବ୍ୟକ୍ତିତ୍ୱକୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବାରେ ଲାଗିଛନ୍ତି।
୧୯୫୮ ଡିସେମ୍ବର ୨୩ରେ ବାରିପଦାରେ ଉତ୍ତମ ମହାନ୍ତିଙ୍କ ଜନ୍ମ। ବାରିପଦାର ଏମ୍‌କେସି ହାଇସ୍କୁଲରେ ସେ ମାଟ୍ରିକ ପଢ଼ା ଶେଷକରି ମହାରାଜା ପୂର୍ଣ୍ଣଚନ୍ଦ୍ର କଲେଜରେ ଇଣ୍ଟରମିଡିଏଟ୍‌ ଓ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ପାଠପଢ଼ା ବେଳୁ ଅଭିନୟ ପ୍ରତି ଉତ୍ତମଙ୍କର ଅହେତୁକ ଦୁର୍ବଳତା ପରବର୍ତ୍ତୀ ସମୟରେ ତାଙ୍କୁ ମନୋରଞ୍ଜନ ଦୁନିଆରେ ପ୍ରତ୍ୟକ୍ଷ ଅଭିନୟ ପାଇଁ ଟାଣିନେଇଥିଲା। ତେବେ ଉତ୍ତମ ସ୍ନାତକ ଶିକ୍ଷା ପରେ ଚାର୍ଟାର୍ଡ ଆକାଉଣ୍ଟାନ୍ସି ପଢ଼ିବା ପାଇଁ ଲୁଧିଆନା ଯାଇଥିଲେ। ୧୯୭୭ ମସିହାରେ ଅଭିମାନ ଚଳଚ୍ଚିତ୍ରରେ କ୍ୟାରିୟର ଆରମ୍ଭ କରିଥିବା ଉତ୍ତମ ପରବର୍ତ୍ତୀ ସମୟରେ ୧୫୦ରୁ ଊର୍ଦ୍ଧ୍ୱ ସିନେମାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିଣିପାରିଥିଲେ।

ନିଝୁମ୍‌ ରାତିର ସାଥୀ (୧୯୭୯), ଫୁଲଚନ୍ଦନ(୧୯୮୨), ଝିଅଟି ସୀତା ପରି (୧୯୮୩), ଦଣ୍ଡାବାଳୁଙ୍ଗା (୧୯୮୪) ଆଦି ଥିଲା ତାଙ୍କ ଅଭିନୀତ ବ୍ଲକ୍‌ ବଷ୍ଟର ଓଡ଼ିଆ ଚଳଚ୍ଚିତ୍ର। ଏତିକି ନୁହେଁ, ଉତ୍ତମ ସାରା ଆକାଶ, କଥା କହୁଥିଲେ ସରିବନି, ପଣତ କାନି ଓ ଉତ୍ତରଦାୟୀ ଭଳି କେତୋଟି ଟେଲିଭିଜନ ଧାରାବାହିକରେ ମଧ୍ୟ ନିଜ ଅଭିନୟର ଚାତୁରୀ ଦେଖାଇ ଓଡ଼ିଶାର ଘରେ ଘରେ, ପୁରେ ପୁରେ ଲୋକପ୍ରିୟ ହୋଇଥିଲେ। ଉତ୍ତମ ୩୦ଟି ବଙ୍ଗଳାଭାଷୀ ଫିଲ୍ମ ଏବଂ ଗୋଟିଏ ହିନ୍ଦୀ ଚଳଚ୍ଚିତ୍ର (ନୟା ଜହର)ରେ ଅଭିନୟ କରିଥିଲେ। ୨୦୨୨ରେ ମୁକ୍ତିଲାଭ କରିଥିବା ‘ବିଦ୍ୟାରାଣ’ ଥିଲା ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର। ଉତ୍ତମ ମହାନ୍ତି ଓଡ଼ିଆ ସିନେମା ଜଗତରେ ଜଣେମାତ୍ର ଅଭିନେତା ଥିଲେ, ଯିଏକି ଦୀର୍ଘ ୨ ଦଶନ୍ଧି ଧରି ଓଲିଉଡ୍‌ରେ ରାଜ କରିଥିଲେ। ୧୯୮୦ ଦଶକ ଏବଂ ୯୦ ଦଶକରେ ତାଙ୍କ ଚଳଚ୍ଚିତ୍ରଗୁଡ଼ିକ ଗାଁଠୁ ସହରଯାଏ ଦର୍ଶକଙ୍କ ମନ ମୋହିବା ସହ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲା। ଦେଖିବାକୁ ଗଲେ ଓଲିଉଡ୍‌ରେ ବ୍ୟବସାୟିକ ଫିଲ୍ମର ସଫଳତା ଉତ୍ତମ ମହାନ୍ତିଙ୍କଠାରୁ ଆରମ୍ଭ ହୋଇଥିଲା।
ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅଭିନୟର ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଥିବା ଉତ୍ତମଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ୧୯୯୯ରେ ମର୍ଯ୍ୟାଦାଜନକ ଜୟଦେବ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ୨୦୧୨ରେ ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆଓ୍ବାର୍ଡ ଏବଂ ଅନେକ ଥର ସର୍ବଶ୍ରେଷ୍ଠ ଅଭିନେତା ଭାବେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍ତମଙ୍କ ସ୍ତ୍ରୀ ଅପରାଜିତା ମହାନ୍ତି ଜଣେ ଆଗଧାଡ଼ିର ଅଭିନେତ୍ରୀ ହୋଇଥିବାବେଳେ ପୁଅ ବାବୁସାନ୍‌ ମଧ୍ୟ ସମ୍ପ୍ରତି ଓଲିଉଡ୍‌ରେ ଜଣେ ଲୋକପ୍ରିୟ ଅଭିନେତା ଭାବେ ସକ୍ରିୟ ରହିଛନ୍ତି।
ମୁଖ୍ୟମନ୍ତ୍ରୀ ମାଝୀ ଉତ୍ତମଙ୍କ ପରଲୋକରେ ଶୋକବ୍ୟକ୍ତ କରି କହିଛନ୍ତି, ଏହି ମହାନ୍‌ ଅଭିନେତାଙ୍କ ଦେହାନ୍ତ ବିଷୟ ଜାଣି ସେ ଅତ୍ୟନ୍ତ ଦୁଃଖିତ। ତାଙ୍କ ବିୟୋଗ ଓଡ଼ିଆ କଳାଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ଓଡ଼ିଆ କଳାଜଗତରେ ସେ ଛାଡ଼ିଯାଇଥିବା ଅଭିନୟର ଛାପ ତାଙ୍କୁ ସର୍ବଦା ଦର୍ଶକଙ୍କ ହୃଦୟରେ ଅମର କରି ରଖିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରି ମୁଖ୍ୟମନ୍ତ୍ରୀ ଏକ୍ସ’ରେ ପୋଷ୍ଟ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଲେଖିଛନ୍ତି, ବର୍ଷୀୟାନ ଅଭିନେତା ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ତାଙ୍କୁ ବ୍ୟଥିତ କରିଛି। ଉତ୍ତମଙ୍କ ବିୟୋଗ ଓଡ଼ିଆ ସିନେ ଜଗତରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ମହାପ୍ରଭୁଙ୍କ ନିକଟରେ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ପ୍ରଭାତୀ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେହିପରି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମଧ୍ୟ ଶୋକବ୍ୟକ୍ତ କରିଛନ୍ତି। ଓଡ଼ିଆ ସିନେ ଜଗତର ଅଦ୍ୱିତୀୟ ନାୟକ ଉତ୍ତମ ମହାନ୍ତିଙ୍କ ଦେହାନ୍ତ ଖବର ସମଗ୍ର ଓଡ଼ିଶା ପାଇଁ ଶୋକ ଆଣିଦେଇଛି। ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ସେ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀରେ ନାବାଳିକାଙ୍କୁ ଗଣବଳାତ୍କାର, ଅଟୋରିକ୍ସା ଭିତରେ ମଦ୍ୟପାନ କରି…

ନୂଆଦିଲ୍ଲୀ,୧୯ା୯: ରାଜଧାନୀ ନୂଆଦିଲ୍ଲୀରେ ପୁଣି ଏକ ଭୟଙ୍କର ଓ ନୃଶଂସ ଅପରାଧ ସାମ୍ନାକୁ ଆସିଛି। ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ପରେ ଛୁରିରେ ଭୁସି ହତ୍ୟା…

ନରାଜ ହେବ ବିଶ୍ୱସ୍ତରୀୟ ସେମି କଣ୍ଡକ୍ଟର ହବ୍‌: ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୧୯ା୯(ସୁନିତ୍‌ ମିଶ୍ର): ଦେଶର ସେମିକଣ୍ଡକ୍ଟର ମାନଚିତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପ୍ରତିଷ୍ଠା ହାସଲ କରୁଛି। ନୂଆଦିଲ୍ଲୀଠାରେ ଆୟୋଜିତ ‘ସେମିକନ୍‌ ଇଣ୍ଡିଆ ୨୦୨୬’ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ…

୧୦୦ ବର୍ଷ ପରେ ମିଳିଲା ନୂଆ ବିରାଡ଼ି ପ୍ରଜାତି

ନୂଆଦିଲ୍ଲୀ: ବିଜ୍ଞାନ ଜଗତରେ ଏକ ବଡ଼ ସଫଳତା ମିଳିଛି। ୧୦୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ପରେ ପୃଥିବୀରେ ଏକ ସମ୍ପୂର୍ଣ୍ଣ ନୂଆ ଜୀବନ୍ତ ବିରାଡ଼ି ପ୍ରଜାତିର ସନ୍ଧାନ…

ନିର୍ବାଚନ ଆୟୋଗଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ, ସୁପ୍ରିମ୍ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ/କୋଲକାତା,୧୮ା୯: ତୃଣମୂଳ କଂଗ୍ରେସ (TMC) ର ନାମ ଏବଂ ନିର୍ବାଚନ ଚିହ୍ନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଭିତରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁପ୍ରିମ୍…

ବାତ୍ୟାର ରୂପ ନେବ ଲଘୁଚାପ ନା ହେବ ଝଡ଼ବର୍ଷା? ଓ୍ବାର୍ନିଂ ଜାରି କରି ସତର୍କ କଲା…

ଭୁବନେଶ୍ୱର, ୧୮ା୯(ବନ୍ଦନା ସେଠୀ) – ଉତ୍ତର ଥାଇଲାଣ୍ଡ ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ରପତ୍ତନଠାରୁ ୯.୪ କି.ମି ଉଚ୍ଚତା ପର୍ଯ୍ୟନ୍ତ ବିସ୍ତୃତ ରହିଛି। ଶନିବାର…

IASସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର: ଏକାଧିକ ବିଭାଗର…

ଭୁବନେଶ୍ୱର,୧୮।୯: ରାଜ୍ୟ ପ୍ରଶାସନିକ ସେବାରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବରିଷ୍ଠ ଅଧିକାରୀମାନଙ୍କ ଦାୟିତ୍ୱରେ ପରିବର୍ତ୍ତନ କରାଯାଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ନୂତନ…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

ବେଆଇନ ବାଣ ବିକ୍ରି ଅଭିଯୋଗରେ ପୋଲିସର ଅତର୍କିତ ଚଢ଼ାଉ: ୧ ଲକ୍ଷରୁ ଊର୍ଦ୍ଧ୍ୱ ବାଣ ଜବତ

ଗଜପତି,୧୭।୯(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ସହରରେ ବେଆଇନ ବାଣ ବିକ୍ରି ଅଭିଯୋଗ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ବାଣ ବିକ୍ରି ପାଇଁ ଆବଶ୍ୟକ ଅନୁମତି ନ ଥାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?