Categories: ରାଜ୍ୟ

ମୋ’ ବୋହୂ ବହୁତ ଭଲ, ହେଲେ ଆପଣା ସୁନା ତ ଭେଣ୍ଡି: ଉତ୍ତମ ମହାନ୍ତି

ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍‌ ହିରୋବାବୁସାନ ମହାନ୍ତିଙ୍କ ପରିବାରିକ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ଶନିବାର ସକାଳେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କାର୍‌ ଭିତରେ ଥିବା ଦେଖି ସ୍ତ୍ରୀ ତୃପ୍ତି ମାଡ଼ ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ଦିନ ତମାମ ହାଇଡ୍ରାମା ଦେଖିବାକୁ ମିଳିଛି। ଏସବୁ ଭିତରେ ବାପା ଉତ୍ତମ ମହାନ୍ତି ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ମୋ ବୋହୂ ତୃପ୍ତି ବହୁତ ଭଲ। ବାବୁସାନ ଓ ତୃପ୍ତି ପରସ୍ପରକୁ ବହୁତ ଭଲ ପାଆନ୍ତି। ପ୍ରକୃତି ସହ ସମ୍ପର୍କକୁ ନେଇ ତୃପ୍ତି ପାଖରେ ପ୍ରମାଣ ଥାଇ ପାରେ। ତୃପ୍ତି ବହୁତ ଭଲ ଛାତ୍ରୀ। ତାଙ୍କର ଅଭିନୟ ସହ କୌଣସି ସମ୍ପର୍କ ନାହିଁ। ଚଳଚ୍ଚିତ୍ରର ରୋମାଣ୍ଟିକ ଦୃଶ୍ୟକୁ ସେ ଭଲ ପାଏ ନାହିଁ। ବାବୁସାନଙ୍କୁ ଅନେକ ଥର ବୁଝାଇବାକୁ ଚେଷ୍ଟା କରିଛି। ଆପଣା ସୁନା ତ ଭେଣ୍ଡି, କାହାକୁ କହିବା। ମୁଁ ଅନେକ ଥର ବୁଝାଇଛି। ପ୍ରକୃତିକୁ ଛାଡ଼ି ଦେବାକୁ କହିଛି। ବାବୁ ମୋତେ କହିଥିଲା; ସେ ମୁମ୍ବାଇ ଚାଲିଯିବ, ମୁଁ ଏଠି କାମ କରିବି ବୋଲି ଉତ୍ତମ ମହାନ୍ତି କହିଛନ୍ତି।