ଗ୍ରାହକଙ୍କୁ ଝଟ୍‌କା ଦେଲା SBI, ଏପ୍ରିଲ ପହିଲାରୁ…

ନୂଆଦିଲ୍ଲୀ,୨୮।୩: ଦେଶର ସର୍ବବୃହତ ସରକାରୀ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଏହାର ଗ୍ରାହକଙ୍କୁ ଦେଇଛି ବଡ଼ ଝଟ୍‌କା। ବ୍ୟାଙ୍କ ଡେବିଟ୍‌ କାର୍ଡ ଉପରେ ମେନ୍ଟେନାନ୍ସ ଚାର୍ଜ(ରକ୍ଷଣାବେକ୍ଷଣ ଦେୟ) ବଢ଼ାଇବାକୁ ଘୋଷଣା କରିଛି। କ୍ଲାସିକ୍‌, ସିଲ୍‌ଭର, ଗ୍ଲୋବାଲ, କଣ୍ଟାକ୍ଟଲେସ୍‌ ଏବଂ ଏସ୍‌ବିଆଇ ଡେବିଟ୍‌ କାର୍ଡର ଅନ୍ୟ କାଟାଗେରୀରେ ନୂଆ ବାର୍ଷିକ ମେନ୍ଟେନାନ୍ସ ଚାର୍ଜର ନୂଆ ଦର ଏପ୍ରିଲ ପହିଲାରୁ ଲାଗୁ ହେବ। ଏଣୁ ଏସ୍‌ବିଆଇ ଗ୍ରାହକଙ୍କୁ ଆଗାମୀ ମାସରୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ବ୍ୟାଙ୍କ ଓ୍ବେବ୍‌ସାଇଟ୍‌ ଅନୁଯାୟୀ, ଯୁବା, ଗୋଲ୍ଡ, କମ୍ବୋ ଏବଂ ପ୍ଲାଟିନମ୍‌ ଡେବିଟ୍‌ କାର୍ଡ ଭଳି ବିଭିନ୍ନ କାଟାଗୋରୀରେ ଏସ୍‌ବିଆଇ ଡେବିଟ୍‌ କାର୍ଡ ଲାଗି ବାର୍ଷିକ ଚାର୍ଜକୁ ୭୫ ଟଙ୍କା ବଢ଼ାଯାଇଛି। ଏହା ଏପ୍ରିଲ ୧ରୁ ଲାଗୁ ହେବ। ଏହାଛଡ଼ା ଏସ୍‌ବିଆଇ ଡେବିଟ୍‌ କାର୍ଡ ଜାରି କରିବା ଏବଂ ପରିବର୍ତ୍ତନ କରିବା ସମ୍ବନ୍ଧୀୟ ଶୁଳ୍କରେ ମଧ୍ୟ ପରିବର୍ତ୍ତନ କରିବ।

ଷ୍ଟେଟ୍‌ ବ୍ୟାଙ୍କ କହିଛି ଯେ, ଏପ୍ରିଲ ୧ରୁ କିଛି କ୍ରେଡିଟ୍‌ କାର୍ଡ ଲାଗି ଅନେକ ପରିବର୍ତ୍ତନ ଲାଗୁ କରାଯାଇଛି। କିଛି କ୍ରେଡିଟ୍‌ କାର୍ଡ ଉପରେ ରିଓ୍ବାର୍ଡ ପଏଣ୍ଟ ଏପ୍ରିଲ ୧୫ରୁ ଶେଷ ହେବ। ବାର୍ଷିକ ମେଣ୍ଟେନାନ୍ସ ଦେୟ ବ୍ୟତିତ ଏସ୍‌ବିଆଇ ଡେବିଟ୍‌ କାର୍ଡଧାରୀଙ୍କ ପାଇଁ ଜାରି ଶୁଳ୍କ ଏବଂ ଅନ୍ୟ ସେବା ଶୁଳ୍କରେ ପରିବର୍ତ୍ତନ ଲାଗି ବିଜ୍ଞପ୍ତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ

ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ…

ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ

ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ…

ମାଛ ଧରିବାକୁ ଯାଇଥିଲେ, ମିଳିଲା ମୃତଦେହ

କୋକସରା,୩।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ମାଛ ଧରିବା ପାଇଁ ଯାଇଥିବା କୋକସରା ବ୍ଲକ ଆମପାଣି ଥାନା ଖଲିଗଡ ଗ୍ରାମର ଜଣେ ଯୁବକ ଡ୍ୟାମ ବୁଡ଼ି ନିଖୋଜ ହୋଇ ଯାଇଥିଲେ।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରାକ୍ଟର, ଆଉ ତା’ପରେ…

କେନ୍ଦୁଝର,୩ା୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ତେଲକୋଇ ବସ୍‌ଷ୍ଟାଣ୍ଡ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ…

ମଧ୍ୟପ୍ରାଚ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ! ଇରାନ ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ମୂଲ୍ୟ ଦେଇନାହିଁ କହିଲେ ଟ୍ରମ୍ପ

ଓ୍ବାଶିଂଟନ,୩ା୫: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ସେ କହିଛନ୍ତି ଯେ ତେହେରାନ ଏପର୍ଯ୍ୟନ୍ତ ତାଙ୍କ…

ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ

ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା…

ଶୁଦ୍ଧି ହେବେ ଜିତୁ ମୁଣ୍ଡା

ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ…

‘ମୁଁ ୬ ଜଣ ପୀଡିତାଙ୍କ ମଧ୍ୟରୁ ଜଣେ’, ବ୍ରିଜଭୂଷଣ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଲେ ଭିନେଶ ଫୋଗଟ

ନୂଆଦିଲ୍ଲୀ,୩ା୫: ଭାରତର ପ୍ରସିଦ୍ଧ କୁସ୍ତିଯୋଦ୍ଧା ଭିନେଶ ଫୋଗଟ ରବିବାର ଏକ ଚେତାବନୀ ଜାରି କରିଛନ୍ତି । ଗୋଣ୍ଡାରେ ହେବାକୁ ଥିବା ଜାତୀୟ ଓପନ୍ ରାଙ୍କିଂ ଟୁର୍ନାମେଣ୍ଟରେ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri