Posted inଜାତୀୟ

ଆତଙ୍କବାଦୀ ପ୍ରଯୁକ୍ତି ବ୍ୟବହାର କରିବା ଚିନ୍ତାଜନକ

ନୂଆଦିଲ୍ଲୀ,୩୦।୧୦(ପି.ଟି.): ଯୁବପିଢ଼ିଙ୍କୁ କଟ୍ଟରପନ୍ଥୀ କରିବା ସହ ସମାଜରେ ଉତ୍ତେଜନା ସୃଷ୍ଟି ଲାଗି ବିଭିନ୍ନ ଆତଙ୍କବାଦୀ ସଂଗଠନ ନୂଆ ପ୍ରଯୁକ୍ତିର ଉପଯୋଗ କରୁଛନ୍ତି। ଏହାର ମୁକାବିଲା ପାଇଁ ବୈଶ୍ୱିକ ସ୍ତରରେ ମିଳିତ ଉଦ୍ୟମ ଆବଶ୍ୟକ ବୋଲି ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍‌ ଶନିବାର କହିଛନ୍ତି। ଦିଲ୍ଲୀରେ ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦ ନିରୋଧୀ କମିଟି ବୈଠକରେ ବାର୍ତ୍ତା ଦେଇ ଗୁଟେରେସ୍‌ କହିଛନ୍ତି, ମାନବ ସମାଜର ବିକାଶରେ ନୂଆ ପ୍ରଯୁକ୍ତିର ଅତୁଳନୀୟ ଶକ୍ତି ରହିଛି। ଅଥଚ ଦୁଃଖର ବିଷୟ ତାହା ଆତଙ୍କବାଦୀମାନଙ୍କ ହାତରେ ପଡ଼ିଛି। ସେମାନେ ଏହାକୁ ବ୍ୟବହାର କରିବା ଚିନ୍ତାଜନକ। ଏହି ପ୍ରଯୁକ୍ତି ବଳରେ ସେମାନେ ଭୁଲ୍‌ ସୂଚନା ପ୍ରସାରଣ କରିବା ସହ ଯୁବକମାନଙ୍କୁ ଉଗ୍ର କରାଉଛନ୍ତି ବୋଲି ଜାତିସଂଘ ମୁଖ୍ୟ କହିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ଏହି ବୈଠକରେ ଜାତିସଂଘ ସୁରକ୍ଷା ପରିଷଦର ସମସ୍ତ ୧୫ ସଦସ୍ୟ ରାଷ୍ଟ୍ରର ପ୍ରତିନିଧି ଯୋଗ ଦେଇଛନ୍ତି। ଗୁଟେରେସ୍‌ ପଠାଇଥିବା ବାର୍ତ୍ତାକୁ ଜାତିସଂଘର ଜଣେ କାର୍ଯ୍ୟକର୍ତ୍ତା ପାଠ କରିଥିଲେ।
ଆତଙ୍କବାଦୀଙ୍କ ଦ୍ୱାରା ଏନ୍‌କ୍ରିପ୍ଟେଡ୍‌ ମେସେଜିଂ ଏବଂ କ୍ରିପ୍ଟୋ କରେନ୍ସି ବ୍ୟବହାରକୁ ଯଥାସମ୍ଭବ ବନ୍ଦ କରିବା ଲାଗି ବିଶ୍ୱସ୍ତରରେ ବଳିଷ୍ଠ ଉଦ୍ୟମ ହେବା ଆବଶ୍ୟକ ବୋଲି ଶନିବାର ଭାରତ କହିଛି। ଆତଙ୍କବାଦୀ ସଂଗଠନଗୁଡ଼ିକର ଟୁଲ୍‌କିଟ୍‌ରେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଶକ୍ତିଶାଳୀ ଉପକରଣରେ ପରିଣତ ହେବା ନେଇ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର ସତର୍କ କରାଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଥିବା ଶୁକ୍ରବାର ଜୟଶଙ୍କର କହିଥିଲେ।

ସେହିପରି ୟୁଏନ୍‌ଏସ୍‌ସି ଆତଙ୍କବାଦୀ ନିରୋଧୀ କମିଟିରେ ଉଦ୍‌ବୋଧନ ଦେଇ ବ୍ରିଟିଶ ବହିର୍ବ୍ୟାପାର ସଚିବ ଜେମ୍ସ କ୍ଲେଭର୍ଲି କହିଛନ୍ତି, ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଏବଂ ଉନ୍ନ ପ୍ରଯୁକ୍ତି ବ୍ୟବହାର ବନ୍ଦ କରିବା ଦିଗରେ ଅନ୍ତର୍ଜାତୀୟ ସମୁଦାୟ ଏକାଠି କାର୍ଯ୍ୟ କରିବା ଜରୁରୀ। ଅନ୍ତର୍ଜାତୀୟ ସ୍ତରରେ ଆତଙ୍କବାଦୀ ନିଯୁକ୍ତି ଲାଗି ଅନ୍‌ଲାଇନରେ ପ୍ରଚାର କରାଯାଉଛି। ଏହାକୁ ପ୍ରତିହତ କରିବା ଲାଗି କ୍ଲେଭର୍ଲି ଜାତିସଂଘର ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଆହ୍ବାନ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୋଲ ଗେଟରେ ଆଉ ଲାଗିବ ନାହିଁ ଲମ୍ବା ଲାଇନ, ସରକାର ବଦଳାଇବେ ପେମେଣ୍ଟ ସିଷ୍ଟମ

ନୂଆଦିଲ୍ଲୀ,୫।୪: ଯଦି ଆପଣ ପ୍ରାୟତଃ ରାଜପଥରେ ଯାତ୍ରା କରନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ଟୋଲ ପ୍ଲାଜାରେ ନଗଦ ଦେୟକୁ ସମ୍ପୂର୍ଣ୍ଣ…

ଭାଜପାରେ ଯୋଗଦେବେ ରାଘବ ଚଢା? ମୋଦିଙ୍କ ସମାଲୋଚନା କରିଥିବା ପୋଷ୍ଟ କଲେ ଡିଲିଟ୍‌, ବଢିଲା ହଲଚଲ  

ନୂଆଦିଲ୍ଲୀ,୫।୪: ଦେଶର ରାଜନୈତିକ ମହଲରେ ଏବେ ଏକ ବଡ଼ ଧରଣର ଚର୍ଚ୍ଚା ଜୋର ଧରିଛି। ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଏମ୍‌ପି ରାଘବ ଚଢା…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିବ ଭାରତ? ରାଜନାଥଙ୍କ ଚେତାବନୀ ପରେ ସେନାରେ ହଲଚଲ!

ନୂଆଦିଲ୍ଲୀ,୫।୪: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବାକ୍‌ ଯୁଦ୍ଧ ପୁଣି ଥରେ ତୀବ୍ର ହୋଇଛି। ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫଙ୍କ ସାମ୍ପ୍ରତିକ ବୟାନ ସ୍ପଷ୍ଟ ଭାବରେ…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

‘ଏହା କେବଳ ଟ୍ରେଲର ମାତ୍ର… ପିକ୍ଚର ଏବେବି ବାକି ଅଛି’, AAPକୁ ନେଇ ନୂଆ ଭିଡ଼ିଓ ଜାରି କଲେ ରାଘବ ଚଢା

ନୂଆଦିଲ୍ଲୀ,୫।୪: ରାଜ୍ୟ ସଭାରେ ଉପନେତା ପଦରୁ ତାଙ୍କୁ ହଟାଇବା ପରେ, ଆମ ଆଦମୀ ପାର୍ଟି (ଆପ) ନେତା ଏବଂ ରାଘବ ଚଢାଙ୍କ ମଧ୍ୟରେ ବାକ ଯୁଦ୍ଧ ତୀବ୍ର…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri