ଅସ୍ଥିରତା ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ ,୩୦।୧୦: ଗତ କିଛି ମାସ ହେବ ଉଭୟ ଭୌଗୋଳିକ ଓ ରାଜନୈତିକ କାରଣରୁ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ବ୍ୟାପକ ପ୍ରଭାବ ପକାଇଛି ବୋଲି ଏକ ଅନ୍ତଃରାଷ୍ଟ୍ରୀୟ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି। ଏପରିକି ଗତ ୨ ବର୍ଷର କୋଭିଡ୍‌ କଟକଣା ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥା ଏକ ପ୍ରକାର ନିମ୍ନଗାମୀ ହୋଇପଡ଼ିଥିଲା। ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସାରା ବିଶ୍ୱ ନାନାଦି ଉପାୟ ଓ ପଦକ୍ଷେପ ଗ୍ରହଣ କରିଥିଲା। ସେହିଭଳି ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ କୋଭିଡ୍‌ କଟକଣାକୁ କୋହଳ କରିଥିଲା ବେଳେ ଭୌଗୋଳିକ ସମସ୍ୟା ଏକ ପ୍ରକାର ପ୍ରତିବନ୍ଧକ ସାଜିଥିଲା। ସେହିଭଳି ଅନ୍ତଃରାଷ୍ଟ୍ରୀୟ ବିବାଦଗୁଡିକ ପାଇଁ ଦରବୃଦ୍ଧି ଓ ଅର୍ଥ ବ୍ୟବସ୍ଥା ଉଭୟ ସରକାର ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇ ଦେଇଛି। ଖାଲି ଭାରତ ଯେ ମାନ୍ଦାବସ୍ଥା ଓ ଦରବୃଦ୍ଧିର ସମ୍ମୁଖୀନ ହେଉଛି ତା’ ନୁହେଁ ସାରା ବିଶ୍ବରେ ମାନ୍ଦାବସ୍ଥା ଜାରି ରହିଛି। ଆୟଠାରୁ ଆରମ୍ଭକରି ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁ ଦେଶର ସରକାର ପ୍ରାଣପଣେ ଲାଗିଛନ୍ତି। ହେଲେ ମୁଦ୍ରାସ୍ଫୀତ ଓ ଉଚ୍ଚ ଦର ଏବଂ ବେକାରି ସମସ୍ୟା ଯୋଗୁ ଅସ୍ଥିରତା ଦେଖାଦେଇଛି। ସେହିପରି ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଦରଦାମ ବୃଦ୍ଧି ଜାରି ରହିଛି। କାରଣ ଆମଦାନୀ ଓ ରପ୍ତାନି ଜନିତ ସମସ୍ୟା ଯୋଗୁ ଦରବୃଦ୍ଧି ମୁଖ୍ୟ ସମସ୍ୟା ପାଲଟିଛି ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ମୁଦ୍ରାସ୍ଫୀତିକୁ ଆୟତ୍ତରେ ରଖିବା ପାଇଁ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଦରବୃଦ୍ଧି ଓ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉନାହିଁ। ଏଭଳି ପରିସ୍ଥିତିରେ ଆର୍‌ବିଆଇ ଆସନ୍ତା ମାସରେ ଏକ ଜରୁରିକାଳୀନ ଏମ୍‌ପିସି ବୈଠକ ଡକାଇଛନ୍ତି। ଉକ୍ତ ବୈଠକ ପରେ ଆର୍‌ବିଆଇ ପୁଣି ଥରେ ଋଣ ସୁଧ ହାରକୁ ବଢାଇପାରନ୍ତି ବୋଲି ଆକଳନ କରାଯାଉଛି। ଫଳରେ ସୁଧ ହାର ବୃଦ୍ଧି ହେଲେ ଦରବୃଦ୍ଧି ଓ ଖର୍ଚ୍ଚ ପରିମାଣ ପୂର୍ବାପେକ୍ଷା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri