ଅସ୍ଥିରତା ମଧ୍ୟରେ ବିଶ୍ୱ ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ ,୩୦।୧୦: ଗତ କିଛି ମାସ ହେବ ଉଭୟ ଭୌଗୋଳିକ ଓ ରାଜନୈତିକ କାରଣରୁ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ବିଶ୍ୱ ଅର୍ଥବ୍ୟବସ୍ଥା ଉପରେ ବ୍ୟାପକ ପ୍ରଭାବ ପକାଇଛି ବୋଲି ଏକ ଅନ୍ତଃରାଷ୍ଟ୍ରୀୟ ସର୍ଭେ ସଂସ୍ଥା ପକ୍ଷରୁ କୁହାଯାଇଛି। ଏପରିକି ଗତ ୨ ବର୍ଷର କୋଭିଡ୍‌ କଟକଣା ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥା ଏକ ପ୍ରକାର ନିମ୍ନଗାମୀ ହୋଇପଡ଼ିଥିଲା। ମାନ୍ଦାବସ୍ଥାରୁ ମୁକୁଳିବା ପାଇଁ ସାରା ବିଶ୍ୱ ନାନାଦି ଉପାୟ ଓ ପଦକ୍ଷେପ ଗ୍ରହଣ କରିଥିଲା। ସେହିଭଳି ଅର୍ଥ ବ୍ୟବସ୍ଥାରେ ସୁଧାର ପାଇଁ କୋଭିଡ୍‌ କଟକଣାକୁ କୋହଳ କରିଥିଲା ବେଳେ ଭୌଗୋଳିକ ସମସ୍ୟା ଏକ ପ୍ରକାର ପ୍ରତିବନ୍ଧକ ସାଜିଥିଲା। ସେହିଭଳି ଅନ୍ତଃରାଷ୍ଟ୍ରୀୟ ବିବାଦଗୁଡିକ ପାଇଁ ଦରବୃଦ୍ଧି ଓ ଅର୍ଥ ବ୍ୟବସ୍ଥା ଉଭୟ ସରକାର ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇ ଦେଇଛି। ଖାଲି ଭାରତ ଯେ ମାନ୍ଦାବସ୍ଥା ଓ ଦରବୃଦ୍ଧିର ସମ୍ମୁଖୀନ ହେଉଛି ତା’ ନୁହେଁ ସାରା ବିଶ୍ବରେ ମାନ୍ଦାବସ୍ଥା ଜାରି ରହିଛି। ଆୟଠାରୁ ଆରମ୍ଭକରି ଦରବୃଦ୍ଧିକୁ ନିୟନ୍ତ୍ରଣରେ ରଖିବା ପାଇଁ ସବୁ ଦେଶର ସରକାର ପ୍ରାଣପଣେ ଲାଗିଛନ୍ତି। ହେଲେ ମୁଦ୍ରାସ୍ଫୀତ ଓ ଉଚ୍ଚ ଦର ଏବଂ ବେକାରି ସମସ୍ୟା ଯୋଗୁ ଅସ୍ଥିରତା ଦେଖାଦେଇଛି। ସେହିପରି ବିଭିନ୍ନ ଅଞ୍ଚଳରେ ବର୍ତ୍ତମାନ ଦରଦାମ ବୃଦ୍ଧି ଜାରି ରହିଛି। କାରଣ ଆମଦାନୀ ଓ ରପ୍ତାନି ଜନିତ ସମସ୍ୟା ଯୋଗୁ ଦରବୃଦ୍ଧି ମୁଖ୍ୟ ସମସ୍ୟା ପାଲଟିଛି ବୋଲି ବଜାର ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ଅପରପକ୍ଷରେ ମୁଦ୍ରାସ୍ଫୀତିକୁ ଆୟତ୍ତରେ ରଖିବା ପାଇଁ ଭାରତୀୟ ରିର୍ଜଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଦରବୃଦ୍ଧି ଓ ଅର୍ଥ ବ୍ୟବସ୍ଥାରେ ସୁଧାର ପରିଲକ୍ଷିତ ହେଉନାହିଁ। ଏଭଳି ପରିସ୍ଥିତିରେ ଆର୍‌ବିଆଇ ଆସନ୍ତା ମାସରେ ଏକ ଜରୁରିକାଳୀନ ଏମ୍‌ପିସି ବୈଠକ ଡକାଇଛନ୍ତି। ଉକ୍ତ ବୈଠକ ପରେ ଆର୍‌ବିଆଇ ପୁଣି ଥରେ ଋଣ ସୁଧ ହାରକୁ ବଢାଇପାରନ୍ତି ବୋଲି ଆକଳନ କରାଯାଉଛି। ଫଳରେ ସୁଧ ହାର ବୃଦ୍ଧି ହେଲେ ଦରବୃଦ୍ଧି ଓ ଖର୍ଚ୍ଚ ପରିମାଣ ପୂର୍ବାପେକ୍ଷା ବୃଦ୍ଧି ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri