Posted inଖେଳ

ଆଥଲେଟ୍‌ଙ୍କୁ ଉତ୍ସାହିତ କଲେ ଉଷା

ଭୁବନେଶ୍ୱର, ୧୫।୬ (ତପନ ସ୍ବାଇଁ): ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ ସଭାପତି ତଥା ଏମ୍‌ପି ପି.ଟି. ଉଷା ବୁଧବାର କିଟ୍‌ ଆଥଲେଟିକ୍‌ ଷ୍ଟାଡିୟମ ପରିଦର୍ଶନ କରିଛନ୍ତି। ଚାଇନାର ଚେଙ୍ଗଡୁଠାରେ ଜୁଲାଇ ୨୮ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ପାଇଁ କିଟ୍‌ରେ ଚୟନ ଟ୍ରାଏଲ୍‌ ଚାଲିଛି। ଉଷା ଆଥଲେଟ୍‌ଙ୍କ ସହ ଭାବ ବିନିମୟ କରିବା ଅବସରରେ ଉତ୍ସାହିତ କରିଥିଲେ। ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ଅଧିକରୁ ଅଧିକ ପଦକ ଜିତିବାକୁ ସେ ପରାମର୍ଶ ଦେଇଥିଲେ। ଚଳିତ ବର୍ଷ ଭାରତରୁ ୧୨ ଇଭେଣ୍ଟରେ ୩୩୫ ଆଥଲେଟ୍‌ ଅଂଶଗ୍ରହଣ କରିବାକୁ ଯାଉଥିବା ଉଷା ଏଠାରେ ଜାଣିବାକୁ ପାଇଥିଲେ। ଭାରତୀୟ ପ୍ରତିଯୋଗୀମାନେ ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡ୍‌ମିଣ୍ଟନ, ଫେନ୍‌ସିଂ, ଜୁଡୋ, ଶୁଟିଂ, ସୁଇମିଂ, ଟେବୁଲ ଟେନିସ, ଟାଇକୋଣ୍ଡୋ, ଟେନିସ, ଉଷୁ ଓ ଭଲିବଲ ଇଭେଣ୍ଟରେ ଅଂଶଗ୍ରହଣ କରିବ। ଆସୋସିଏଶନ ଅଫ୍‌ ଇଣ୍ଡିଆନ ୟୁନିଭର୍ସିଟିଜ୍‌ ଏତେ ସଂଖ୍ୟକୁ ଆଥଲେଟ୍‌ ପଠାଇବା ଏହା ପ୍ରଥମ।
ପ୍ରକାଶ ଯୋଗ୍ୟ ଯେ, ଭାରତୀୟ ଦଳ ଭାଗ ନେବାକୁ ଯାଉଥିବା ୧୨ ଇଭେଣ୍ଟରୁ କିଟ୍‌ରେ ୪ ବିଭାଗରେ ଚୟନ ଟ୍ରାଏଲ ଚାଲିଛି। ତାହା ହେଲା ଆର୍ଚେରୀ, ଆଥଲେଟିକ୍ସ, ବ୍ୟାଡ୍‌ମିଣ୍ଟନ ଓ ଭଲିବଲ। ଉଭୟ ମହିଳା ଓ ପୁରୁଷ ବିଭାଗରେ ଏହି ଟ୍ରାଏଲ ବୁଧବାର ଆରମ୍ଭ ହୋଇଛି ଏବଂ ଗୁରୁବାର ମଧ୍ୟ ଚାଲିବ। ଅଲିମ୍ପିଆନ ପ୍ରିୟଙ୍କା ଗୋସ୍ବାମୀ ୨୦୨୪ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରି ସାରିଛନ୍ତି। ଲାଲୁ ପ୍ରସାଦ ଭୋଇ, ପ୍ରଜ୍ଞା ପ୍ରଶାନ୍ତି ସାହୁ, ବିକ୍ରାନ୍ତ ମଲିକ, ଆଶିଷ ସ୍ବାଇଁ, ମାମାଲି ନାଗ୍‌, ଶିବାନୀ ପ୍ରିୟଦର୍ଶିନୀଙ୍କ ପରି କେତେକ ଓଡ଼ିଶା ଖେଳାଳି ଟ୍ରାଏଲରେ ପ୍ରଭାବୀ ପ୍ରଦର୍ଶନ କରି ଇଣ୍ଡିଆନ ୟୁନିଭର୍ସିଟି ଟିମ୍‌ରେ ସ୍ଥାନ ପାଇବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ଅବସରରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପକ୍ଷରୁ କ୍ରୀଡ଼ା ମହାନିର୍ଦ୍ଦେଶକ ଗଗନେନ୍ଦୁ ଦାଶ ସମ୍ମାନ ସ୍ବରୂପ ଉଷାଙ୍କୁ ଜନଜାତୀୟ ଖେଳ ମହୋତ୍ସବର ଏକ ଟି-ଶାର୍ଟ ପ୍ରଦାନ କରିଥିଲେ। ଖେଳକୁ ପ୍ରୋତ୍ସାହନ ଦେଉଥିବାରୁ ଉଷା କିଟ୍‌ ଓ କିସ୍‌କୁ ପ୍ରଶଂସା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri