ଜୁରିଚ୍,୧୩ା୧୧: ଆସନ୍ତା ସପ୍ତାହରେ କାତାରରେ ୧୭ବର୍ଷରୁ କମ୍ ବାଳକ ଫିଫା ବିଶ୍ୱକପ୍ ଖେଳାଯିବାକୁ ଥିବା ବେଳେ ସୁରକ୍ଷାଗତ କାରଣ ଦର୍ଶାଇ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍)ର ଫୁଟ୍ବଲ ପରିଷଦ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ପାଇଁ ଦଳ ନ ପଠାଇବାକୁ ନିଷ୍ପତ୍ତି ନେଇଛି।
ଫେବୃଆରୀରେ ଇରାନ ଉପରେ ଆମେରିକାର ସାମରିକ ଆକ୍ରମଣ ପରଠାରୁ କାତାର ଓ ଉପସାଗରୀୟ ଅଞ୍ଚଳରେ ହାଇ ସିକ୍ୟୁରିଟି ଆଲର୍ଟରେ ରହିଛି। ୪୮ଟି ଦେଶକୁ ନେଇ ଏହି ଫିଫା ଟୁର୍ନାମେଣ୍ଟ ଆସନ୍ତା ବୁଧବାର ଦୋହାଠାରେ ଆରମ୍ଭ ହେବ। ନଭେମ୍ବର ୨୧ରେ ୟୁଏସ୍ଏ ଏହାର ପ୍ରଥମ ମ୍ୟାଚ ମଣ୍ଟେନିଗ୍ରୋ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଥିଲା। ଦଳର ଅନ୍ୟ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଥିଲେ ଚିଲ୍ଲି ଓ ଆଲଜେରିଆ।