Posted inଖେଳ

ୟୁଏସ୍‌ ଓପନ: ଗ୍ରାଣ୍ଡସ୍ଲାମ ଟେନିସରେ ନାଗାଲଙ୍କ ଚମକ

ନ୍ୟୁୟର୍କ, ୩।୯(ପି.ଟି.)- ଦୀର୍ଘ ୭ ବର୍ଷ ବ୍ୟବଧାନରେ ପ୍ରଥମ ଭାରତୀୟ ଭାବେ ସୁମିତ ନାଗାଲ କୌଣସି ଏକ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ ଜିତିଛନ୍ତି। ଏଠାରେ ଚାଲିଥିବା ୟୁଏସ ଓପନ ଗ୍ରାଣ୍ଡସ୍ଲାମ ଟେନିସର ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡରେ ସେ ଆମେରିକାର ବ୍ରାଡ୍‌ଲି କ୍ଲାନ୍‌ଙ୍କୁ ପରାସ୍ତ କରିଛନ୍ତି। ଦ୍ୱିତୀୟ ରାଉଣ୍ଡରେ ନାଗାଲ ବିଶ୍ୱର ୩ ନମ୍ବର ଖେଳାଳି ଡୋମିନିକ୍‌ ଥିମ୍‌ଙ୍କୁ ଭେଟିବେ।
ଗତବର୍ଷ ଫ୍ଲୁସିଙ୍ଗ୍‌ ମାଡୋସରେ ରୋଜର ଫେଡରରଙ୍କୁ ଏକ ସେଟ୍‌ରେ ପଛରେ ପକାଇ ଦେଇଥିବା ନାଗାଲ ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ କରି ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ କ୍ଲାନ୍‌ଙ୍କୁ ୬-୧, ୬-୩, ୩-୬, ୬-୧ ସେଟ୍‌ରେ ପରାସ୍ତ କରିଛନ୍ତି। ମଙ୍ଗଳବାର ରାତିରେ ଏହି ମ୍ୟାଚଟି ୨ ଘଣ୍ଟା ୧୨ ମିନିଟ ଧରି ଚାଲିଥିଲା। ପୂର୍ବରୁ ଭାରତର ସୋମଦେବ ଦେବବର୍ମନ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟର ମୁଖ୍ୟ ଡ୍ରରେ ପ୍ରବେଶ କରି ଗୋଟିଏ ରାଉଣ୍ଡ ଜିତିବାକୁ ସକ୍ଷମ ହୋଇଥିଲେ। ୨୦୧୩ରେ ସେ ଏହି ୟୁଏସ ଓପନର ଫାଇନାଲରେ ସ୍ଲୋଭାକିଆର ଲୁକାସ ଲାକୋଙ୍କୁ ଏକ କଡ଼ା ମୁକାବିଲାରେ ପରାସ୍ତ କରିଥିଲେ। ”୨୦୧୩ରେ ମୁଁ ଏହି ପ୍ରତିଯୋଗିତାର ଜୁନିୟର ବିଭାଗ ପାଇଁ ଯୋଗ୍ୟତା ଅର୍ଜନ କରିଥିଲି। ଏଥର ସିନିୟର ପାଇଁ ଯୋଗ୍ୟତା ପାଇବା ଏବଂ ପ୍ରଥମ ରାଉଣ୍ଡ ଜିତିବା ମୋ ପାଇଁ ବହୁତ କିଛି। ମୁଁ ଏଠାରେ ଖେଳକୁ ଉପଭୋଗ କରିଥାଏ ଏବଂ ଅନେକଥର ଭାଗ୍ୟ ମୋତେ ସାଥ୍‌ ଦେଇଛି“ ବୋଲି ନାଗାଲ ପ୍ରକାଶ କରିଛନ୍ତି। ୨୦୧୭ ଜାନୁୟାରୀରେ ଅବସର ନେଇଥିବା ସୋମଦେବ ୨୦୧୩ରେ ଅଷ୍ଟ୍ରେଲିଆନ ଓପନ, ଫ୍ରେଞ୍ଚ୍‌ ଓପନ ଓ ୟୁଏସ ଓପନର ପ୍ରଥମ ରାଉଣ୍ଡ ମ୍ୟାଚ ଜିତିଥିଲେ। ଏହା ବ୍ୟତୀତ ସେ ୨୦୧୧ରେ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମରେ ମଧ୍ୟ ଦ୍ୱିତୀୟ ରାଉଣ୍ଡ ମ୍ୟାଚ ଖେଳିଥିଲେ। ସୋମଦେବଙ୍କ ପରେ ୟୁକି ଭାମ୍ବ୍ରି, ରାମକୁମାର ରାମନାଥନ ଓ ପ୍ରଜନେଶ ଗୁଣେଶ୍ୱରନଙ୍କ ପରି ଅନେକ ପ୍ରତିଭାବାନ ଖେଳାଳି ଆସିଛନ୍ତି। ମାତ୍ର କେହି ଗ୍ରାଣ୍ଡସ୍ଲାମର ମୁଖ୍ୟ ଡ୍ର’ରେ ପ୍ରବେଶ କରିପାରି ନାହାନ୍ତି। ସାକେଥ ମାୟନେନି ୨୦୧୬ରେ ୟୁଏସ ଓପନ ପ୍ରଥମ ରାଉଣ୍ଡ ଖେଳିଥିଲେ ହେଁ ପ୍ରଥମ ରାଉଣ୍ଡରେ ଚେକ୍‌ ରିପବ୍ଲିକର ଜିରି ଭେସଲିଙ୍କଠାରୁ ହାରି ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri