Posted inଖେଳ

ଯୁବରାଜଙ୍କ ଫୋନ୍‌ କଲ୍‌କୁ ଅପେକ୍ଷା କରିଛନ୍ତି ଏହି କ୍ରିକେଟର୍‌: ଜାଣନ୍ତୁ କାହିଁକି

ନ୍ୟୁୟର୍କ,୧୨।୯: ଆମେରିକା ପାଇଁ ଖେଳୁଥିବା ଭାରତୀୟ ମୂଳ ଉଇକେଟ କିପର ବ୍ୟାଟ୍ସମ୍ୟାନ ଜସକରନ ମାଲହୋତ୍ରା ୨ ଦିନ ପୂର୍ବରୁ ଦିନିକିଆ କ୍ରିକେଟରେ ଇତିହାସ ସୃଷ୍ଟି କରିଥିଲେ। ସେ ପାପୁଆ ନ୍ୟୁ ଗିନି ବିପକ୍ଷ ମ୍ୟାଚରେ ୬ଟି ବଲରେ ୬ଟି ଛକା ମାରିିଥିଲେ। ଏହା ସହ ସେ ହର୍ସେଲ ଗିବ୍ସଙ୍କ ପରେ ଦିନିକିଆ ମ୍ୟାଚ୍‌ରେ ଗୋଟିଏ ଓଭରରେ ୬ଟି ଛକା ମାରି ଦୁନିଆର ଦ୍ୱିତୀୟ ଖେଳାଳି ହୋଇଥିଲେ। ଏହି ଇନିଂସ ପରେ ଜସକରନଙ୍କୁ ସମଗ୍ର ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟି ଥିଲା। କିନ୍ତୁ ଜଣେ ବ୍ୟକ୍ତି ଯାହାଙ୍କଠାରୁ ଶୁଭେଚ୍ଛା ଅପେକ୍ଷା କରିଛନ୍ତି ଜସକରଣ। ସେ ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ଫୋନ କଲ୍‌କୁ ଅପେକ୍ଷା କରିଛନ୍ତି। କାରଣ ଯୁବରାଜ ପ୍ରଥମ ବ୍ୟାଟ୍ସମ୍ୟାନ ଯିଏକି ଅନ୍ତର୍ଜାତୀୟ ଟି -୨୦ରେ ୬ଟି ଛକା ମାରିଥିଲେ। କୌତୁହଳର ବିଷୟ ହେଉଛି, ଉଭୟ ଜସକରନ ଏବଂ ଯୁବରାଜ ପଞ୍ଜାବର ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ ଏବଂ ଉଭୟ ପଞ୍ଜାବରେ କ୍ରିକେଟ ଖେଳିଥିଲେ। ସେଥିପାଇଁ ଜସକରନ ଯୁବରାଜଙ୍କୁ ପସନ୍ଦ କରନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ, ମୁଁ ଜାଣେ ଯେ ୟୁଭି ପାଜି (ଯୁବରାଜ ସିଂ) ମୋତେ ଶୀଘ୍ର ଫୋନ କରିବେ। ମୁଁ ତାଙ୍କ କଲକୁ ଉତ୍ସାହର ସହିତ ଅପେକ୍ଷା କରିଛି।
ଜସକରନ କେବଳ ପାପୁଆ ନ୍ୟୁ ଗିନି ବିପକ୍ଷରେ ୬ଟି ବଲରେ ୬ଟି ଛକା ମାରି ନାହାଁନ୍ତି, ବରଂ ସେ ଆମେରିକାର ପ୍ରଥମ ଦିନିକିଆରେ ଶତକ ହାସଲ କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ସେ ଏହି ମ୍ୟାଚରେ ୧୨୪ ବଲରେ ଅପରାଜିତ ୧୭୩ ରନ ସ୍କୋର କରିଥିଲେ। ଏହି ଇନିଂସରେ ସେ ୪ ଚୌକା ଓ ୧୬ ଛକା ମାରିଥିଲେ। ଦିନିକିଆରେ ପାଞ୍ଚ ନମ୍ବରରେ ବ୍ୟାଟିଂ କରୁଥିବାବେଳେ କୌଣସି ବ୍ୟାଟ୍ସମ୍ୟାନଙ୍କ ଏହା ସର୍ବାଧିକ ସ୍କୋର ଅଟେ।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରୁଥିଲେ ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା: ଆଖିବୁଜିଦେଲେ ଯୁବ ବିଜେଡିର ସୁସଙ୍ଗଠକ, ୩ ଗୁରୁତର 

ଦିଗପହଣ୍ଡି,୨୭।୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡାହାଡ ଡ୍ୟାମ ରାସ୍ତାର ବିଦେଶୀ ମଦ ଦୋକାନ ନିକଟରେ ଶୁକ୍ରବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ବୁଲେଟ୍‌ ଓ ସ୍କୁଟି ମଧ୍ୟରେ…

ସେମିଫାଇନାଲରେ କେଉଁ ଦଳ ସହିତ ମୁକାବିଲା କରିବ ଭାରତ? ସମ୍ପୂର୍ଣ୍ଣ ସମୀକରଣ ଜାଣନ୍ତୁ…

ନୂଆଦିଲ୍ଲୀ,୨୭।୨: ଭାରତୀୟ ଦଳ ମାର୍ଚ୍ଚ ୧ ତାରିଖରେ ଜିମ୍ବାୱେ ବିପକ୍ଷରେ ଟି-୨୦ ବିଶ୍ୱକପ ୨୦୨୬ ସୁପର ୮ରେ ତାର ଶେଷ ମ୍ୟାଚ ଖେଳିବ। ଯଦି ଭାରତୀୟ ଦଳ…

The Kerala Story 2 Release: ଫିଲ୍ମ ଉପରେ ଥିବା ସ୍ଥଗିତାଦେଶ ଉଠାଇଲେ କେରଳ ହାଇକୋର୍ଟର ଡିଭିଜନ ବେଞ୍ଚ

ମୁମ୍ବାଇ,୨୭।୨: ଶୁକ୍ରବାର କେରଳ ହାଇକୋର୍ଟ ‘ଦି କେରଳ ଷ୍ଟୋରି 2’ ଚଳଚ୍ଚିତ୍ରର ନିର୍ମାତାଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। କିଛି ଦିନ ପୂର୍ବରୁ କେରଳ ହାଇକୋର୍ଟର ଏକକ ବିଚାରପତି…

ଏହି ୩ ରାଶିଙ୍କ ପାଇଁ ମାର୍ଚ୍ଚ ମାସ ଅତ୍ୟନ୍ତ ଭାଗ୍ୟଶାଳୀ, ଖୋଲିଯବ ଉନ୍ନତିର ରାସ୍ତା

ବର୍ଷର ଦ୍ୱିତୀୟ ମାସ ଫେବୃଆରୀ ଶେଷ ହେବ। ବର୍ଷର ତୃତୀୟ ମାସ ଅର୍ଥାତ୍‌ ମାର୍ଚ୍ଚର ଆଗମନ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମାର୍ଚ୍ଚ ମାସ ବହୁତ ସ୍ବତନ୍ତ୍ର ହେବାକୁ…

ଭାଜପା ଇଚ୍ଛାଧାରୀ ନାଗ, ମୋଦିଙ୍କୁ ନେଇ କ’ଣ କହିଲେ ପବନ ଖେରା ଜାଣନ୍ତୁ

ନୂଆଦିଲ୍ଲୀ,୨୭।୨: ଶୁକ୍ରବାର (୨୭ ଫେବୃଆରୀ) ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀ ଅବକାରୀ ନୀତି ସହିତ ଜଡିତ ଏକ CBI ମାମଲାରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ…

୧ ମାର୍ଚ୍ଚରୁ ବନ୍ଦ ହୋଇଯିବ ଏମାନଙ୍କର ହ୍ବାଟ୍ସଆପ! ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ନୂଆ ନିୟମ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୨୭।୨: SIM-Binding ନିୟମ ସମ୍ପର୍କରେ ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ, କେନ୍ଦ୍ର ସରକାର ସ୍ପଷ୍ଟ ଭାବରେ ସୂଚିତ କରିଛନ୍ତି ଯେ ମେସେଜିଂ ଆପ…

ବାପାଙ୍କ ମୃତ୍ୟୁ ପରେ ରିଙ୍କୁ ସିଂ ପରବର୍ତ୍ତୀ ମ୍ୟାଚ ଖେଳିବେ ନା ନାହିଁ? BCCI ଦେଲା ବଡ଼ ସୂଚନା

ନୂଆଦିଲ୍ଲୀ,୨୭।୨: ଟିମ ଇଣ୍ଡିଆର ଷ୍ଟାର ଖେଳାଳି ରିଙ୍କୁ ସିଂଙ୍କ ପିତା ଖାନଚାନ୍ଦ ସିଂଙ୍କ ପରଲୋକ ହୋଇଯାଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପୀଡିତ ଥିଲେ।…

ଆକ୍ସନରେ ପ୍ରଶାସନ: ଇଟା ଭାଟିରେ ଚଢ଼ିଲା ବୁଲ୍‌ଡୋଜର

ଆସିକା,୨୭।୨: ଗଞ୍ଜାମ ଜିଲା ଋଷିପୁର ନିକଟରେ ଥିବା ବେଆଇନ ଇଟା ଭାଟିରେ ଶୁକ୍ରବାର ବୁଲ୍‌ଡୋଜର ଚଢିଛି। ତହସିଲଦାରଙ୍କ ସହ ସ୍ଥାନୀୟ ପୋଲିସ ଉପସ୍ଥିତରେ କଟାଯାଇଥିବା ହଜାର ହଜାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri