Posted inଫୁରସତ

ଡିସ୍‌ପ୍ଲେ ସ୍କ୍ରିନ୍‌ର ବୈଜ୍ଞାନିକ ରୂପଶ୍ରୀ ରାଗିଣୀ ଦାସ

ଦକ୍ଷିଣ କୋରିଆରେ ନିଜର ଗବେଷଣା ପାଇଁ ଦୁଇ ଦୁଇ ଥର ଶ୍ରେଷ୍ଠ ବୈଜ୍ଞାନିକର ଗୌରବ ଲାଭ କରିଥିବା ରୂପଶ୍ରୀ ରାଗିଣୀ ଦାସଙ୍କର ସାମ୍‌ସଙ୍ଗ ଡିସପ୍ଲେ ସ୍କ୍ରିନ ନିର୍ମାଣ ପଛରେ ରହିଛି ପ୍ରମୁଖ ଅବଦାନ। ଦେଶବିଦେଶରେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କର ଗବେଷଣା ଉଚ୍ଚ ପ୍ରଶଂସିତ ହେବାସହ ଆମେରିକା, ଜାପାନ, ଋଷିଆ, ଜର୍ମାନୀ ଓ କୋରିଆର ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ଗବେଷଣା ପାଇଁ ସେ ଏସ୍‌.ଏ.ଆଇ.ଟି.ର ପ୍ରତିନିଧ୍ୱତ୍ୱ ବି କରିଛନ୍ତି…

ଦକ୍ଷିଣ କୋରିଆରେ ଏକାଦିକ୍ରମେ ଦୁଇ ବର୍ଷ ଧରି ଶ୍ରେଷ୍ଠ ବୈଜ୍ଞାନିକ ହେବାର ଗୌରବ ଲାଭ କରିଛନ୍ତି ଓଡ଼ିଆ ଝିଅ ଡ. ରୂପଶ୍ରୀ ରାଗିଣୀ ଦାସ। ଓଡ଼ିଶା କେମିକାଲ୍‌ ସୋସାଇଟି ଓ ଆମେରିକୀୟ ରାସାୟନିକ ସୋସାଇଟିର ଆଜୀବନ ସଦସ୍ୟା ଡ. ଦାସ ୧୯୫୪ ମସିହା ମେ ୨୪ ତାରିଖରେ ଯାଜପୁର ଜିଲାରେ ଜନ୍ମ ଗ୍ରହଣ କରିଥିଲେ। ପିତା ଲକ୍ଷ୍ମୀକାନ୍ତ ଦାସ ଓ ମାତା ଶିଶିରା ଦାସ। ଜେଜେ ଶ୍ୟାମସୁନ୍ଦର ଦାସ ଓ ଜେଜେମା’ କୋକିଳା ଦେବୀ। ଚାରି ଭାଇ ଭଉଣୀରେ ସେ ଥିଲେ ବଡ଼। ରୂପଶ୍ରୀ ରେଭେନ୍ସା ମହାବିଦ୍ୟାଳୟରୁ ୧୯୭୫ ମସିହାରେ ଅଜୈବ ରସାୟନ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ସ୍ନାତକୋତ୍ତର ଉତ୍ତୀର୍ଣ୍ଣ ହେବାପରେ ୧୯୭୬ ଜୁଲାଇରୁ ୧୯୭୭ ଜାନୁୟାରୀ ଶେଷ ପର୍ଯ୍ୟନ୍ତ ରେଭେନ୍ସା ମହାବିଦ୍ୟାଳୟରେ ପ୍ରଫେସର ସ୍ବର୍ଗତ ସର୍ବେଶ୍ୱର ଗୁରୁଙ୍କର ତତ୍ତ୍ୱାବଧାନରେ ଜିଓକେମିଷ୍ଟ୍ରି ଗବେଷଣାରେ ବ୍ୟବହୃତ ଟ୍ରାଞ୍ଜିସନ୍‌ ମେଟାଲ୍‌ କମ୍ପ୍ଲେକ୍ସର ସିନ୍ଥେସିସ୍‌ ଏବଂ ଉପଯୋଗିତା ଉପରେ ଗବେଷଣା ପାଇଁ ୟୁ.ଜି.ସି. ଫେଲୋଶିପ୍‌ ପାଇଥିଲେ। ଏହି ସମୟରେ ସେ ଭଦ୍ରକ ମହାବିଦ୍ୟାଳୟରେ ଅଧ୍ୟାପିକା ଜୀବନ ଆରମ୍ଭ କରିବା ସହିତ, ରସାୟନ ବିଜ୍ଞାନର ଅଧ୍ୟାପକ ଶଶଧର ସାମଲଙ୍କୁ ବିବାହ କଲେ। ତାଙ୍କର ଦୁଇଟି କନ୍ୟା। ୧୯୯୨ ମସିହାରେ ଭଦ୍ରକ କଲେଜରୁ ବଦଳି ହୋଇ କଟକର ଶୈଳବାଳା, ଜେ. କେ. ବି. କେ. ଓ ପରିଶେଷରେ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପନା କରିବା ସହିତ ଗବେଷଣା ଜାରି ରଖି ୧୬ ବର୍ଷର କଠିନ ପରିଶ୍ରମ ପରେ ୧୯୯୪ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ପିଏଚ. ଡି. ଡିଗ୍ରୀ ହାସଲ କରିଥିଲେ। ଏହାପରେ ୧୯୯୯ ମସିହାରେ ଡ. ଦାସ ରସାୟନ ଶାସ୍ତ୍ରରେ ଦକ୍ଷିଣ କୋରିଆର ଗ୍ବାଙ୍ଗଜୁ ସହରରେ ଗବେଷଣା ଆରମ୍ଭ କରିଥିଲେ। ୨୦୦୦ ମସିହା ଫେବୃୟାରୀ ମାସର କଥା।

ଏକ ସାରେ ତାଙ୍କୁ ଖବର ମିଳିଲା ପ୍ରଫେସର ଜାଙ୍ଗୁଜୁ କିମ୍‌ ତାଙ୍କ ଗବେଷଣା ପାଇଁ ଜଣେ ଅଜୈବିକ ରସାୟନ ବିଶେଷଜ୍ଞଙ୍କୁ ଆବଶ୍ୟକ କରୁଛନ୍ତି। ତାହା ମଧ୍ୟ ଅଜୈବିକ କମ୍ପ୍ଲେକ୍ସ ଉପରେ। ସତେ ଯେପରି ଏହା ଥିଲା ବିଧିର ନିର୍ଦ୍ଦେଶ। ପ୍ରଫେସର କିମ୍‌ଙ୍କ ନେତୃତ୍ୱରେ ଗବେଷଣା ପାଇଁ ୨୦୦୦ ମସିହାରେ ଡ. ଦାସ ଯୋଗଦେଲାବେଳକୁ ଅତ୍ୟାଧୁନିକ ଡିସ୍‌ ପ୍ଲେ ପରଦା ପାଇଁ ଗବେଷଣାର ପ୍ରାରମ୍ଭିକ ପର୍ଯ୍ୟାୟ। ଇରିଡିୟମ୍‌ କମ୍ପ୍ଲେକ୍ସ ବ୍ୟବହାର କରି ଓ.ଏଲ.ଇ.ଡି ଜାତୀୟ ଡିସପ୍ଲେ ପରଦା ଆବିଷ୍କାର କରିବା ସେମାନଙ୍କର ଲକ୍ଷ୍ୟ ଥିଲା। ଏଭଳି ଚାଲେଞ୍ଜକୁ ହାତକୁ ନେଇ ଡ. ଦାସ ଗବେଷଣା କାର୍ଯ୍ୟରେ ଲାଗିପଡିଲେ ଓ ଦୁଇ ବର୍ଷ ମଧ୍ୟରେ ଅନେକ ନୂଆ ଇରିଡିୟମ୍‌ କମ୍ପ୍ଲେକ୍ସ ତିଆରି କରିବାରେ ସକ୍ଷମ ହୋଇପାରିଥିଲେ। ଏହାମଧ୍ୟରେ ସାମ୍‌ସଙ୍ଗ ଇଲେକ୍‌ଟ୍ରୋନିକ୍ସର ଗବେଷଣା ଓ ବିକାଶ କେନ୍ଦ୍ରରେ ୨୦୦୩ ମସିହାରେ ଭାରତର ପ୍ରଥମ ମହିଳା ବୈଜ୍ଞାନିକ ଭାବେ ଡ. ଦାସ ଯୋଗଦେଲେ। ଆଉ ତାଙ୍କର ଆବିଷ୍କାର ଏସ.ଏ.ଆଇ.ଟି. ର ଉଚ୍ଚ ପଦାଧିକାରୀଙ୍କୁ ମଧ୍ୟ ଚମତ୍କୃତ କରିଥିଲା। ଡ. ଦାସଙ୍କ ଦ୍ୱାରା ପ୍ରସ୍ତୁତ ଇରିଡିୟମ କମ୍ପ୍ଲେକ୍ସ ଉତ୍କୃଷ୍ଟ ମାନର ବୋଲି ଯୋଗ୍ୟ ବିବେଚିତ ହେଲା। ଦେଶ ବିଦେଶରେ ବିଭିନ୍ନ ଆନ୍ତର୍ଜାତିକ ସମ୍ମିଳନୀରେ ତାଙ୍କର ଗବେଷଣା ଉଚ୍ଚ ପ୍ରଶଂସିତ ହେଲା। ଆମେରିକା, ଜାପାନ, ରୁଷିଆ, ଜର୍ମାନୀ ଓ କୋରିଆରେ ଆନ୍ତର୍ଜାତିକ ସମ୍ମିଳନୀରେ ନିଜର ଗବେଷଣା ପାଇଁ ସେ ଏସ୍‌.ଏ.ଆଇ.ଟି. ର ପ୍ରତିନିଧିତ୍ୱ କରିଥିଲେ। ବିଭିନ୍ନ ଆନ୍ତର୍ଜାତିକ ପତ୍ର ପତ୍ରିକାରେ ତାଙ୍କର ଗବେଷଣା ସମ୍ବନ୍ଧିତ ପ୍ରବନ୍ଧ ପ୍ରକାଶ ପାଇଲା। କମର୍ସିଆଲ୍‌ ଓ.ଏଲ.ଇ.ଡି. ଡିସପ୍ଲେରେ ଏସ୍‌.ଏ.ଆଇ.ଟି. ବିଶ୍ୱର ଅଗ୍ରଣୀ ଗବେଷଣା କେନ୍ଦ୍ରଭାବେ ବିବେଚିତ ହେଲା ଓ ଡ. ଦାସ ୨୦୦୪ ମସିହାରେ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ସମ୍ମାନିତ ହୋଇଥିଲେ। ପୁଣି ୨୦୦୬ ଜାନୁୟାରୀ ୧ ତାରିଖ ଏସ.ଏ.ଆଇ.ଟି.ର ସମସ୍ତ ବୈଜ୍ଞାନିକଙ୍କ ଆଗରେ ଡ. ଦାସଙ୍କୁ ‘ବେଷ୍ଟ ସାଇଣ୍ଟିଷ୍ଟ ସମ୍ମାନ’ ଦିଆଯାଇଥିଲା। ଇରିଡିୟମ ସହିତ ସେ ମଧ୍ୟ ଅନ୍ୟ ଭାରୀ ଧାତୁ ବ୍ୟବହାର କରିବା ସଙ୍ଗେ ସଙ୍ଗେ ଓଏଲ୍‌ଇଡିରେ ବ୍ୟବହାର କରାଯାଉଥିବା ନୂତନ ଚାର୍ଜ କଣିକା ବାହକ ଅଣୁମାନ ପ୍ରସ୍ତୁତ କରିଥିଲେ। ଓଏଲ୍‌ଇଡି ଗବେଷଣା ସହ ଇଲେକ୍ଟ୍ରୋକ୍ରୋମିକ୍‌ ଡିଭାଇସ୍‌ ଏବଂ ମ୍ୟାଟେରିଆଲ୍‌, ନାନୋ ପାର୍ଟିକ୍ଲସ୍‌ ଏବଂ ଗ୍ରାଫିନ୍‌ ଉପରେ କାମ କରିଛନ୍ତି।

ଆମେରିକାନ୍‌ କେମିକାଲ୍‌ ସୋସାଇଟିର କେମିଷ୍ଟ୍ରି ଆଣ୍ଡ ଇଞ୍ଜିନିୟରିଂ ନିଉଜ୍‌ ୨୦୧୨ ମସିହାରେ ଡ. ଦାସଙ୍କର ଇଲେକ୍ଟ୍ରୋକ୍ରୋମିକ୍‌ ଡିଭାଇସ୍‌ ଏବଂ ମ୍ୟାଟେରିଆଲ୍‌ ସମ୍ବନ୍ଧୀୟ ଏକ ଉଦ୍ଭାବନକୁ ସେ ବର୍ଷର ଶ୍ରେଷ୍ଠ ଉଦ୍ଭାବନ ବୋଲି ମନୋନୟନ କରିଥିଲେ। ସେ ୧୩୦ ଗୋଟି ଆମେରିକୀୟ, ଜାପାନିଜ୍‌, ଇଉରୋପିଆନ୍‌, ଦକ୍ଷିଣ କୋରିଆନ୍‌ ଓ ଚାଇନିଜ୍‌ ପେଟେଣ୍ଟର ଅଧିକାରୀ ଅଟନ୍ତି। ଏକ ରାସ୍ତା ଦୁର୍ଘଟଣା ପରେ ସେ ସାମସଙ୍ଗ୍‌ ଇଲେକ୍‌ଟ୍ରୋନିକ୍ସରୁ ୨୦୧୫ ମସିହାରେ ଅବ୍ୟାହତି ନେଇ ୨୦୨୦ ମସିହା ପର୍ଯ୍ୟନ୍ତ ଦକ୍ଷିଣ କୋରିଆର ଗାଛନ୍‌ ଓ ମ୍ୟଂଜି ବିଶ୍ୱବିଦ୍ୟାଳୟରେ ୨୦୧୫ରୁ ୨୦୨୦ ଗବେଷଣା ପ୍ରଫେସର ରୂପେ କାର୍ଯ୍ୟ କରି ନିଜ ଜନ୍ମ ଭୂମିକୁ ଫେରିଆସିଛନ୍ତି। ଡ. ଦାସଙ୍କର ଓଡ଼ିଆରେ ମଧ୍ୟ ବିଜ୍ଞାନ ସମ୍ବନ୍ଧୀୟ ଲେଖାମାନ ପ୍ରକାଶ ପାଉଛି। ଅନୁବାଦ ସାହିତ୍ୟ ଉପରେ ମଧ୍ୟ ତାଙ୍କର ଅନୁରାଗ ଅଛି।

ଯାଜପୁରରେ ଜନ୍ମ ଗ୍ରହଣ କରି, ବିଦେଶରେ ଉଚ୍ଚକୋଟୀର ଗବେଷଣା କରି ଶ୍ରେଷ୍ଠ ସମ୍ମାନର ଅଧିକାରୀ ହୋଇପାରିବା, ଆମ ପାଇଁ ଗର୍ବ ଓ ଗୌରବ କଥା। ଆମେ ବ୍ୟବହାର କରୁଥିବା ସାମସଙ୍ଗ୍‌ ପ୍ରସ୍ତୁତ ଡିସପ୍ଲେ ସ୍କ୍ରିନ ନିର୍ମାଣ ପଛରେ ଜଣେ ଓଡ଼ିଆ ମହିଳାଙ୍କ କିଛି ଅବଦାନ ରହିଛି, ଏହା ହୁଏତ ବହୁତ କମ୍‌ ଲୋକ ଜାଣିଥବେ। ଡ. ଦାସଙ୍କ ପରି ଜଣେ ଓଡ଼ିଆ ବୈଜ୍ଞାନିକଙ୍କର ଉଦ୍ଭାବନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ଉପକାରରେ ଲାଗିପାରିଲା ତାହା ବାସ୍ତବିକ ତାଙ୍କ ପରିଶ୍ରମର ଶ୍ରେଷ୍ଠ ପୁରସ୍କାର।
-ପ୍ରିୟମ୍ବଦା ରଥ, ହାଇଦ୍ରାବାଦ
ମୋ:୮୬୮୮୯୫୭୮୦୦


Enter your email to get our daily news in your inbox.

All Right Reserved By Dharitri.Com

ଯଦି ମୁଁ ବିବାହ କରିବି ମୋ’ ବାନ୍ଧବୀଙ୍କୁ, ୨ ଯୁବତୀ ଏମିତି ଜିଦ୍‌ ଧରିବାରୁ ପରିବାର ଲୋକେ…

ଲକ୍ଷ୍ନୌ,୩ା୬: ଉତ୍ତରପ୍ରଦେଶର ମୁଜାଫରନଗର ଜିଲାରୁ ପୁଣି ଥରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦୁଇଦିନ ହେବ ଖତୌଲି ପୋଲିସ ଷ୍ଟେଶନରେ ଦୁଇ ଯୁବତୀଙ୍କ ସହିତ ଜଡ଼ିତ…

ସତରେ କଣ ଛାତରେ ଚୂନ କିମ୍ବା ଧଳା ରଙ୍ଗ ଲଗାଇଲେ ଗରମ କମିଥାଏ? ଜାଣନ୍ତୁ ଏହା ପଛର…

ସାରା ଦେଶରେ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଗରମ ଯୋଗୁ ଲୋକେ ହାହୁତାଶ ହେଉଛନ୍ତି। ଏଭଳି ସ୍ଥିତିରେ ଘରକୁ ଭିତରୁ ଥଣ୍ଡା ରଖିବା ପାଇଁ ଲୋକେ ବିଭିନ୍ନ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

ଅର୍କକ୍ଷେତ୍ରରେ ରଥଯାତ୍ରା

ଆମେ ଗତ ସଂଖ୍ୟାରେ କୋଣାଦିତ୍ୟରେ ‘ନବ ଆଳତି ପରମ୍ପରା’ ଆଲୋଚନା ପ୍ରସଙ୍ଗରେ ଶ୍ରୀଆଦିତ୍ୟଙ୍କ ଦ୍ୱାଦଶଯାତ୍ରାର ଐତିହ୍ୟ ଆରମ୍ଭ କରିଥିଲୁ। ପ୍ରଥମ ଯାତ୍ରା ମାଘ ଶୁକ୍ଳ ସପ୍ତମୀ, ଯାହା…

ହୋଟେଲରୁ ଧରାପଡ଼ିଲେ ପ୍ରେମୀଯୁଗଳ, ପୋଲିସ ନେଲା ଏମିତି ନିଷ୍ପତ୍ତି, ପ୍ରେମିକ କହିଲେ ମୋ’ ପ୍ରତି…

ପାଟ୍‌ନା,୨୩ା୫: ବିହାରର ରାଜଧାନୀ ପାଟନାର ଜକନପୁର ଥାନା ଅଞ୍ଚଳରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ପୋଲିସ କିଛି ଦିନ ଧରି ଏକ ହୋଟେଲରେ ରହୁଥିବା ପ୍ରେମୀଯୁଗଳଙ୍କୁ…

ଗୋଟିଏ ଅଟୋଗ୍ରାଫ୍‌ ପାଇଁ ଏତେ ଟଙ୍କା ଚାର୍ଜ କରୁଥିଲେ ମହାତ୍ମା ଗାନ୍ଧୀ, ଶୁଣିଲେ ହୋଇଯିବେ କାବା!

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାମ କେବଳ କହିବାବେଳେ ଆମ ମନରେ ସରଳତା, ସତ୍ୟ ଏବଂ ଅହିଂସାର ପ୍ରତିଛବି ଉଜାଗର ହୁଏ। ତାଙ୍କ ହସ୍ତାକ୍ଷର ମଧ୍ୟ ଆମ…

ଗହୀରମଥାକୁ ଅଣ୍ଡାଦାନ ପାଇଁ ଆସିଥିଲେ ୬ ଲକ୍ଷରୁ ଊର୍ଦ୍ଧ୍ୱ ଅଲିଭ୍‌ ରିଡ୍‌ଲେ, ଅଣ୍ଡାଦାନ ନ କରି ଫେରିଗଲେ, ପରିବେଶବିତ୍‌ କହିଲେ…

ବିରଳ ଅଲିଭ ରିଡ୍‌ଲେ କଇଁଛଙ୍କ ବିଶ୍ୱର ସର୍ବବୃହତ୍‌ ପ୍ରଜନନସ୍ଥଳୀ ଭାବେ ପରିଚିତ ଗହୀରମଥା। କେନ୍ଦ୍ରାପଡା ଜିଲାର ଜାତୀୟ ଉଦ୍ୟାନ ଭିତରକନିକା ମଧ୍ୟରେ ଥିବା ଏହି ସ୍ଥାନରେ ଚଳିତବର୍ଷ…

ଏମିତି ବି ଗାଁ ଅଛି! ସବୁ ଘରେ ଚାଲୁଛି AC-କୁଲର, କିନ୍ତୁ ବିଜୁଳି ବିଲ୍‌ ଦେବାକୁ ପଡୁନି ଗୋଟିଏ ବି ଟଙ୍କା

ଆଜି ମଧ୍ୟ, ଭାରତରେ ଏପରି ଅନେକ ଗାଁ ଅଛି ଯେଉଁଠାରେ ବିଦ୍ୟୁତ ଯୋଗାଣ ଏକ ସ୍ଥାୟୀ ସମସ୍ୟା ହୋଇ ରହିଛି। ଘଣ୍ଟା ଘଣ୍ଟା ଲୋଡ ସେଡିଂ, ଅତ୍ୟଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri