ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛି ଆମେରିକା, କୋର୍ଟରେ ଅପିଲ…

ଓ୍ବାଶିଂଟନ,୬।୭ : ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସରକାର ମୁମ୍ବାଇ ଆକ୍ରମଣ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଣ କରିବାକୁ ଚାହୁଁଛନ୍ତି। ବାଇଡେନ ସରକାର ତାହୱୁର ରାଣାଙ୍କ ପ୍ରତ୍ୟର୍ପଣ ବିରୋଧରେ ଦାଖଲ ହୋଇଥିବା ହାବିସ କର୍ପସ ଆବେଦନକୁ ବିରୋଧ କରିଛନ୍ତି। ଆମେରିକାର କୋର୍ଟରେ ଅପିଲ କରି ବାଇଡେନ ସରକାର ତାହୱୁର ରାଣାଙ୍କୁ ଶୀଘ୍ର ଭାରତକୁ ପଠାଇବାକୁ ନିବେଦନ କରିଛନ୍ତି।

ମୂଳ ପାକିସ୍ତାନୀ ତାହୱୁର ରାଣାଙ୍କୁ ମେ ମାସରେ ଭାରତକୁ ପଠାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, କିନ୍ତୁ ରାଣା ଏହା ବିରୋଧରେ ହାବିସ କର୍ପସ ଆବେଦନ କରି ଏହି ପ୍ରତ୍ୟର୍ପଣକୁ ବିରୋଧ କରିଛନ୍ତି। ଆମେରିକାର ଆଟର୍ନି ଇ ମାର୍ଟିନ ଏଷ୍ଟ୍ରାଡା ବାଇଡେନ ସରକାରଙ୍କ ତରଫରୁ କାଲିଫର୍ନିଆର ସେଣ୍ଟ୍ରାଲ ଜିଲା କୋର୍ଟରେ ଏକ ପିଟିଶନ ଦାଖଲ କରି କହିଛନ୍ତି ଆମେରିକା ସମ୍ମାନର ସହ ଅନୁରୋଧ କରୁଛି କୋର୍ଟ ତାହୱୁର ରାଣାଙ୍କ ହାବିସ କର୍ପସ ଆବେଦନକୁ ଖାରଜ କରନ୍ତୁ। ଆମେରିକାର ଓକିଲ କହିଛନ୍ତି ଭାରତର ପ୍ରତ୍ୟର୍ପଣ ଆବେଦନରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ ବୋଲି ଆବେଦନକାରୀ ପ୍ରମାଣିତ କରିବାରେ ବିଫଳ ହୋଇଛନ୍ତି।

ଭାରତରେ ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ଅଭିଯୁକ୍ତ ତାହୱୁର ରାଣାଙ୍କୁ ଭାରତକୁ ପଠାଇବା ପାଇଁ ଆମେରିକା କୋର୍ଟ ଅନୁମୋଦନ କରିଥିଲେ ଏବଂ ରାଣାଙ୍କୁ ଭାରତକୁ ପଠାଇବା ପାଇଁ ଆମେରିକା ସରକାରଙ୍କ ଆବେଦନକୁ ଗ୍ରହଣ କରିଥିଲେ। ଏହା ପରେ ରାଣା କାଲିଫର୍ଣ୍ଣିଆର ସେଣ୍ଟ୍ରାଲ ଜିଲା କୋର୍ଟରେ ହାବେସ କର୍ପସ ଆବେଦନ କରିଥିଲେ ଯାହା କୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲା। ଏହି ଆବେଦନରେ ରାଣା ଦାବି କରିଛନ୍ତି ତାଙ୍କୁ ଭାରତକୁ ପଠାଇବା ଆଦେଶ ଭାରତ-ଆମେରିକାର ପ୍ରତ୍ୟର୍ପଣ ଚୁକ୍ତିର ଦୁଇଟି ଧାରାକୁ ଖଣ୍ଡନ କରିଛି।

ରାଣା ଯୁକ୍ତି କରିଛନ୍ତି ଆମେରିକାର ଇଲିନୋଇସ କୋର୍ଟ ତାଙ୍କୁ ସମାନ ମାମଲାରେ ନିର୍ଦ୍ଦୋଷରେ ଖଲାସ କରିସାରିଛନ୍ତି ଯେଉଁଥିରେ ଭାରତ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚାହୁଁଛି। ଦ୍ୱିତୀୟତଃ, ତାଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଦେଇଥିବା ଅଭିଯୋଗ ଏବଂ ତାଙ୍କ ଦ୍ୱାରା ଉପସ୍ଥାପିତ ହୋଇଥିବା ଦଲିଲ ପ୍ରମାଣ କରେ ନାହିଁ ସେ ତାଙ୍କ ବିରୋଧରେ ଅପରାଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

୨୪ ଘଣ୍ଟାରେ ହୋଇପାରେ ଆମେରିକା-ଇରାନ ଶାନ୍ତି ଚୁକ୍ତି: ଶେହବାଜ

ଇସ୍‌ଲାମାବାଦ,୧୩ା୬: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ ପାଇଁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଚୂଡ଼ାନ୍ତ ହୋଇପାରେ ବୋଲି ମୁଖ୍ୟ ମଧ୍ୟସ୍ଥ…

ସରକାରଙ୍କ ବଡ଼ ନିଷ୍ପତ୍ତି: ୧୮ ବର୍ଷ ପରେ ନୂଆ ଆଧାର ମନା, ମୁଖ୍ୟମନ୍ତ୍ରୀ କହିଲେ…

ଗୁଆହାଟୀ,୧୩ା୬(ପି.ଟି.): ବେଆଇନ ଆପ୍ରବାସୀମାନେ ଯେପରି ଆଧାର କାର୍ଡ ହାସଲ ନ କରନ୍ତି, ସେଥିପାଇଁ ଆସାମରେ ୧୮ ବର୍ଷ ବୟସରୁ ଊର୍ଦ୍ଧ୍ୱଙ୍କୁ ଆଉ ନୂଆ ଆଧାର କାର୍ଡ ଜାରି…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri