ଭାରତୀୟ କମ୍ପାନୀ ଉପରେ ଆମେରିକା କଟକଣା

ନ୍ୟୁୟର୍କ/ଓ୍ବାଶିଂଟନ,୨୨ା୧୧: ଇରାନର ପେଟ୍ରୋଲିୟମ୍‌ ଏବଂ ପେଟ୍ରୋଲିୟମ୍‌ ଉତ୍ପାଦ ବିକ୍ରି ସହ ସମ୍ପୃକ୍ତ ଭାରତୀୟ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ଉପରେ ଆମେରିକାର ଡୋନାଲ୍ଡ ଟ୍ରମ୍ପ୍‌ ପ୍ରଶାସନ କଟକଣା ଲଗାଇଛି। ଉକ୍ତ ବ୍ୟବସାୟରୁ ଉପାର୍ଜିତ ଅର୍ଥ ଇରାନ ସହ ଜଡ଼ିତ ଆଞ୍ଚଳିକ ଆତଙ୍କବାଦୀମାନଙ୍କ ପାଇଁ ବ୍ୟୟହେବା ସହ ଅସ୍ତ୍ରଶସ୍ତ୍ର କିଣାଯାଉଛି, ଯାହା ଆମେରିକା ପ୍ରତି ପ୍ରତ୍ୟକ୍ଷ ବିପଦ ବୋଲି ଓ୍ବାଶିଂଟନ ପକ୍ଷରୁ କୁହାଯାଇଛି। ବେଆଇନ ତୈଳ ବିକ୍ରିକରି ଇରାନୀୟ ଶାସକଙ୍କ ଅନିଷ୍ଟକାରୀ କାର୍ଯ୍ୟକଳାପରେ ପାଣ୍ଠି ବିନିଯୋଗ ପାଇଁ ଦାୟୀ ଶିପିଙ୍ଗ୍‌ ନେଟ୍‌ଓ୍ବର୍କ ଉପରେ ଆମେରିକା ପରରାଷ୍ଟ୍ର ଏବଂ ଟେଜେରି ବିଭାଗ କଟକଣା ଲଗାଇଛି। ସେହିପରି ଇରାନ ସମର୍ଥତ୍ତ ଆତଙ୍କବାଦୀ ସଂଗଠନକୁ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଉଥିବା ଏକ ଏୟାରଲାଇନ୍‌ ଓ ଏହାର ସହଯୋଗୀ ସଂସ୍ଥା ଉପରେ କଟକଣା ଲାଗିଛି।
ଟେଜେରି ବିଭାଗର ବିଦେଶୀ ସମ୍ପତ୍ତି ନିୟନ୍ତ୍ରଣ ସ୍ବତନ୍ତ୍ର ଜାତୀୟ ତାଲିକାରେ ଭାରତୀୟ ନାଗରିକ ଜୈର ହୁସେନ୍‌ ଇକ୍‌ବାଲ ହୁସେନ୍‌ ସୟେଦ, ଜୁଲ୍‌ଫଇକର ହୁସେନ ରିଜଭି ସୟେଦ, ମହାରାଷ୍ଟ୍ରର ଅର୍‌ଏନ୍‌ ଶିପ୍‌ ମ୍ୟାନେଜ୍‌ମେଣ୍ଟ ପ୍ରା. ଲିଃ ଏବଂ ପୁଣେର ଟିଆର୍‌୬ ପେଟ୍ରୋ ଇଣ୍ଡିଆ ଏଲ୍‌ଏଲ୍‌ପି ରହିଛି। ସେହିପରି ପରରାଷ୍ଟ୍ର ବିଭାଗର କଟକଣା ତାଲିକାରେ ଭାରତ, ପାନାମା, ସିଚେଲ୍ସ ସମେତ ବିଭିନ୍ନ ଦେଶର ୧୭ଟି ସଂସ୍ଥା , ବ୍ୟକ୍ତିବିଶେଷ ଓ ଜାହାଜ ରହିଛି। ଇରାନରୁ ପେଟ୍ରୋଲିୟମ୍‌ ଓ ପେଟ୍ରୋକେମିକାଲ ରପ୍ତାନିରେ ସମ୍ପୃକ୍ତ ତଥା ଇରାନକୁ କ୍ଷତିକାରକ କାର୍ଯ୍ୟକଳାପ ଲାଗି ସହାୟତା ଯୋଗାଇବା ନିମନ୍ତେ ଆର୍ଥତ୍କ ଓ ବ୍ୟବସାୟିକ କାର୍ଯ୍ୟରେ ସମ୍ପୃକ୍ତ ୪୧ ସଂସ୍ଥା, ବ୍ୟକ୍ତିବିଶେଷ, ଜାହାଜ, ବିମାନକୁ ଟେଜେରି ବିଭାଗ ତାଲିକାଭୁକ୍ତ କରିଛି। ଇରାନୀୟ ଅଶୋଧିତ ତୈଳ ଏବଂ ପେଟ୍ରୋଲିୟମ୍‌ ସାମଗ୍ରୀ ପରିବହନରେ ସମ୍ପୃକ୍ତ ସାମୁଦ୍ରିକ ସେବ ପ୍ରଦାନକାରୀ, ପ୍ରତିବନ୍ଧକ ଲାଗିଥିବା ସାମଗ୍ରୀ ପରିବହନ କରୁଥିବା ଜାହାଜ ଏବଂ ପେଟ୍ରୋଲିୟମ୍‌ ଉତ୍ପାଦ ଟ୍ରେଡର ନେଟ୍‌ଓ୍ବର୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବ ବୋଲି ଆମେରିକା କହିଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri