Posted inଜାତୀୟ

କାର୍ଯ୍ୟକାରୀ ହେଲା ୪ ଶ୍ରମ ଆଇନ

ନୂଆଦିଲ୍ଲୀ,୨୨ା୧୧: କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ଥିବା ୨୯ଟି ଖଣ୍ଡିତ ଆଇନ ସ୍ଥାନରେ ୪ ନୂଆ ଶ୍ରମ ଆଇନ ଯଥା କୋଡ୍‌ ଅଫ୍‌ ଓ୍ବେଜସ୍‌ (୨୦୧୯), ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କୋଡ୍‌ (୨୦୨୦), କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି(୨୦୨୦) ଏବଂ ଅକ୍ୟୁପେଶନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ଓ୍ବର୍କିଂ କଣ୍ଡିଶନ୍ସ କୋଡ୍‌ (୨୦୨୦) ଶୁକ୍ରବାର କାର୍ଯ୍ୟକାରୀ ହୋଇଛି।
ଶ୍ରମ ଆଇନରେ ହୋଇଥିବା ସଂସ୍କାର ମଧ୍ୟରେ ରହିଛି ରାତି ଶିଫ୍ଟରେ କାମ କରୁଥିବା କର୍ମଚାରୀଙ୍କ ସମେତ ମହିଳାମାନଙ୍କ ଅଧିକାର ଓ ସୁରକ୍ଷା ବଢ଼ାଇବା, ୪୦ ବର୍ଷ ବୟସରୁ ଊର୍ଦ୍ଧ୍ୱ କର୍ମଚାରୀମାନଙ୍କୁ ବାର୍ଷକ ମାଗଣା ସ୍ବାସ୍ଥ୍ୟ ଯାଞ୍ଚ, ବିପଜ୍ଜନକ ପ୍ରକ୍ରିୟା ସହ ଜଡ଼ିତ ସଂସ୍ଥା ସମେତ ସମସ୍ତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦେଶବ୍ୟାପୀ ଇଏସ୍‌ଆଇସି ସୁବିଧା ଯୋଗାଇଦେବା ଏବଂ ଏକକ ପଞ୍ଜୀକରଣ, ଲାଇସେନ୍ସ ଏବଂ ରିଟର୍ନ ବ୍ୟବସ୍ଥା। ଏହି ସମସ୍ତ ଲେବର କୋଡ୍‌ ସାର୍ବଜନିକ ସାମାଜିକ ସୁରକ୍ଷା, ସର୍ବନିମ୍ନ ତଥା ଠିକ୍‌ ସମୟରେ ମଜୁରି ପ୍ରଦାନ, ସୁରକ୍ଷିତ କାର୍ଯ୍ୟସ୍ଥଳ ନିମନ୍ତେ ଦୃଢ଼ ମୂଳଦୁଆ ହେବା ସହ ଆମ ଲୋକମାନଙ୍କର ବିଶେଷକରି ନାରୀଶକ୍ତି ଓ ଯୁବଶକ୍ତିଙ୍କ ପାଇଁ ଲାଭଦାୟକ ଅବସର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ଏକାଧିକ ପୋଷ୍ଟ ଜରିଆରେ କହିଛନ୍ତି। ଏହା ଭବିଷ୍ୟତ ପାଇଁ ପ୍ରସ୍ତୁତ ବ୍ୟବସ୍ଥା ସୃଷ୍ଟି କରିବ ଯାହା କର୍ମଚାରୀମାନଙ୍କୁ ଅଧିକାରର ସୁରକ୍ଷା କରିବା ସହ ଭାରତର ଆର୍ଥତ୍କ ଅଭିବୃଦ୍ଧିକୁ ସୁଦୃଢ଼ କରିବ। ଏହି ସଂସ୍କାର ନିଯୁକ୍ତି ସୃଷ୍ଟି ବଢ଼ାଇବା ସହ ଉତ୍ପାଦନ ମଧ୍ୟ ବୃଦ୍ଧି କରିବ। ବିକଶିତ ଭାରତ ଦିଗରେ ଆମ ଯାତ୍ରାକୁ ଏହା ତ୍ୱରାନ୍ବିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଶ୍ରମ ଆଇନ ନିଯୁକ୍ତିକୁ ବୈଧାନିକ ମାନ୍ୟତା ପ୍ରଦାନ କରିବା ସହ କର୍ମଚାରୀମାନଙ୍କୁ ସୁରକ୍ଷା ବଢ଼ାଇବ ଏବଂ ଶ୍ରମ ବ୍ୟବସ୍ଥାକୁ ସରଳ, ସୁରକ୍ଷିତ ଓ ବୈଶ୍ୱିକ ସ୍ତରୀୟ କରିବ ବୋଲି ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି।
ଅତିରିକ୍ତ ବ୍ୟବସ୍ଥାଗତ ସଂସ୍କାରରେ ଏକ ଜାତୀୟ ନୂ୍ୟନତମ ବେତନ ଏବଂ ଲିଙ୍ଗଗତ ସମାନତା କାର୍ଯ୍ୟ ନୀତି ରହିଛି। ଏଥିସହିତ ସହାୟକ ଅନୁପାଳନ ପାଇଁ ଇନ୍ସପେକ୍ଟର-କମ୍‌-ଫାସିଲିଟେଟର ମଡେଲ୍‌, ୨ ସଦସ୍ୟ ବିଶିଷ୍ଟ ଟ୍ରିବ୍ୟୁନାଲ ଜରିଆରେ ବିବାଦର ତ୍ୱରିତ୍‌ ସମାଧାନ, ଜାତୀୟ ପେସାଦାରି ସୁରକ୍ଷା, ସ୍ବାସ୍ଥ୍ୟ ବୋର୍ଡ ରହିଛି। ସରକାର ସବିଶେଷ ନିୟମାବଳୀ ଏବଂ ଯୋଜନା ପାଇଁ ଏବେ ବିଚାରବିମର୍ଶ ଚଳାଇଛନ୍ତି। ଏହି ଆଇନ ଆତ୍ମନିର୍ଭର ଭାରତ ପାଇଁ ମୂଳଦୁଆ ପକାଇବ ବୋଲି ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ୨୦୧୫ରେ ସାମାଜିକ ସୁରକ୍ଷା କଭରେଜ୍‌ ୧୯ ପ୍ରତିଶତ ଥିବାବେଳେ ୨୦୨୫ରେ ଏହା ୬୪ ପ୍ରତିଶତରୁ ଅଧିକ ହୋଇଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦେହ ବ୍ୟବସାୟରୁ ବର୍ତ୍ତିବା ପାଇଁ କରାଯାଏ ବାଲ୍ୟ ନିର୍ବନ୍ଧ

ଓ୍ବାଡିଆ,୨୧ା୯: ବାଲ୍ୟ ନିର୍ବନ୍ଧ ନା ଦେହ ବ୍ୟବସାୟ। ଗାଁର ବାଳିକାମାନଙ୍କୁ ଏଭଳି ଏକ କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଯେଉଁଠାରେ ଏହି ଅପମାନଜନକ ନାମକରଣ କୌଣସି…

କ୍ଷଣସ୍ଥାୟୀ କରୁଛନ୍ତି କ୍ଷତି

ଭାରତ ନୂଆଦିଲ୍ଲୀଠାରେ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରି ବାହାବା ନେଲା। ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ ଓ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଗସ୍ତକୁ ବିରାଟ…

ଆଜି ଅବପାତ ରୂପ ନେବ ଲଘୁଚାପ, ପାଣିପାଗ ବିଭାଗ କହିଲା ବୁଧବାର ସକାଳ ସୁଦ୍ଧା…

ଭୁବନେଶ୍ୱର,୨୧ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି ରବିବାର ସକାଳେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରକୁ…

ଟେନସନ ବଢାଇଲେଣି ଅଭିଜିତ ଦୀପକେ, ଜାଣନ୍ତୁ ଏଥର କାହାର ଇସ୍ତଫା ଦାବି କରୁଛନ୍ତି

ନୂଆଦିଲ୍ଲୀ,୨୧।୯: ‘କକରୋଚ ଜନତା ପାର୍ଟି’(CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ, ଛାତ୍ରୀଛାତ୍ରଙ୍କ ବିକ୍ଷୋଭ ପରେ ମହାରାଷ୍ଟ୍ର ପବ୍ଲିକ ସର୍ଭିସ କମିଶନ (MPSC) ଅଧିକାରୀଙ୍କ ଇସ୍ତଫା ଦାବି କରିଛନ୍ତି। ଯଦି…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?