Posted inଖେଳ

ୟୁଏସ୍‌ ଓପନ୍‌ ଟେନିସ୍‌: ଓସାକାଙ୍କୁ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ

ନ୍ୟୁୟର୍କ,୧୪।୯ (ଏପି): ଜାପାନର ନାଓମି ଓସାକା ଏଥର ୟୁଏସ୍‌ ଓପନ୍‌ ଟେନିସ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଶନିବାର ସ୍ଥାନୀୟ ଆର୍ଥର ଆସ୍‌ଲେ ଷ୍ଟାଡିୟମରେ ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ୨୨ ବର୍ଷୀୟା ଓସାକା ୧-୬, ୬-୩, ୬-୩ ସେଟ୍‌ରେ ଅଣିସିଡ୍‌ ବେଲରୁଷର ଅଭିଜ୍ଞ ତାରକା ଭିକ୍ଟୋରିଆ ଆଜାରେଙ୍କାଙ୍କୁ ହରାଇ ଚାମ୍ପିୟନ ହୋଇଛନ୍ତି। ଏଥି ସହିତ ସେ କ୍ୟାରିୟରର ଦ୍ୱିତୀୟ ୟୁଏସ୍‌ ଓପନ୍‌ ଟାଇଟଲ ଜିତିଛନ୍ତି। ପୁଣି ପ୍ରଥମ ଏସୀୟ ଖେଳାଳି ଭାବେ ସେ ତୃତୀୟ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ରେକର୍ଡ କରିଛନ୍ତି। ଏହାପୂର୍ବରୁ ସେ ୨୦୧୮ ୟୁଏସ୍‌ ଓପନ୍‌ ଓ ୨୦୧୯ରେ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ଜିତିଥିଲେ। ଏଥିସହ ଓସାକା ୩୦ ଲକ୍ଷ ଆମେରିକୀୟ ଡଲାର ଅର୍ଥାତ ପାଖାପାଖି ୨୨ କୋଟି ୪ ଲକ୍ଷ ଟଙ୍କା ପୁରସ୍କାର ରାଶି ହାସଲ କରିଛନ୍ତି।
ଫାଇନାଲ ମୁକାବିଲାରେ ଚତୁର୍ଥ ସିଡ୍‌ ଓସାକା ଏକ ଘଣ୍ଟା ୫୩ ମନିଟ୍‌ରେ ବିଜୟ ହାସଲ କରିଥିଲେ। ତେବେ ସେ ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ। ଏହା ପରେ ସେ ଦମ୍‌ଦାର ପ୍ରଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିଥିଲେ ଓ ବାକି ଦୁଇଟି ସେଟ୍‌ରେ ବିଜୟୀ ହୋଇ ବାଜି ମାରିଥିଲେ। ପ୍ରଥମ ସେଟ୍‌ରେ ବଡ଼ ବ୍ୟବଧାନରେ ବିଜୟୀ ହୋଇଥିଲେ ମଧ୍ୟ ୩୧ ବର୍ଷୀୟା ଆଜାରେଙ୍କା ଏହି ପ୍ରଦର୍ଶନକୁ ବଜାୟ ରଖିପାରି ନ ଥିଲେ। ପ୍ରଥମ ସେଟ୍‌ରେ ପରାସ୍ତ ହୋଇ ୟୁଏସ୍‌ ଓପନ୍‌ ଫାଇନାଲ ଜିତିବା ଘଟଣା ୨୫ ବର୍ଷ ତଳେ ଦେଖିବାକୁ ମିଳିଥିଲା। ୧୯୯୪ରେ ଷ୍ଟେଫି ଗ୍ରାଫ୍‌ଙ୍କ ବିପକ୍ଷରେ ପ୍ରଥମ ସେଟ୍‌ରେ ପରାସ୍ତ ହୋଇଥିଲେ ମଧ୍ୟ ଆରାନସ୍କା ସାଞ୍ଚେଜ୍‌ ଭିକାରିଓ ୟୁଏସ୍‌ ଓପନ୍‌ ଟାଇଟଲ ଜିତିଥିଲେ।
ମ୍ୟାଚ୍‌ ଅବସରରେ ବିଜୟୀ ହେବା କଥା ଚିନ୍ତା କରୁ ନ ଥିଲି। କେବଳ ଭଲ ଖେଳିବାକୁ ପ୍ରୟାସ କରିଥିଲି। ଶେଷରେ ବିଜୟୀ ହୋଇଥିବାରୁ ବେଶ୍‌ ଆନନ୍ଦିତ ବୋଲି ଓସାକା ମ୍ୟାଚ୍‌ ପରେ କହିଛନ୍ତି। ଓସାକା ଜଣେ ଜାପାନୀ ମା’ ଓ ହାଇତି ପିତାଙ୍କଠାରୁ ଜାପାନରେ ଜନ୍ମଗ୍ରହଣ କରିଥିଲେ। ୩ ବର୍ଷ ହୋଇଥିବା ବେଳେ ତାଙ୍କ ପରିବାର ଆମେରିକା ଚାଲିଯାଇଥିଲେ। ଓସାକା ଏବେ କାଲିଫର୍ନିଆରେ ରହୁଛନ୍ତି। ମ୍ୟାଚ୍‌ ଅବସରରେ ସେ ଏକ ମାସ୍କ ପିନ୍ଧିଥିଲେ। ଏଥିରେ ତାମିର ରାଇସ୍‌ ଲେଖାଯାଇଥିଲା। ରାଇସ୍‌ ଜଣେ କୃଷ୍ଣାକାୟ ବାଳକ। ୨୦୧୪ରେ ତାଙ୍କୁ ଓହିଓରେ ପୋଲିସ ମାରି ଦେଇଥିଲା। ବର୍ଣ୍ଣବୈଷମ୍ୟବାଦ୍‌କୁ ବିରୋଧ କରି ସେ ଫାଇନାଲରେ ଏହି ମାସ୍କ ପିନ୍ଧିଥିଲେ। ଟୁର୍ନାମେଣ୍ଟରେ ସେ ଏପରି ୭ଟି ମାସ୍କ ପିନ୍ଧିଥିଲେ। ଅନ୍ୟ ୬ଜଣ କୃଷ୍ଣକାୟ ବ୍ୟକ୍ତି ଅତ୍ୟାଚାର ଶିକାର ହୋଇଥିବାରୁ ସମସ୍ତଙ୍କ ପାଇଁ ସେ ଏହି ମାସ୍କଗୁଡିକ ପିନ୍ଧିଥିଲେ। ଓସାକାଙ୍କ ପ୍ରଦର୍ଶନରେ ତାଙ୍କ କୋଚ୍‌ ଓ୍ବିମ୍‌ ଫିସେଟ୍‌ ମଧ୍ୟ ଖୁସି ଜାହିର କରିଛନ୍ତି।
ଅନ୍ୟପଟେ ଆଜାରେଙ୍କା କ୍ରମାଗତ ୧୧ଟି ମ୍ୟାଚ୍‌ରେ ବିଜୟୀ ହୋଇ ଜବରଦସ୍ତ ଫର୍ମରେ ଥିଲେ। ସେମିଫାଇନାଲରେ ସେ ସେରେନା ଓ୍ବିଲିୟମ୍ସଙ୍କୁ ୩ଟି ସେଟ୍‌ରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଏହାପୂର୍ବରୁ ଆଜାରେଙ୍କା ୨୦୧୨ ଓ ୨୦୧୩ରେ ଅଷ୍ଟ୍ରେଲିଆନ ଓପନ୍‌ ଟାଇଟଲ ହାସଲ କରିଥିଲେ। ତେବେ ଏହି ଦୁଇବର୍ଷରେ ସେ ୟୁଏସ୍‌ ଓପନ୍‌ ଫାଇନାଲରେ ସେରେନାଙ୍କଠାରୁ ହାରି ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଥିଲେ। କୋଭିଡ୍‌-୧୯ ମହାମାରୀ ପାଇଁ ଫାଙ୍କା ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଖେଳ ବିଗାଡ଼ିଲା କୁହୁଡ଼ି: ଲକ୍ଷ୍ନୌରେ ଭାରତ-ଦକ୍ଷିଣ ଆଫ୍ରିକା ଚତୁର୍ଥ ଟି-୨୦ ମ୍ୟାଚ୍ ବାତିଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ବାତିଲ ହୋଇଯାଇଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ପ୍ରବଳ...

ଲକ୍ଷ୍ନୌରେ ଭୟଙ୍କର ବାୟୁ ପ୍ରଦୂଷଣ: ଟସ୍ ବିଳମ୍ବ, ମାସ୍କ ପିନ୍ଧି ହାର୍ଦ୍ଦିକଙ୍କ ଫଟୋ ଭାଇରାଲ

ଲକ୍ଷ୍ନୌ,୧୭ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ଖେଳାଯିବାକୁ ଥିବା ଚତୁର୍ଥ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ର ଟସ୍ ଘନ କୁହୁଡ଼ି...

Shubman Gill: ଟିମ୍ ଇଣ୍ଡିଆର ବଡ଼ ନିଷ୍ପତ୍ତି, ପ୍ଲେଇଂ ଇଲେଭେନରୁ ବିଦା ହେଲେ ଶୁଭମନ ଗିଲ୍

ନୂଆଦିଲ୍ଲୀ,୧୭ା୧୨: ଭାରତୀୟ କ୍ରିକେଟ୍ ଦଳ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଟି-୨୦ ପାଇଁ ଶୁଭମନ ଗିଲଙ୍କୁ ପ୍ଲେଇଂ ଇଲେଭେନରୁ...

ହସ୍ପିଟାଲରେ ଭର୍ତ୍ତି ହେଲେ ଯଶସ୍ବୀ ଜୟସ୍ବାଲ, ହଠାତ୍ କଣ ହେଲା ଜାଣନ୍ତୁ

ନୂଆଦିଲ୍ଲୀ,୧୭ା୧୨: ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍ ଯଶସ୍ୱୀ ଜୟସ୍ୱାଲଙ୍କୁ ପୁଣେର ଆଦିତ୍ୟ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହରିୟାଣା ବିପକ୍ଷରେ ସୟଦ ମୁସ୍ତାକ ଅଲି ଟ୍ରଫି...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri