ଚାଇନା-ରୁଷିଆ ତୁଳନାରେ ଦୁର୍ବଳ ଆମେରିକା ସେନା, ଯୁଦ୍ଧ ଜିତିବାକୁ ସକ୍ଷମ ନୁହେଁ

ୱାଶିଂଟନ,୨୧ ।୧୦: କୁହାଯାଏ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ହେଉଛି ଆମରିକା । ତେବେ ବିଶ୍ୱ ସ୍ତରରେ ଏହି ଦେଶ ଆର୍ଥିକ ସ୍ତରରେ ଖୁବ୍ ମଜଭୁତ । ହେଲେ ପ୍ରତିରକ୍ଷା ମାମଲାରେ ଆମେରିକା ସେନା ଗୋଟିଏବି ଯୁଦ୍ଧ ଜିତିବାର କ୍ଷମତା ରଖନ୍ତି ନାହିଁ ବୋଲି କୁହାଯାଇଛି । ଏହି ସୂଚନା ଆମେରିକା ସେନା ଶକ୍ତି ଉପରେ ଆଧାରିତ ଏକ ରିପୋର୍ଟରେ କୁହାଯାଇଛି । ରିପୋର୍ଟ ଅନୁଯାୟୀ, ଆମେରିକା ସେନାର ଯବାନ ଚାଇନା ଓ ରୁଷିଆର ସମ୍ଭାବିତ ବିପଦ ସହ ଲଢିବାକୁ ଦୁର୍ବଳ । ଯୁଦ୍ଧ ଜିତିବାକୁ ପେଣ୍ଟାଗନ ସେନାଙ୍କୁ ସଂଘର୍ଷ କରିବାକୁ ପଡିବ ।
କଞ୍ଜରଭେଟିଭ ହେରିଟେଜ ଫାଉଣ୍ଡେଶନ ୟୁଏସ ମିଲିଟ୍ରି ଶକ୍ତିର ବାର୍ଷିକ ଇଣ୍ଡେକ୍ସରେ କୁହାଯାଇଛି, ଆମେରିକାର ବାର୍ଷିକ ଅଣ୍ଡରଫଣ୍ଡିଂ(ଭୁଲ ନୀତି)ଏବଂ ଖରାପ ପ୍ରାଥମିକତା କାରଣରୁ ବିଶ୍ୱ ସ୍ତରରେ ଅନ୍ୟ ଦେଶର ସେନାଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଦୁର୍ବଳ ଅଟେ । ବର୍ତ୍ତମାନ ଆମେରିକା ସେନା ଦୁଇ ଅଞ୍ଚଳ ମଧ୍ୟରେ ବିବାଦ ହେଲେ ଏହି ସ୍ଥିତିରେ ରିସ୍କ ନେବାକୁ ସକ୍ଷମ ନୁହେଁ ।

ବର୍ତ୍ତମାନ ସ୍ଥିତିରେ ବିଶ୍ୱରେ ଦୁଇଟି ଯୁଦ୍ଧର ସମ୍ଭାବନା ବୃଦ୍ଧି ହୋଇଛି । ଗୋଟିଏ ପଟେ ରୁଷିଆ ୟୁକ୍ରେନ ଉପରେ ଯୁଦ୍ଧ ଜାରି ରଖିଥିବା ବେଳେ ଅନ୍ୟପଟେ ପ୍ରଶାନ୍ତ ମହାସାଗରରେ ଚାଇନା ଅଧିକ ଆକ୍ରମଣାତ୍ମକ ହୋଇ ଉଠିଛି । ଏହି ପରିସ୍ଥିତିରେ ଉଭୟ ପାଶ୍ୱର୍ ଆମେରିକା ସେନାଙ୍କୁ ଅଡୁଆରେ ପକାଇ ପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଦଳରେ ଏହି ଖେଳାଳିଙ୍କୁ ସୁଯୋଗ; ରାଜସ୍ଥାନ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଯୁବ ଓପନର!

ନୂଆଦିଲ୍ଲୀ,୧୪।୪: ଆଇପିଏଲ୍‌ ୨୦୨୬ରେ ନିଜର ବିସ୍ଫୋରକ ବ୍ୟାଟିଂ ଜରିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ୧୫ ବର୍ଷୀୟ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ ଟିମ୍‌ ମ୍ୟାନେଜମେଣ୍ଟ…

ନୂଆ ପାଞ୍ଜିରେ ବଡ ଭବିଷ୍ୟବାଣୀ, ୨୦୨୬ରେ ସବୁ ହୋଇଯିବ ଛାରଖାର୍!

ପଣା ସଂକ୍ରାନ୍ତିରୁ ପ୍ରଚଳିତ ହେଲା ନୂଆ ପଂଜିକା । ମୀନ ରାଶିରେ ଚର୍ତୁଗ୍ରହୀ ଯୋଗ ଥିବାରୁ ବର୍ଷ ଆରମ୍ଭରେ ଶୁଭ ଯୋଗ ନାହିଁ । ଅତି ବୃଷ୍ଟି,…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

ବିହାରର ସବୁଠାରୁ ପଢୁଆ ନେତା କିଏ? ଲିଷ୍ଟରେ ନୀତିଶ କୁମାରଙ୍କ ସ୍ଥାନ ଏଇଠି…

ପାଟନା,୧୪।୪: ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆସିଛି। ନୀତିଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଏବଂ ସମ୍ରାଟ ଚୌଧୁରୀଙ୍କୁ ବିଧାୟକ ଦଳର ନେତା ଭାବରେ…

ଶେନ୍‌ ଓ୍ବର୍ନଙ୍କ ମୃତ୍ୟୁକୁ ନେଇ ମୁହଁ ଖୋଲିଲେ ପୁଅ ଜ୍ୟାକ୍‌ସନ

ନୂଆଦିଲ୍ଲୀ,୧୪ା୪: ଅଷ୍ଟ୍ରେଲିଆର କିମ୍ବଦନ୍ତୀ ଲେଗ୍‌ ସ୍ପିନର ଶେନ୍‌ ଓ୍ବର୍ନଙ୍କ ହଠାତ୍‌ ପରଲୋକ ଘଟିବାର ୪ ବର୍ଷ ପରେ ତାଙ୍କ ମୃତ୍ୟୁକୁ ନେଇ ପୁଅ ଜ୍ୟାକ୍‌ସନ ଓ୍ବର୍ନ ମୁହଁ…

୪୦ମିନିଟ ଧରି କଥା ହେଲେ ମୋଦି-ଟ୍ରମ୍ପ, ଯୁଦ୍ଧକୁ ନେଇ କହିଦେଲେ ବଡ଼କଥା!

ନୂଆଦିଲ୍ଲୀ,୧୪।୪: ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହେବା ପରେ, ମଙ୍ଗଳବାର ଦିନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri