ଆମେରିକା ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା; ଡେମୋକ୍ରାଟ୍ସ ହାତେଇଲେ ବହୁମତ, ବିଶ୍ୱରେ ଚହଳ

ଓ଼୍ବାଶିଂଟନ,୪।୧୧: ଆମେରିକାରେ 2026 ମିଡଟର୍ମ ନିର୍ୱାଚନରେ ଭୋଟ ଗ୍ରହଣ ଶେଷ ହୋଇଛି ଏବଂ ଭାରତୀୟ ସମୟ ଅନୁଯାୟୀ ଆଜି ନଭେମ୍ୱର 4 ସକାଳ ସାଢ଼େ 4ଟାରୁ ଭୋଟ ଗଣତି ଆରମ୍ଭ ହୋଇଯାଇଛି। ଏଥର ରାଷ୍ଟ୍ରପତି ଟ୍ରମ୍ପଙ୍କ ସମେତ ପ୍ରାୟ 5.76 କୋଟି ଲୋକ ଆର୍ଲି ଭୋଟିଂ (ପୂର୍ୱରୁ ଭୋଟ ଦେବା) ସିଷ୍ଟମ ଜରିଆରେ ମତଦାନ ଦିନ ପୂର୍ୱରୁ ହିଁ ଭୋଟ ଦେଇସାରିଥିଲେ। ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ, ଏଥର ଆର୍ଲି ଭୋଟିଂର ପରିସଂଖ୍ୟାନ 2022 ମିଡ୍ଟର୍ମ ର୍ନିବାଚନକୁ ପଛରେ ପକାଇ ଦେଇଛି। 2022 ମସିହାରେ 4.59 କୋଟି ଲୋକ ଆର୍ଲି ଭୋଟିଂ ସିଷ୍ଟମ ଜରିଆରେ ମତଦାନ କରିଥିଲେ।

US Midterm Election Results: ଆର୍ଲି ଭୋଟିଂ ସିଷ୍ଟମ ଜରିଆରେ ଏଥର ଡେମୋକ୍ରାଟ୍ସର ସମର୍ଥକମାନେ ଅଧିକ ମତଦାନ କରିଛନ୍ତି, ଅନ୍ୟପକ୍ଷରେ ରିପବ୍ଲିକାନମାନେ ର୍ନିବାଚନ ଦିନରେ ଭୋଟ ଦେବାକୁ ପସନ୍ଦ କରନ୍ତି। ର୍ନିବାଚନ ଆୟୋଗଙ୍କ ଅନୁଯାୟୀ, ଏଥର ଦକ୍ଷିଣ କାରୋଲିନାରେ 19 ଲକ୍ଷରୁ ଅଧିକ ଲୋକ ମତଦାନ କରିଛନ୍ତି। ଗତ 30 ବର୍ଷ ମଧ୍ୟରେ କୌଣସି ଗଭର୍ନର ର୍ନିବାଚନରେ ଏହା ହେଉଛି ସର୍ୱାଧିକ ମତଦାନ। ଏହି ର୍ନିବାଚନରେ ଆମେରିକୀୟ ସଂସଦର ଉଭୟ ଗୃହ ଅର୍ଥାତ୍ ସିନେଟ ଏବଂ ହାଉସ ଅଫ ରିପ୍ରେଜେଣ୍ଟେଟିଭ୍ସର ଏମପି ତଥା ଅନେକ ରାଜ୍ୟରେ ଗଭର୍ନର ପଦବୀ ପାଇଁ ପ୍ରାର୍ଥୀମାନେ ର୍ନିବାଚିତ ହେବେ।

ଜର୍ଜିଆରୁ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ନିକେମା ୱିଲିୟମ୍ସ ର୍ନିବାଚନ ଜିତିଯାଇଛନ୍ତି ଏବଂ ସେ ପୁଣିଥରେ ହାଉସ ଅଫ ରିପ୍ରେଜେଣ୍ଟେଟିଭ ପାଇଁ ର୍ନିବାଚିତ ହୋଇଛନ୍ତି। ୱିଲିୟମ୍ସ ରିପବ୍ଲିକାନ ପାର୍ଟିର ପ୍ରାର୍ଥୀ ଜନ ସାଲଭେସନଙ୍କୁ ପରାସ୍ତ କରିଛନ୍ତି। ୱିଲିୟମ୍ସଙ୍କୁ 94% ଏବଂ ସାଲଭେସନଙ୍କୁ ପ୍ରାୟ 6% ଭୋଟ ମିଳିଛି।

ଫ୍ଲୋରିଡାରେ ରିପବ୍ଲିକାନ ପାର୍ଟିର ଆଶ୍ଲେ ମୁଡି ସିନେଟ ର୍ନିବାଚନ ଜିତିଛନ୍ତି। ସେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ ଏଞ୍ଜି ନିକ୍ସନଙ୍କୁୁ ପରାସ୍ତ କରିଛନ୍ତି। ମୁଡି ହେଉଛନ୍ତି ଫ୍ଲୋରିଡାର ପୂର୍ୱତନ ଆଟର୍ନୀ ଜେନେରାଲ ଏବଂ ତାଙ୍କୁ 2025 ମସିହାରେ ଗଭର୍ନର ରନ ଡିସେଣ୍ଟିସ ସିନେଟର୍‌ ଭାବେ ନିଯୁକ୍ତ କରିଥିଲେ। ମୁଡି ବର୍ତ୍ତମାନ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓଙ୍କ କାର୍ଯ୍ୟକାଳର ବାକି 2 ବର୍ଷ ପାଇଁ ମଧ୍ୟ ସିନେଟର୍‌ ହୋଇ ରହିବେ। ରୁବିଓ 2022 ମସିହାରେ ସିନେଟର୍‌ ନିର୍ୱାଚନ ଜିତିଥିଲେ।

ସୂଚନାଯୋଗ୍ୟ ଯେ 2026 ମିଡ୍ଟର୍ମ ର୍ନିବାଚନରେ 36ଟି ରାଜ୍ୟରେ ନୂତନ ଗଭର୍ନର ର୍ନିବାଚିତ ହେବାକୁ ଅଛି। ଗଭର୍ନର ହେଉଛନ୍ତି ରାଜ୍ୟ ସରକାରଙ୍କ ସବୁଠାରୁ ଶକ୍ତିଶାଳୀ ନେତା। ଇଲିନୋଇରେ ଡେମୋକ୍ରାଟିକ ପାର୍ଟିର ଜେ.ବି. ପ୍ରିଟ୍ଜକର ଗଭର୍ନର ର୍ନିବାଚନ ଜିତି ଯାଇଛନ୍ତି। ମାସାଚୁସେଟ୍ସରେ ଡେମୋକ୍ରାଟିକ ପାର୍ଟିର ମୌରା ହୀଲି ଗଭର୍ନର ର୍ନିବାଚନ ଜିତିଛନ୍ତି। ମେରାଇଲ୍ୟାଣ୍ଡରେ ଡେମୋକ୍ରାଟିକ ପାର୍ଟିର ଭେସ ମୁର୍‌ ପୁଣିଥରେ ଗଭର୍ନର ଭାବେ ର୍ନିବାଚିତ ହୋଇଛନ୍ତି। ପେନ୍ସିଲଭାନିଆରେ ଡେମୋକ୍ରାଟିକ ପାର୍ଟିର ଜୋଶ ଶାପିରୋ ପୁଣିଥରେ ଗଭର୍ନର ର୍ନିବାଚନ ଜିତିଛନ୍ତି।

ଆମେରିକାର 5ଟି ରାଜ୍ୟ ଡେଲାୱେୟାର, ଇଲିନୋଇ,ନ୍ୟୁ ଜର୍ସି, ରୋଡ ଆଇଲ୍ୟାଣ୍ଡ ଏବଂ ମାସାଚୁସେଟ୍ସରେ ଡେମୋକ୍ରାଟିକ ପାର୍ଟି ସିନେଟ ର୍ନିବାଚନ ଜିତିଛି। ଡେଲାୱେୟାରରେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କ୍ରିସ କୁନ୍ସ ରିପବ୍ଲିକାନ ପ୍ରାର୍ଥୀ ମାଇକେଲ କ୍ୟାଟ୍ଜଙ୍କୁ ପରାସ୍ତ କରି ସିନେଟ ର୍ନିବାଚନ ଜିତିଛନ୍ତି। ନ୍ୟୁ ଜର୍ସିରେ ଡେମୋକ୍ରାଟିକ ପାର୍ଟିର ପ୍ରାର୍ଥୀ କୋରୀ ବୁକର୍‌ ରିପବ୍ଲିକାନ ପ୍ରାର୍ଥୀ ଜଷ୍ଟିନ ମର୍ଫିଙ୍କୁ ପରାସ୍ତ କରି ସିନେଟ ର୍ନିବାଚନ ଜିତିଛନ୍ତି। ରୋଡ ଆଇଲ୍ୟାଣ୍ଡରେ ଡେମୋକ୍ରାଟିକ ପ୍ରାର୍ଥୀ ଜନ ରିଡ ସିନେଟ ର୍ନିବାଚନ ଜିତିଛନ୍ତି। ମାସାଚୁସେଟ୍ସରେ ଡେମୋକ୍ରାଟିକ ପ୍ରାର୍ଥୀ ଏଡୱାର୍ଡ ମାର୍କୀ ସିନେଟ ର୍ନିବାଚନ ଜିତିଛନ୍ତି। ଇଲିନୋଇରେ ମଧ୍ୟ ଡେମୋକ୍ରାଟିକ ପାର୍ଟି ସିନେଟ ର୍ନିବାଚନ ଜିତିଛି।

Share