ଆମେରିକା ପାଖରେ ବହୁ ରହସ୍ୟମୟ ମାନବବିହୀନ ୟୁଏଫଓ ବିମାନ: ଗୁପ୍ତଚର ଅଧିକାରୀଙ୍କ ଆଶ୍ଚର୍ଯ୍ୟଜନକ ଦାବି…

ଓ୍ବାଶିଂଟନ,୭।୬ : ଅଜ୍ଞାତ ଫ୍ଲାଇଙ୍ଗ ଅବଜେକ୍ଟସ ଅର୍ଥାତ ୟୁଏଫଓ ସବୁବେଳେ ବିଶ୍ୱ ପାଇଁ ରହସ୍ୟ ହୋଇ ରହିଆସିଛି। ବର୍ତ୍ତମାନ ଜଣେ ଆମେରିକୀୟ ଅବସରପ୍ରାପ୍ତ ଇଣ୍ଟେଲିଜେନ୍ସ ଏବଂ ଏୟାରଫୋର୍ସ ଅଧିକାରୀ ଦାବି କରିଛନ୍ତି ଆମେରିକା ପାଖରେ ଏପରି ଅନେକ ମାନବ ବିହୀନ ବିମାନ ଅଛି ଯାହା ୟୁଏଫଓ ସହିତ ଜଡିତ। ତାଙ୍କ କହିବାନୁସାରେ, ଆମେରିକା ଏଭଳି ଅନେକ ବିମାନ ପାଇଛି ଏବଂ ପରେ ସେଗୁଡ଼ିକୁ ଲୁଚାଇ ରଖିଛି। ଅନେକ ଥର ଆମେରିକା ୟୁଏଫଓ ସମ୍ବନ୍ଧରେ ଏପରି ଦାବି କରିଆସୁଛି, ଯାହା ବିଷୟରେ ପ୍ରତ୍ୟେକ ଥର ବିଭିନ୍ନ ଆଶା ଆଶଙ୍କା ବଢ଼ିଛି । ପ୍ରତ୍ୟେକ ଥର ଆମେରିକୀୟ ଗଣମାଧ୍ୟମରେ ୟୁଏଫଓ ବିଷୟରେ ଏପରି ଖବର ଆସିଛି, ଯାହା ବିଷୟରେ ଆନୁଷ୍ଠାନିକ ଭାବେ କିଛି କୁହାଯାଇ ନାହିଁ ।

ଆମେରିକାର ବାୟୁସେନାରୁ ଅବସର ନେଇଥିବା ୩୬ ବର୍ଷିୟ ଡେଭିଡ ଗ୍ରୁଶ ନ୍ୟୁଜ ୱିକକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ୟୁଏଫଓ ସହ ଜଡିତ ଆମେରିକା ପକ୍ଷରୁ ଏକ ଗୁପ୍ତ କାର୍ଯ୍ୟକ୍ରମ ଜାରି ରହିଛି। ଏହି କାର୍ଯ୍ୟକ୍ରମ ଅଧୀନରେୟୁଏଫଓ ଧ୍ୱଂସାବଶେଷ ମିଳିଛି। ସେ କହିଛନ୍ତି ଆମେରିକା ପୁଣିଥରେ ଏହି ବୈଷୟିକ ଯାନ ପାଇବାକୁ ଚେଷ୍ଟା କରୁଛି ଯାହାକୁ ମହାକାଶଯାନ ମଧ୍ୟ କୁହାଯାଇପାରେ। ସେ କହିଛନ୍ତି ଏହି ମାନବ ବିହୀନ ଯାନଗୁଡ଼ିକ ଅବତରଣ କରିଛି କିମ୍ବା ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନ ପାଇଲଟମାନେ ମଧ୍ୟ ଏହାର ଧ୍ୱଂସାବଶେଷ ଦେଖିବାକୁ ପାଇଛନ୍ତି।

ଏହା କଳ୍ପନାଜଳ୍ପିତ ମନେହୁଏ କିନ୍ତୁ ଏହା ସତ୍ୟ ବୋଲି ସେ ଦାବି କରିଛନ୍ତି। ଗ୍ରୁଶ ଟାସ୍କଫୋର୍ସର ଏକ ଅଂଶ ଥିଲେ ଯାହା ୟୁଏଫଓ ସହିତ ଜଡ଼ିତ ଥିଲା। ସେ ଆଫଗାନିସ୍ତାନ ଯୁଦ୍ଧରେ ମଧ୍ୟ ଭାଗ ନେଇଛନ୍ତି। ଚଳିତ ବର୍ଷ ଜାନୁଆରୀରେ ଜାତୀୟ ଗୁପ୍ତଚର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟର ଏକ ରିପୋର୍ଟରେ କୁହାଯାଇଥିଲା ୨୦୨୨ ମସିହାରେ ୫୧୦ ୟୁଏଫଓ ଦେଖାଯାଇଥିଲା। ୨୦୨୧ ବର୍ଷ ତୁଳନାରେ ଏହି ସଂଖ୍ୟା ୩୬୬ପଏଣ୍ଟ ଅଧିକ ଥିଲା। ଏଥିମଧ୍ୟରୁ କେବଳ ୧୭୧ ଅସାଧାରଣ ବିମାନ ବୈଶିଷ୍ଟ୍ୟ କିମ୍ବା କାର୍ଯ୍ୟଦକ୍ଷତା କ୍ଷମତା ପ୍ରଦର୍ଶନ କରୁଥିବା ଜଣା ପଡିଛି ବୋଲି ରିପୋର୍ଟରେ କୁହାଯାଇଥିଲା। ବାକିଗୁଡ଼ିକ ବେଲୁନ ପରି ୟୁନିଟ ଥିଲା, ଯାହା ବିଷୟରେ ଅଧ୍ୟୟନ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟିଶ ରାଜ ପରିବାରକୁ ଲଜ୍ଜା, ପୂର୍ବତନ ରାଜକୁମାର ଗିରଫ

ନୂଆଦିଲ୍ଲୀ,୧୯ା୨: ବ୍ରିଟେନର ରାଜା ଚାର୍ଲସଙ୍କ ସାନ ଭାଇ ତଥା ପୂର୍ବତନ ରାଜକୁମାର ଆଣ୍ଡ୍ର୍ୟୁ ମାଉଣ୍ଟବ୍ୟାଟେନ-ୱିଣ୍ଡସର ଗୁରୁବାର ଗିରଫ ହୋଇଛନ୍ତି। ସରକାରୀ ପଦବୀରେ ଥାଇ ଅସଦାଚରଣ ବା କ୍ଷମତାର…

ନିଜ ପୁଅକୁ ତାରିକ ରହମାନଙ୍କ ପାଖକୁ ପଠାଇ ଦେଲେ ଏହି ଦେଶର ରାଷ୍ଟ୍ରପତି, କାହିଁକି ବଢିଲା ଭାରତର ଟେନସନ? ଜାଣନ୍ତୁ…

ଢାକା,୧୯।୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର ଅଧ୍ୟକ୍ଷ ତାରିକ ରହମାନ ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ପରେ ତୁର୍କୀ ରାଷ୍ଟ୍ରପତି ରେସେପ ତାୟିପ…

ପ୍ରଧାନମନ୍ତ୍ରୀ ମୋଦିଙ୍କ ସାମ୍ନାରେ AI ମହାରଥିଙ୍କ ମଧ୍ୟରେ କୋଲ୍ଡ ଓ୍ବାର…, କମ୍ପିଟିଟର୍ସ ପରସ୍ପରକୁ ଦେଖି…

ନୂଆଦିଲ୍ଲୀ,୧୯।୨: ଗୁରୁବାର (୧୯ ଫେବୃଆରୀ, ୨୦୨୬) ଇଣ୍ଡିଆ AI ଇମ୍ପାକ୍ଟ ସମିଟ ୨୦୨୬ରେ ଏକ ଘଟଣା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯେତେବେଳେ ଭାରତ ଏବଂ ବିଦେଶର…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ରାଜନୀତିରେ ଏଣ୍ଟ୍ରି କରିବେ ରୀନା ପାସଓ୍ବାନ? ପ୍ରସ୍ତୁତ ହେଲେଣି ଚିରାଗ, ଭାଜପାର ମୋହରକୁ ଅପେକ୍ଷା!

ନୂଆଦିଲ୍ଲୀ,୧୯।୨: ବିହାରର ପାଞ୍ଚଟି ରାଜ୍ୟ ସଭା ଆସନ ଖାଲି ହେବାକୁ ଯାଉଛି। ୨୦୨୬ ମାର୍ଚ୍ଚ ୧୬ରେ ଭୋଟ ହେବ। ବିଜ୍ଞପ୍ତି ପ୍ରକାଶ ପାଇବା ସହିତ ବିହାରରେ ରାଜନୈତିକ…

ନୂଆ ଜିଲା ଗଠନ ପାଇଁ ସରକାର ପ୍ରସ୍ତୁତ: ବିଧାନସଭାରେ ରାଜସ୍ୱ ମନ୍ତ୍ରୀଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୧୯ା୨: ଓଡ଼ିଶାରେ ନୂତନ ଜିଲା ଗଠନ ନେଇ ଚାଲିଥିବା ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ୨୦୨୬-୨୭ ଆର୍ଥିକ ବର୍ଷରେ ରାଜ୍ୟରେ ନୂଆ ଜିଲା ଗଠନ…

ରାହୁଲ ଗାନ୍ଧୀଙ୍କ ସମେତ ୨୫ କଂଗ୍ରେସ ଏମ୍‌ପିଙ୍କୁ ଗୁଳି କରିବାକୁ ଧମକ

ନୂଆଦିଲ୍ଲୀ,୧୯।୨: ରାଜସ୍ଥାନ ପୋଲିସ କୋଟାର ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ଯିଏ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ୨୫ ଜଣ କଂଗ୍ରେସ ଏମପିଙ୍କୁ ଗୁଳି କରିବାକୁ…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri