Posted inଜାତୀୟ

୭୦୦ଭାରତୀୟ ଛାତ୍ରୀଛାତ୍ର କାନାଡାରୁ ହେବେ ବିତାଡିତ,ନକଲି ଅଫର ଲେଟର ମାଧ୍ୟମରେ ଆଡମିଶନ ଅଭିଯୋଗ, କେନ୍ଦ୍ରର ସହାୟତା ଲୋଡିଲା ପଞ୍ଜାବ…

ନୂଆଦିଲ୍ଲୀ,୭।୬ : କାନାଡାରେ ପଢୁଥିବା ପ୍ରାୟ ୭୦୦ ଭାରତୀୟ ଛାତ୍ରୀଛାତ୍ର ଦେଶକୁ ପ୍ରତ୍ୟାବର୍ତ୍ତନ ହେବାର ଆଶଙ୍କା ଦେଖାଦେଇଛନ୍ତି। କାରଣ ସେଠାରେ ଥିବା ସରକାର ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ପ୍ରସ୍ତୁତ ହେଉଛନ୍ତି। ବାସ୍ତବରେ ଏହି ସମସ୍ତ ଛାତ୍ରୀଛାତ୍ରଙ୍କୁ ନକଲି ଅଫର ଲେଟର ମାଧ୍ୟମରେ ଆଡମିଶନ ଦିଆଯାଇଥିବା ଅଭିଯୋଗ ହୋଇଛି।

ଭାରତୀୟ ଛାତ୍ରୀଛାତ୍ରମାନେ କାନାଡା ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ଧାରଣାରେ ବସିଛନ୍ତି। ଏହି ଧାରଣା କାନାଡା ସୀମା ସେବା ଏଜେନ୍ସିର ମୁଖ୍ୟାଳୟ ସମ୍ମୁଖରେ ଦିଆଯାଉଛି। ଏଥି ସହିତ, ଭାରତୀୟ ଛାତ୍ରୀଛାତ୍ରମାନେ କହିଛନ୍ତି ସେମାନେ କିଛି ଭୁଲ କରି ନାହାଁନ୍ତି। ସେମାନେ ଜାଲିଆତିର ଶିକାର ହୋଇଛନ୍ତି। ଏପରି ଜଣେ ପଞ୍ଜାବ ଛାତ୍ର ଲଭପ୍ରୀତ ସିଂ କାନାଡାର ଏକ କଲେଜରେ ଆଡମିଶନ ଗ୍ରହଣ କରିଥିବା ବେଳେ ଜୁନ ୧୩ ରେ ତାଙ୍କୁ ଦେଶରୁ ବିତାଡିତ କରାଯିବ।

ଅନ୍ୟପକ୍ଷରେ ପଞ୍ଜାବ ଏନଆରଆଇ ବ୍ୟାପାର ମନ୍ତ୍ରୀ କୁଲଦୀପ ସିଂ ଧଲିୱାଲ କେନ୍ଦ୍ର ସରକାରଙ୍କ ସହାୟତା ଲୋଡିଛନ୍ତି। ସେ ପଞ୍ଜାବର ୭୦୦ ଭାରତୀୟ ଛାତ୍ରୀଛାତ୍ରଙ୍କ ସମସ୍ୟାର ସମାଧାନ ପାଇଁ ଦାବି କରିଛନ୍ତି। ସମସ୍ତେ କାନାଡାରେ ଇମିଗ୍ରେତଶନ ଠକେଇରେ ଧରାପଡିଛନ୍ତି ଏବଂ ଦେଶାନ୍ତର ମାମଲାର ସମ୍ମୁଖୀନ ହେଉଛନ୍ତି। ଛାତ୍ରୀଛାତ୍ରମାନଙ୍କୁ ଦେଶରୁ ବିତାଡିତ କରାଯିବା ଉଚିତ ନୁହେଁ ଏବଂ ସେମାନଙ୍କ ଭିସାକୁ ଦୃଷ୍ଟିରେ ରଖି କାର୍ଯ୍ୟ ଅନୁମତି ଦିଆଯାଉ ନାହିଁ ବୋଲି ଧଲିୱାଲ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ଚିଠି ଲେଖିଛନ୍ତି।

ଏଥିସହ ସେ ସ୍ବରାଷ୍ଠ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଅନୁରୋଧ କରିଛନ୍ତି ଛାତ୍ରୀଛାତ୍ରଙ୍କୁ ପ୍ରତାରଣା କରୁଥିବା ଟ୍ରାଭେଲ ଏଜେଣ୍ଟମାନଙ୍କୁ ଦଣ୍ଡ ଦେବା ପାଇଁ କେନ୍ଦ୍ର ପଞ୍ଜାବ ସରକାରଙ୍କ ସହ ସହଯୋଗ କରିବା ଉଚିତ। ଧାଲିୱାଲ କହିଛନ୍ତି ଏଭଳି ଆଇନ କଡାକଡି ହେବା ଉଚିତ ଯାହା ଦ୍ୱାରା ମାନବ ଚାଲାଣ ଭଳି ଭବିଷ୍ୟତରେ କୌଣସି ଅସୁବିଧା ଯେପରି ସୃଷ୍ଟି ନ ହେବ।

ବିଦେଶ ଯିବା ପୂର୍ବରୁ କିମ୍ବା ସେମାନଙ୍କ ପିଲାମାନଙ୍କୁ ଅଧ୍ୟୟନ ପାଇଁ ପଠାଇବା ପୂର୍ବରୁ କଲେଜର ସବିଶେଷ ତଥ୍ୟ ଏବଂ ଟ୍ରାଭେଲ ଏଜେଣ୍ଟଙ୍କ ରେକର୍ଡ ଯାଞ୍ଚ କରିବା ପାଇଁ ପଞ୍ଜାବର ଲୋକମାନଙ୍କୁ ସେ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପୁଣି ହେଲା ବିଶ୍ୱର ନମ୍ବର-୧ ଟିମ୍‌: ଇଂଲଣ୍ଡକୁ ହଟାଇ…

ନୂଆଦିଲ୍ଲୀ,୨୨।୯: ଶ୍ରେୟସ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଦଳ ପୁଣିଥରେ ICC T20 ମାନ୍ୟତାରେ ପ୍ରଥମ ସ୍ଥାନ ହାସଲ କରିଛି। ନିକଟରେ ଇଂଲଣ୍ଡ ଏହି ସ୍ଥାନ ଅକ୍ତିଆର…

ବାତ୍ୟା ଆଶଙ୍କାରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ: ୨୪ ତାରିଖ ପରୀକ୍ଷା ସ୍ଥଗିତ

ଭଞ୍ଜନଗର,୨୨।୯ (ବାବୁଲା ପ୍ରଧାନ): ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାକୁ ନେଇ ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ଆରମ୍ଭ ହୋଇଛି। ଉପଜିଲାପାଳ ଉମାଶଙ୍କର ବେହେରା…

ବଳାତ୍କାର ମାମଲାରେ କେଉଁ ରାଜ୍ୟ ଆଗରେ? ଓଡ଼ିଶାର ସ୍ଥିତି ଜାଣି ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୨।୯: ବିହାରର ଜମୁଇ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ନାବାଳିକା…

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ…

ଏସିଆନ୍ ଗେମ୍ସରେ ଇତିହାସ ରଚିଲା ମହିଳା କ୍ରିକେଟ୍ ଟିମ୍‌, ଶ୍ରୀଲଙ୍କାକୁ ହରାଇ ଜିତିଲା ସ୍ୱର୍ଣ୍ଣ

ନୂଆଦିଲ୍ଲୀ,୨୨।୯: ଏସିଆନ୍ ଗେମ୍ସ ୨୦୨୬ରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଛି ମହିଳା କ୍ରିକେଟ୍ ଟିମ୍ । ଫାଇନାଲ୍‌ରେ ଶ୍ରୀଲଙ୍କାକୁ ୧୪୭ ରନ୍‌ର ବଡ଼ ବ୍ୟବଧାନରେ ହରାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?