ଆମେରିକା ରାଜଦୁତଙ୍କ ନିଶକୁ ନେଇ ଦକ୍ଷିଣ କୋରିଆରେ ହଙ୍ଗାମା

ସିଓଲ,୨୮।୭: ଆମେରିକା ରାଜଦୂତଙ୍କ ନିଶକୁ ନେଇ ଦକ୍ଷିଣ କୋରିଆରେ ବିବାଦ ସୃଷ୍ଟି ହୋଇଛି। ରାଜଦୂତ ହ୍ୟାରି ହାରିସ କ୍ଲିନ୍‌ ସେଭ ହେବା ପରେ ବିବାଦର ସମାପ୍ତ ହେବ ବୋଲି ଆଶା କରାଯାଉଛି। ଦକ୍ଷିଣ କୋରିଆ ସହ ଆମେରିକାର ସାମରିକ ସମ୍ପର୍କ ରହିଛି। ଦକ୍ଷିଣ କୋରିଆରେ ୨୮,୫୦୦ ଆମେରିକୀୟ ସୈନ୍ୟ ଅଛନ୍ତି। କିନ୍ତୁ ଦୁଇ ବର୍ଷ ହେବ ଦୁଇ ଦେଶ ମଧ୍ୟରେ ମତଭେଦ ଦେଖାଦେଇଛି। ଏହି ବିବାଦର କାରଣ ହେଉଛି ଉତ୍ତର କୋରିଆ ଏବଂ ସୁରକ୍ଷା ଖର୍ଚ୍ଚ ଭାଗ ପ୍ରସଙ୍ଗରେ ରହିଛି। ଏହି ପରିସ୍ଥିତିରେ ହ୍ୟାରି ଦକ୍ଷିଣ କୋରିଆରେ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ସେ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ଏପରିକି ତାଙ୍କ ନିଶ ମଧ୍ୟ ବିତର୍କର କେନ୍ଦ୍ରରେ ଥିଲା। ସପ୍ତାହ ଶେଷରେ, ହ୍ୟାରି ସୋସିଆଲ ମିଡିଆରେ ଏକ ଭିଡିଓ ଅପଲୋଡ କରିଥିଲେ। ଭିଡିଓରେ ତାଙ୍କୁ ଏକ ପାରମ୍ପରିକ କୋରିଆ ସେଲୁନରେ କ୍ଲିନ୍‌ ସେଭ୍‌ କରୁଥିବା ଦେଖିବାକୁ ମିଳିଥିଲା। ଅନେକ କୋରିଆବାସୀଙ୍କ ପାଇଁ ହ୍ୟାରିସଙ୍କ ନିଶ ଦକ୍ଷିଣ କୋରିଆ ଉପରେ ଜାପାନର ଔପନିବେଶିକ ଯୁଗକୁ ମନେ ପକାଉଥିଲା। ହ୍ୟାରିସଙ୍କ ପରିବାର ପୃଷ୍ଠଭୂମି ହେତୁ ଏପରି ହୋଇଥିଲା। ହ୍ୟାରିଙ୍କ ମାତା ଜାପାନର ଏବଂ ପିତା ଆମେରିକୀୟ ସନ୍ତାନ। ତାଙ୍କ ପିତା ଆମେରିକାର ନୌସେନାରେ ଜଣେ ଅଧିକାରୀ ଥିଲେ।

ସୂଚନାଯୋଗ୍ୟ, ୧୯୧୦ରୁ ୧୯୪୫ ପର୍ଯ୍ୟନ୍ତ ଜାପାନ କୋରିଆ ଉପଦ୍ୱୀପରେ ଶାସନ କରୁଥିଲା। ତେଣୁ ଦକ୍ଷିଣ କୋରିଆରେ ଏବେ ବି ଜାପାନ ଉପରେ ଅସନ୍ତୋଷର ଭାବନା ରହିଛି। ଜୁଲାଇ ୨୦୧୮ଠାରୁ ହ୍ୟାରିସ ସିଓଲରେ ନିଯୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟାରେ ଭାସିଗଲା କୋଟି କୋଟି ଟଙ୍କା ଗଚ୍ଛିତ ଥିବା ବ୍ୟାଙ୍କ, ୩୫ କର୍ମଚାରୀ ନିଖୋଜ, ଏବେ ବଢୁଛି ଲୁଟ୍‌ ମାମଲା

କାଠମାଣ୍ଡୁ,୩୧।୮: ପାର୍ବତ୍ୟ ଦେଶ ନେପାଳରେ, ପ୍ରକୃତିର ଭୟଙ୍କର ଶକ୍ତି କେବଳ ଦୈନନ୍ଦିନ ଜୀବନକୁ ନୁହେଁ ବରଂ ସମଗ୍ର ଅର୍ଥନୈତିକ ବ୍ୟବସ୍ଥାକୁ ଦୋହଲାଇ ଦେଇଛି। ଭୋଟେ କୋଶି ନଦୀରେ…

Video: ନେପାଳ ବନ୍ୟା ପରେ ମିଳିଲା କୋଟି କୋଟି ଟଙ୍କାର ସୁନା; ୮ ଘଣ୍ଟାର ଅପରେଶନରେ ବିପୁଳ ସମ୍ପତ୍ତି ଉଦ୍ଧାର

କାଠମାଣ୍ଡୁ,୩୧।୮: ଭୋଟେ କୋଶି ନଦୀରେ ଭୟଙ୍କର ବନ୍ୟା ନେପାଳରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ବନ୍ୟାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା 903 ରେ ପହଞ୍ଚିଛି। ନୁୱାକୋଟ ଜିଲାର ତ୍ରିଶୁଳି…

ନେପାଳ ବନ୍ୟା ପରେ କନ୍ଦାଉଛି ଜମି ଯାଇଥିବା ପାଣି କାଦୁଅ, ISRO ଫଟୋ ଦେଲା ବଡ଼ ତଥ୍ୟ, ଭାରତ ଉପରେ ରହିଛି ବିପଦ!

କାଠମାଣ୍ଡୁ,୩୧।୮: ନେପାଳରେ ହୋଇଥିବା ବିନାଶକାରୀ ବନ୍ୟା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ଚିତ୍ର ପ୍ରକାଶ ପାଇଛି। ପ୍ରଥମେ ପ୍ରବଳ ବର୍ଷା ଏବଂ ହିମସ୍ଖଳନକୁ ପ୍ରାଥମିକ କାରଣ ଭାବରେ ବିବେଚନା…

ନେପାଳ ବନ୍ୟା: ୯୦୦ ଟପିଲା ମୃତ୍ୟୁ ସଂଖ୍ୟା, ୩ହଜାରରୁ ଅଧିକ ନିଖୋଜ

କାଠମାଣ୍ଡୁ,୩୧।୮: ନେପାଳରେ ଭୟଙ୍କର ବନ୍ୟାରେ ମୃତ୍ୟୁ ସଂଖ୍ୟା ପ୍ରାୟ ୯୦୦ ରେ ପହଞ୍ଚିଛି। ଏହି ସମୟରେ, ଭୋଟେ କୋଶି ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁ ନୂତନ…

ଗ୍ଲୋବାଲ ୱାର୍ମିଂ ଭାଙ୍ଗୁଛି ୨ ମହାସାଗରର ଜଳବାୟୁ ସମ୍ପର୍କ

ୱାଶିଂଟନ/ଲଣ୍ଡନ, ୩୧ା୮ ଗ୍ଲୋବାଲ ୱାର୍ମିଂ (ବିଶ୍ୱତାପନ ବୃଦ୍ଧି) ଏବଂ ମାନବକୃତ କାରଣ ଯୋଗୁ ପ୍ରଶାନ୍ତ ମହାସାଗର ଏବଂ ଭାରତ ମହାସାଗର ମଧ୍ୟରେ ଶତାବ୍ଦୀ ଶତାବ୍ଦୀ ଧରି ରହିଆସିଥିବା…

ବିପର୍ଯ୍ୟୟ ପରେ ଚାଇନା ଉପରେ ନେପାଳର ବଡ଼ ଅଭିଯୋଗ

କାଠମାଣ୍ଡୁ,୩୧।୮: ନେପାଳରେ ହଠାତ ବନ୍ୟାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, ଏବେ ବି 3,000 ରୁ ଅଧିକ ଲୋକ ନିଖୋଜ ଅଛନ୍ତି। ବନ୍ୟା ସମ୍ପର୍କିତ ତଥ୍ୟ…

ଇରାନ ଉପରେ ଆକ୍ରମଣ କଲା ଆମେରିକା, ହେଲେ ଛାଡିଲାନି ତେହରାନ

ତେହରାନ,୩୧।୮: ଆମେରିକା ଏବଂ ଇରାନ ମଧ୍ୟରେ ପୁଣି ଥରେ ଯୁଦ୍ଧର ନିଆଁ ଜଳି ଉଠିଛି। ରବିବାର (ଅଗଷ୍ଟ ୩୦) ରେ, ଆମେରିକୀୟ ସେନା ଇରାନର ଲାରାକ ଦ୍ୱୀପରେ…

ପୋତାଗଲା ଚିହ୍ନଟ ହୋଇ ନ ଥିବା ମୃତଦେହ

କାଠମାଣ୍ଡୁ,୩୧ା୮: ନେପାଳ ବନ୍ୟାଜନିତ ମୃତ୍ୟୁସଂଖ୍ୟା ରବିବାର ସନ୍ଧ୍ୟା ସୁଦ୍ଧା ୭୯୪ରେ ପହଞ୍ଚତ୍ଛି। ମୃତଦେହ ରଖିବା ପାଇଁ ହସ୍ପିଟାଲଗୁଡ଼ିକରେ ସ୍ଥାନାଭାବ ଦେଖାଦେଇଛି। ସେପଟେ ମୃତଦେହଗୁଡ଼ିକ ଚିହ୍ନଟ ହୋଇ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri