ଆମେରିକାରେ ଭିନ୍ନ ବିବାହ: ଦମ୍ପତି ପରସ୍ପରକୁ ଡିଜିଟାଲରେ ପିନ୍ଧାଇଲେ ରିଙ୍ଗ୍‌

ଆମେରିକାର କାଲିଫର୍ନିଆ ରାଜ୍ୟରେ ଏକ ଭିନ୍ନ ବିବାହ ଦେଖିବାକୁ ମିଳିଛି। ଏଠାରେ ଏକ ଦମ୍ପତି ରେବେକୋ ରୋଜ ଏବଂ ପିଟର କାଚେରଗିନସ୍କି ଆମେରିକାର କ୍ରିପ୍ଟୋ କରେନ୍ସି ଏକ୍ସଚେଞ୍ଜ ପ୍ଲାଟଫର୍ମରେ କାମ କରନ୍ତି। ଉଭୟ ଗତ ୧୪ ତାରିଖରେ ପରସ୍ପରଙ୍କୁ ଡିଜିଟାଲ ରିଙ୍ଗ୍‌ ପିନ୍ଧାଇଛନ୍ତି, ଯାହାକି ଏନ୍‌ଏଫ୍‌ଟି (ନନ୍‌ ଫଙ୍ଗେବୁଲ ଟୋକନ) ରୂପେ ଥିଲା।
ରେବୋକୋ ଟୁଇଟରରେ ଜଣାଇଛନ୍ତି ଯେ, ଏହି ମୁଦି ଏକ ବ୍ଲାକଚେନ୍‌ ଭାବେ ରହିଛି, ଯାହାଫଳରେ ଦୁନିଆରେ କେହି ବି ବ୍ୟକ୍ତି ସେମାନଙ୍କ ଭଲପାଇବାକୁ ଜାଣିପାରିବ। ଏହି ମୁଦି ବର୍ତ୍ତମାନ ପରସ୍ପରର କ୍ରିପ୍ଟୋକରେନ୍ସି ଓ୍ବାଲେଟରେ ରହିଛି। ଏହି ବିବାହରେ କେବଳ ଉଭୟଙ୍କ ରିଙ୍ଗ ନୁହେଁ ବରଂ ଉଭୟ ଭର୍ଚୁଆଲି ଶପଥ ନେଇଛନ୍ତି। ଆହୁରି ମଧ୍ୟ ରେବୋକୋ କହିଛନ୍ତି ଯେ, ଯେହେତୁ ଉଭୟ କ୍ୱାଇନବେସ୍‌ରେ କାମ କରୁଛନ୍ତି ତେଣୁ ବିବାହ କଣ୍ଟ୍ରାକ୍ଟ ମଧ୍ୟ ଉପସ୍ଥିତ ରହିଛି।
ସମସ୍ତ ବିଷୟକୁ ବ୍ୟକ୍ତିଗତ କରିବା ପାଇଁ ଏହି ଏନ୍‌ଏଫ୍‌ଟିର ନାମ ‘ତବାତ’ ରହିଛି। ହିବ୍ରୁ ଭାଷାରେ ଏହାର ଅର୍ଥ ରିଙ୍ଗ୍‌ ଅଟେ। ଏଥିରେ ଏକ ଭିଡିଓ ମଧ୍ୟ ରହିଛି, ଯେଉଁଥିରେ ଉଭୟ ଶପଥ ନେଉଥିବା ଦେଖିବାକୁ ମିଳୁଛି। ତାଙ୍କର ଏହି ପୋଷ୍ଟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ଏହି ପୋଷ୍ଟକୁ ରିଟୁଇଟ୍‌ ମଧ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri