କୋଭିଡ ଭାକ୍ସିନର ବୁଷ୍ଟର ଡୋଜ୍‌କୁ ମିଳିଲା ଅନୁମତି: ଦୁର୍ବଳ ପ୍ରତିରୋଧକ ଶକ୍ତି ଥିବା ବ୍ୟକ୍ତିଙ୍କୁ ଦିଆଯିବ ତୃତୀୟ ଡୋଜ୍‌

ଓ୍ବାଶିଂଟନ୍‌,୧୩।୮: ଆମେରିକାରେ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍‌ର ପ୍ରୟୋଗକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ଆମେରିକାରେ ବର୍ତ୍ତମାନ କରୋନାର ହାଇ ରିସ୍କ ଥିବା ରୋଗୀଙ୍କୁ ଟିକାର ତୃତୀୟ ଡୋଜ୍‌ ଦିଆଯିବ। ମଡର୍ନା ଏବଂ ଫାଇଜର ଟିକାର ତୃତୀୟ ଡୋଜ୍‌କୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିଛି। ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍‌ ଆଡମିନିଷ୍ଟ୍ରେସନ୍‌ (ଏଫ୍‌ଡିଏ) ଶୁକ୍ରବାର ଏନେଇ ଘୋଷଣା କରିଛି। ଉଚ୍ଚ ବିପଦଜ୍ଜନକ ରୋଗୀମାନେ ଯଥା ଯେଉଁମାନେ ପୂର୍ବରୁ ଗମ୍ଭୀର ରୋଗରେ ପୀଡ଼ିତ କିମ୍ବା ଯାହାର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଛି ସେମାନଙ୍କୁ ଏହି ବୁଷ୍ଟର ଡୋଜ୍‌ରେ ସାମିଲ କରାଯିବ। ଯେପରିକି ଯେଉଁ ରୋଗୀଙ୍କର ପୂର୍ବରୁ ଟ୍ରାନ୍ସପ୍ଲାଣ୍ଟ ହୋଇଛି କିମ୍ବା କର୍କଟ ଭଳି ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ହିଁ କରୋନା ଟିକାର ତୃତୀୟ ଡୋଜ୍‌ ଦିଆଯିବ ବୋଲି ଏଫ୍‌ଡିଏ ପକ୍ଷରୁ କୁହାଯାଇଛି। ଦେଶରେ କରୋନା ମହାମାରୀର ଆଉ ଏକ ଲହର ଆତଙ୍କ ଖେଳାଇଛି। ଏହି ଲହରରେ ଲୋକଙ୍କ ରୋଗପ୍ରତିରୋଧକ ଶକ୍ତି ଅଧିକ ରହିବା ଜରୁରୀ। ନୂଆ ଭାରିଆଣ୍ଟ ସହ ସଂକ୍ରମଣ ବଢ଼ିବାର ଆଶଙ୍କା ଥିବାରୁ ଏହି ବୁଷ୍ଟର ଡୋଜକୁ ଅନୁମତି ଦିଆଯାଇଛି ବୋଲି ଏଫ୍‌ଡିଏ କମିସନର ଜାନେଟ ଉଡ୍‌କକ୍‌ କହିଛନ୍ତି। ତେବେ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବା ଲୋକଙ୍କ ପାଇଁ ଏହି ଅତିରିକ୍ତ ଡୋଜ୍‌ ଆବଶ୍ୟକ ରହିଛି। କିନ୍ତୁ ଯେଉଁମାନେ ସମ୍ପୂର୍ଣ୍ଣ ଟିକାକରଣ କରାଇସାରିଛନ୍ତି ଏବଂ ସୁରକ୍ଷିତ ଅଛନ୍ତି ସେମାନଙ୍କୁ ଏବେ କୋଭିଡ ଟିକାର ଅତିରିକ୍ତ ମାତ୍ରା ଦରକାର ନାହିଁ ବୋଲି ଏଫ୍‌ଡିଏ କମିସନର ଜାନେଟ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାଂଲାଦେଶ ନିର୍ବାଚନରେ ପୁରୁଣା ହୋଇଗଲା ‘ବ୍ୟାଟେଲ ଅଫ ବେଗମ୍ସ’, ଏବେ ରହମାନଙ୍କ ମଧ୍ୟରେ ସିଧା ଟକ୍କର

ଢାକା,୧୧।୨: ବାଂଲାଦେଶରେ ଫେବୃଆରୀ ୧୨, ୨୦୨୬ ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଏଥର, ପାରମ୍ପରିକ ‘ଦୋ ବେଗମ’ ରାଜନୀତି ପରିବର୍ତ୍ତେ, ଦୁଇ ରହମାନଙ୍କ ମଧ୍ୟରେ…

ବର ସାଜିବେ ସଚିନ ତେନ୍ଦୁଲକରଙ୍କ ପୁଅ: ଜାଣନ୍ତୁ ଅର୍ଜନୁଙ୍କ ମୋଟ ସମ୍ପତ୍ତି କେତେ

ନୂଆଦିଲ୍ଲୀ,୧୧।୨:ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ତେନ୍ଦୁଲକର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ବିବାହ କାର୍ଡ ବଣ୍ଟାଉଛି। ସଚିନ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ପ୍ରମୁଖ…

ଟ୍ରେଡ ଡିଲରେ ଆମେରିକା ଚୁପଚାପ କରିଦେଲା ଘୋଟାଲା! କ’ଣ ପରିବର୍ତ୍ତନ ହେଲା? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୧୧।୨: ଭାରତ ଏବଂ ଆମେରିକା ମଧ୍ୟରେ ସମ୍ପ୍ରତି ଘୋଷିତ ମଧ୍ୟବର୍ତ୍ତୀକାଳୀନ ବାଣିଜ୍ୟ ଚୁକ୍ତିନାମାକୁ ନେଇ ଏକ ନୂଆ ବିବାଦ ସୃଷ୍ଟି ହୋଇଛି। ହ୍ବାଇଟ ହାଉସ ଚୁପ ଚାପ…

ଟ୍ରମ୍ପଙ୍କ ସାଂସଦ ଆଣିଲେ H1B ଭିଜା ଶେଷ କରିବାର ପ୍ଲାନ, ଜାଣନ୍ତୁ ଭାରତୀୟଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

ଓ୍ବାଶିଂଟନ,୧୧।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିକଟତର ଜଣେ ସାଂସଦ ଏକ ବିଲ ଆଗତ କରିଛନ୍ତି ଯାହା ଭାରତୀୟମାନଙ୍କ ପାଇଁ ଏକ ବଡ଼ ଆଘାତ। ସୋମବାର (ଫେବୃଆରୀ…

ବଡ଼ ପରଦାରେ ଭାଇରାଲ ଗର୍ଲ ମୋନାଲିସା: ପ୍ରଶଂସାରେ ପୋତିଲେ ଦର୍ଶକ

ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍‌ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି।…

ଭାରତ ସହ ଟ୍ରେଡ୍‌ ଡିଲ୍‌ ମଧ୍ୟରେ ଆମେରିକା ନେଲା ବଡ଼ ପଦକ୍ଷେପ: ହଟିଲା…

ଓ୍ବାଶିଂଟନ୍‌,୧୧।୨: ଆମେରିକା ବାଣିଜ୍ୟ ପ୍ରତିନିଧିଙ୍କ କାର୍ଯ୍ୟାଳୟ (USTR) ଭାରତର ଏକ ମାନଚିତ୍ର ହଟାଇ ଦେଇଛି। ଏଥିରେ ପାକିସ୍ତାନ ଅଧିକୃତ କଶ୍ମୀର (PoK) ଏବଂ ଅକ୍ସାଇ ଚାଇନାକୁ ଭାରତର…

କ୍ରାଶ ହେଉଥିଲା ବିମାନ, ପତ୍ନୀଙ୍କ ପାଇଁ ଏମିତି ବାର୍ତ୍ତା ଦେଲେ ପାଇଲଟ, ଭିଡ଼ିଓ ହେଉଛି ଭାଇରାଲ

ଜର୍ଜିଆ,୧୧।୨: ଆମେରିକାର ଜର୍ଜିଆ ରାଜ୍ୟର ଏକ ବ୍ୟସ୍ତବହୁଳ ରାସ୍ତାରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ, ଏଥିରେ କୌଣସି କ୍ଷତି ହୋଇନାହିଁ। ଏହି ଘଟଣା ଘଟିଥିଲା…

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri