ଏଫ୍‌-୧୬ ଫାଇଟର ବିମାନ ପାଇଁ ପାକିସ୍ତାନକୁ ୪୫୦ ନିୟୁତ ଡଲାର ପ୍ୟାକେଜ ଘୋଷଣା କଲା ଆମେରିକା, ଭାରତର କଡ଼ା ବିରୋଧ…

ଓ୍ବାଶିଂଟନ, ୧୧।୯ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଯାହା କରି ନଥିଲେ ଏବେ ତାହା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ କଣ କରୁଛନ୍ତି। ଜୋ ବାଇଡେନ ସରକାର ବହୁ ପୂର୍ବରୁ ପାକିସ୍ତାନକୁ ଦିଆଯାଇଥିବା ଏଫ୍‌-୧୬ ଯୁଦ୍ଧ ବିମାନ ପାଇଁ ୪୫୦ ନିୟୁତ ଡଲାରର ସସଷ୍ଟେନମେଣ୍ଟ ପ୍ୟାକେଜ ଘୋଷଣା କରିଛନ୍ତି । ଏହାକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଏହି ପ୍ରସଙ୍ଗରେ ଆମେରିକାର ଦକ୍ଷିଣ ଏବଂ ମଧ୍ୟ ଏସିଆ ବ୍ୟାପାର ବିଭାଗର ଡେପୁଟି ସେକ୍ରେଟେରୀ ଡୋନାଲ୍ଡ ଲ୍ୟୁଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଆପତ୍ତି ଉଠାଇଛନ୍ତି।

ଉଲ୍ଲେଖନୀୟ କଥା ହେଉଛି, ୨୦୧୮ ରେ ଟ୍ରମ୍ପ ପ୍ରଶାସନ ପାକିସ୍ତାନକୁ ଏଭଳି ସହାୟତା ଯୋଗାଇବା ବନ୍ଦ କରିଦେଇଥିଲେ। ଏହା ସତ୍ତ୍ୱେ ବାଇଡେନ ପ୍ରଶାସନର ଏହି ନିଷ୍ପତ୍ତି ଏଭଳି ସମୟରେ ଆସିଛି ଯେତେବେଳେ ଡୋନାଲ୍ଡ ଲ୍ୟୁଙ୍କ ସମେତ ଆମେରିକାର ବରିଷ୍ଠ ଅଧିକାରୀଙ୍କ ପାଇଁ ସାମୁଦ୍ରିକ ସୁରକ୍ଷା ସଂଳାପ ପାଇଁ ଭାରତ ଟୁ-ପ୍ଲସ-ଟୁ ବୈଠକ ଆୟୋଜନ କରିଛି।

କେବଳ ଏତିକି ନୁହେଁ, ଡୋନାଲ୍ଡ ଲ୍ୟୁ କ୍ୱାଡ ସମ୍ପର୍କରେ ବରିଷ୍ଠ ଅଧିକାରୀଙ୍କ ବୈଠକକୁ ପ୍ରତିନିଧିତ୍ୱ କରିଥିଲେ। ତେବେ ଏହି ଘଟଣାକ୍ରମ ଭାରତ-ଆମେରିକା ସମ୍ପର୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଭାରତ ସରକାର ଆଶାବାଦୀ ଅଛନ୍ତି। ତଥାପି, ମୋଦି ସରକାର ଦୁଃଖିତ ଯେ ପାକିସ୍ତାନ ସମ୍ବନ୍ଧରେ ଏହି ନୀତି ପରିବର୍ତ୍ତନ ବିଷୟରେ ଆମେରିକା ପୂର୍ବରୁ ସୂଚନା ଦେଇନାହିଁ। ବିଶେଷକରି ଯେତେବେଳେ ଏହାର ପ୍ରତ୍ୟକ୍ଷ ସମ୍ପର୍କ ଭାରତର ସୁରକ୍ଷା ସହିତ ଜଡିତ ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଡୋନାଲ୍ଡ ଲ୍ୟୁଙ୍କ ସହ ଆୟୋଜିତ ବୈଠକରେ ଭାରତ ଏହି ପ୍ରସଙ୍ଗକୁ କଡାକଡି ଭାବେ ଉଠାଇଛି। ଭାରତ କହିଛି ଯେ ଭାରତର ସୁରକ୍ଷା ପ୍ରସଙ୍ଗରେ ଆମେରିକା ପାରସ୍ପରିକ ବୁଝାମଣା ସହ କାର୍ଯ୍ୟ କରିବା ଉଚିତ। ତେବେ ମୋଦି ସରକାର ଏହି ପ୍ରସଙ୍ଗରେ କୌଣସି ସାର୍ବଜନୀନ ବିବୃତ୍ତି ଦେଇନାହାଁନ୍ତି। ଭାରତର ଆପତ୍ତି ଉପରେ ଆମେରିକା ସ୍ପଷ୍ଟ କରିଛି ଯେ ପାକିସ୍ତାନକୁ ଏପ୍‌-୧୬ର ସସଷ୍ଟେନମେଣ୍ଟ ପ୍ୟାକେଜରେ ନୂତନ ସାମର୍ଥ୍ୟ, ଅସ୍ତ୍ରଶସ୍ତ୍ର ଏବଂ ଯୁଦ୍ଧ ବିମାନର ଅସ୍ତ୍ର ଅନ୍ତର୍ଭୂକ୍ତ କରାଯାଇ ନାହିଁ। ୭ ସେପ୍ଟେମ୍ବରରେ ଇଣ୍ଡୋ-ୟୁଏସ ଟୁ-ପ୍ଲସ-ଟୁ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଆମେରିକାର ଏହି ନିଷ୍ପତ୍ତି ଉପରେ ଆପତ୍ତି ଉଠିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଇସ୍ରାଏଲକୁ ‘ପଙ୍ଗୁ’ କରିଦେଲା ଇରାନ: IDF ‘ଗୁପ୍ତଚର’ଙ୍କୁ ତାଲିମ ଦେଇଥିବା କାରଖାନାକୁ ଉଡ଼ାଇ ଦେଲା

ତେହରାନ,୩।୪: ଇରାନ ପୁଣିଥରେ ଇସ୍ରାଏଲର ଏକ ଉଚ୍ଚ-ପ୍ରଯୁକ୍ତି ପ୍ରତିରକ୍ଷା କେନ୍ଦ୍ର ଉପରେ ଏକ ସଠିକ ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥର, ଟାର୍ଗେଟ ଥିଲା ପେଟାହ ଟିକଭା…

ଆମେରିକାକୁ ଇରାନର ଖୋଲା ଧମକ, କହିଲା ‘ଆମେ ଆମେରିକାକୁ ପ୍ରସ୍ତର ଯୁଗଠାରୁ ବି ପୂର୍ବ ଯୁଗକୁ ଫେରାଇ ଦେବୁ’

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ଏବେ ଆହୁରି ବିପଦପୂର୍ଣ୍ଣ ପର୍ଯ୍ୟାୟରେ ପ୍ରବେଶ କରିଛି। ଏହି ମୁକାବିଲା ଆଉ କେବଳ ଦୁଇଟି ରାଷ୍ଟ୍ର…

ରାଜ୍ୟ ସଭାର ଉପନେତା ପଦରୁ ହଟାଯିବା ପରେ କମିଯିବ କି ରାଘବ ଚଢାଙ୍କ ଦରମା? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୩।୪: ରାଜ୍ୟ ସଭାରେ ଉପନେତା ପଦରୁ ରାଘବ ଚଢାଙ୍କୁ ହଟାଇବା ପରେ ରାଜନୈତିକ ବିତର୍କ ଆରମ୍ଭ ହୋଇଛି। ଅଶୋକ ମିତ୍ତଲ ଏବେ ଏହି ଭୂମିକା ଗ୍ରହଣ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri