ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରୌତେଲା ଆଜି ୨୭ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୯୪, ଫେବୃୟାରୀ ୨୫ରେ ଉତ୍ତରାଖଣ୍ଡର କୋଟଦ୍ୱାରରେ ସେ ଜନ୍ମଗହଣ କରିଥିଲେ। ଉର୍ବଶୀ ନିଜର ବୋଲ୍ଡ ଅନ୍ଦାଜ୍ ପାଇଁ ବେଶ୍ ଜଣାଶୁଣା। ସେ ନିଜର ସୁନ୍ଦରତା ପାଇଁ ଅନେକ ପୁରସ୍କାର ଜିତିଛନ୍ତି। ସେ ମାତ୍ର ୧୭ ବର୍ଷ ବୟସରେ ମିସ୍ ୟୁନିଭର୍ସ ଇଣ୍ଡିଆ ପୁରସ୍କାର ଜିତିଥିଲେ। କେବଳ ଏତିକି ନୁହେଁ ୨୦୧୧ରେ ସେ ମିସ୍ ଟୁରିଜିମ୍ କ୍ୱିନ୍ ଅଫ୍ ଦ ଇୟର୍ ମଧ୍ୟ ହୋଇଥିଲେ। ଆକ୍ସନ-ରୋମାନ୍ସରେ ଭରପୂର ଫିଲ୍ମ ସିଂ ସାହେବ ଦ ଗ୍ରେଟ୍ ଜରିଆରେ ଉର୍ବଶୀ ନିଜ ବଲିଉଡ୍ କ୍ୟାରିୟର୍ ଆରମ୍ଭ କରିଥିଲେ। ଏହି ଫିଲ୍ମରେ ସେ ସନ୍ନି ଦେଓଲଙ୍କ ସ୍ତ୍ରୀ ଭୂମିକାରେ ନଜର ଆସିଥିଲେ। ନିକଟରେ ବିଶ୍ୱର ଟପ୍-୧୦ ସେକ୍ସି ସୁପରମଡେଲ୍ ତାଲିକାରେ ସେ ସ୍ଥାନ ପାଇଥିଲେ। ଏହି ସୂଚିରେ ସାମିଲ ହେବାରେ ସେ ଏସିଆର ମହିଳା ଥିଲେ।


