କଙ୍ଗନାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଉର୍ମିଳା

ମୁମ୍ବାଇ,୧୭ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ପଙ୍ଗା ନେବାରେ ଖୁବ୍ ମାହିର ଏହି ଅଭିନେତ୍ରୀ । ଏବେ ତାଙ୍କର ବଲିଉଡ୍ ସହ ପଙ୍ଗା ଚାଲିଛି ବୋଲି ଆଲୋଚନା ହେଉଛି । ଏହାସହ ଏବେ ଯୋଡି ହୋଇଯାଇଛନ୍ତି ବଲିଉଡ୍‌ର ଆଉ ଜଣେ ନାୟିକା ଉର୍ମିଳା ମାତୋଣ୍ଡକର । ଡ୍ରଗ୍ସ ମାମଲାକୁ ନେଇ ଏବେ ଖୋଲାଖୋଲି ଭାବେ ସାମ୍ନାକୁ ଆସିଛନ୍ତି ଉର୍ମିଳା । କିଛିଦିନ ପୂର୍ବେ କଙ୍ଗନା କହିଥିଲେ ବଲିଉଡ୍‌ରେ ୯୯ ପ୍ରତିଶତ ଲୋକ ଡ୍ରଗ୍ସ ନିଅନ୍ତି । ଏହାପରଠାରୁ କଙ୍ଗନାଙ୍କ ଏହି ବୟାନକୁ ନେଇ ଚାଲିଛି ଆଲୋଚନା । ଏବେ ଏହାକୁ ନେଇ ଉର୍ମିଳା କହିଛନ୍ତି କଙ୍ଗନା ଇଣ୍ଡଷ୍ଟ୍ରିର ଭଲ ଚିନ୍ତା କରିବା କଥା । ସେ ଯାହା କହିଛନ୍ତି ୯୯ ପ୍ରତିଶତ ଲୋକ ଡ୍ରଗ୍ସ ନିଅନ୍ତି ବୋଲି ସେ ଅତିକମ୍‌ରେ ସେହି ବଡ ବଡ ଲୋକଙ୍କ ନାଁ ଖୋଲିକରି କୁହନ୍ତୁ ଯେଉଁମାନଙ୍କର ଡ୍ରଗ୍ସ ଲିଙ୍କ ରହିଛି । ସମସ୍ତଙ୍କୁ ଏକଥା ଜାଣିବା ଉଚିତ । ଆଉ କଙ୍ଗନା ଯଦି ସେମାନଙ୍କ ନାଁ କୁହନ୍ତି ତେବେ ମୁଁ ପ୍ରଥମ ଅଭିନେତ୍ରୀ ଭାବେ ତାଙ୍କୁ ସହଯୋଗ କରିବି ବୋଲି ଉର୍ମିଳା କହିଛନ୍ତି । ପୂର୍ବରୁ ଉର୍ମିଳା କହିଥିଲେ କଙ୍ଗନା ମନେ ରଖିବା ଉଚିତ ତାଙ୍କ ହୋମ୍ ଟାଉନ ହିମାଚଳ ଡ୍ରଗ୍ସ କାରବାରର ଆଡ୍ଡା ସ୍ଥଳି । ଉର୍ମିଳା ଆହୁରି ମଧ୍ୟ କହିଛନ୍ତି କଙ୍ଗନାଙ୍କୁ ଟ୍ୟାକ୍ସ୍ସପେୟରଙ୍କ ଟଙ୍କାରୁ ୱାଇପ୍ଲସ ସୁରକ୍ଷା ଦିଆଯାଉଥିବା ବେଳେ ସେ ପୋଲିସକୁ କାହିଁଙ୍କି ଡ୍ରଗ୍ସ ଲିଙ୍କ ବିଷୟରେ ସୂଚନା ଦେଉନାହାନ୍ତି । ତେଣୁ ସେ ଏଭଳି କଥା କହି କେବଳ ମୁମ୍ବାଇ ନୁହେଁ ସେଠାକାର ବାସିନ୍ଦାଙ୍କର ଅପମାନ କରୁଛନ୍ତି ବୋଲି ଉର୍ମିଳା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜସ୍ଥାନ ପୌର ନିର୍ବାଚନ, ୧୦ରୁ ୪ରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କଲା ଭାଜପା

ଜୟପୁର,୧୪ା୯: ରାଜସ୍ଥାନ ପୌର ନିର୍ବାଚନରେ ଶାସକ ଭାଜପା ୧୦ଟି ପୌର ନିଗମ ମଧ୍ୟରୁ ୪ଟିରେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏଥିସହିତ ଶାସକ ଦଳ ୪,୧୭୯ଟି ଓ୍ବାର୍ଡ…

୨ ବାଇକ୍‌ ମୁହାଁମୁହିଁ ଧକ୍କା, ଜଣେ ମୃତ, ୪ ଗୁରୁତର

ଖଜୁରିପଡ଼ା,୧୪ା୯(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ଥାନା ଅନ୍ତର୍ଗତ ପିରିକୁଡ଼ି ପଞ୍ଚାୟତ ନିକଟସ୍ଥ ବିଲାବାଡ଼ି ବୁଲାଣିଠାରେ ସୋମବାର ସନ୍ଧ୍ୟାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ୨ଟି ବାଇକ୍‌…

ପୂଜା ମଣ୍ଡପରେ ଭୟଙ୍କର ଅଗ୍ନିକାଣ୍ଡ

ସମ୍ବଲପୁର,୧୪।୯: ସମ୍ବଲପୁର ବୁଢାରଜା ଅଞ୍ଚଳରେ ଏକ ଗଣେଶ ପୂଜା ମଣ୍ଡପରେ ସୋମବାର ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ନିଆଁ ଏତେ ଯୋର ଥିଲା ଯେ, ଅଳ୍ପ ସମୟ ମଧ୍ୟରେ…

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?