୪ ଆଧାର କାର୍ଡରେ ବସ୍ତାଏ ୟୁରିଆ

ନୟାଗଡ଼ ଅଫିସ,୨୪।୮: ନୟାଗଡ଼ ଜିଲାରେ ସରକାରୀ ଦରରେ ୟୁରିଆ ସାର ମିଳୁନି । ଜାଣି ଶୁଣି ୟୁରିଆ ସାରର କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି। ୨ରୁ ୪ଜଣ ଚାଷୀଙ୍କୁ ଗୋଟିଏ ବସ୍ତା ୟୁରିଆ ସାର ଦେଇ ସେମାନଙ୍କଠାରୁ ୨ରୁ ୪ଟି ଆଧାର କାର୍ଡ ନେଇ ଚାଲିଛି ସାର କଳାବଜାର । ଚାଷୀଙ୍କ ନା ପକାଇ ଚାଲିଛି ଭଲ ରୋଜଗାର । ପୁଣି ୟୁରିଆ ସହ ଜିଙ୍କ୍‌ ନେବାକୁ ବାଧ୍ୟ କରି ଚାଷୀଙ୍କୁ ଶୋଷଣ କରାଯାଉଛି । ଅନ୍ୟପକ୍ଷେ ଚାଷୀ ସରକାରୀ ମୂଲ୍ୟଠାରୁ ୧୦୦ ରୁ ୩୦୦ଟଙ୍କା ଅଧିକ ଦେଇ ସାର ବସ୍ତାଏ କିଣିବାକୁ ବାଧ୍ୟ ହେଉଛନ୍ତି ା ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନ ଓ ପ୍ରାଥମିକ କୃଷି ସମବାୟ ସମିତିରେ ସାରର ରେଟ୍‌ ଚାଟ୍‌ ଝୁଲୁ ନାହିଁ । ଏପରି କି ସାର କିଣିଲେ ରସିଦ୍‌ ମିଳୁନି । ଏପରି ଅବ୍ୟବସ୍ଥା ସମ୍ପର୍କରେ ଚାଷୀମାନେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରତିକାର ନାହିଁ । କୃଷି ବିଭାଗ ନିଦାବିଷ୍ଣୁ ପାଲଟିଛି । ଜିଲା ପ୍ରଶାସନ ଚେଇଁ ଶୋଇଛି । ଏନେଇ ଚାଷୀ ଅସନ୍ତୋଷ ବଢ଼ିବାରୁ ବିଭିନ୍ନ ସ୍ଥାନରେ ସାର ପାଇଁ ଆନ୍ଦୋଳନ ପାଇଁ ପ୍ରସ୍ତୁତି ଚାଲିଛି ।
ଏ ସଂକ୍ରାନ୍ତରେ ରାଇପୁରର ଚାଷୀ ରାଜେନ୍ଦ୍ର ବରାଡ କୁହନ୍ତି, ୟୁରିଆ ସାର କଳାବଜାର ଚାଲିଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି। ହେଲେ ପ୍ରତିକାର ନାହିଁ । ୪୫ କେଜି ସାର ବସ୍ତାର ସରକାରୀ ଦର ୨୬୬.୫୦ ଟଙ୍କା ରହିଛି । ହେଲେ ୟୁରିଆ ସହ ୧କେଜି ଜିଙ୍କ୍‌ ନେବାକୁ ବାଧ୍ୟ କରି ୪୭୦ ଟଙ୍କାରେ ବିକ୍ରି ହେଉଛି । ସେହିପରି ଜଣେ ଚାଷୀ ୨ରୁ ୩ ବସ୍ତା ସାର ନେଇ ପାରିବେ । କିନ୍ତୁ ଆମ ଶିମିଳିସାହି ପ୍ରାଥମିକ କୃଷି ସମବାୟ ସମିତିରେ ୩ ଜଣ ଚାଷୀଙ୍କଠାରୁ ୩ଟି ଆଧାର କାର୍ଡ ନେଇ ଗୋଟିଏ ୪୫ କେଜି ସାର ବସ୍ତା ଦେଉଛନ୍ତି । ୩ଟି ଆଧାର କାର୍ଡ ନ ଦେଲେ ସାର ଦେଉ ନାହାନ୍ତି । କାଗଜପତ୍ରରେ ସବୁ ଚାଷୀଙ୍କ ନାମରେ ସାର କିଣିବା ଦେଖାଇ କଳାବଜାର କରାଯାଉଛି । ବାଲୁଗଁାର ଚାଷୀ ରଣଜିତ୍‌ ଦଳବେହେରା କୁହନ୍ତି, ଆମ ପ୍ରାଥମିକ କୃଷିି ସମବାୟ ସମିତିରେ ସାର ଏଯାବତ ଦେଇ ନାହାନ୍ତି ।
ଆମେ ବାଧ୍ୟହୋଇ କଳାବଜାରରେ ୪ଶହରୁ ୫ଶହ ଟଙ୍କା ଅଧିକ ଦେଇ ସାର କିଣୁଛୁ । କେନ୍ଦୁପଲ୍ଲୀର କିଶୋର ବରାଡ଼ କୁହନ୍ତି, ଓଡ଼ଗଁା ବ୍ଲକର ହରିହରପୁର ପ୍ରାଥମିକ କୃଷି ସମବାୟ ସମିତିରେ ଆଧାର କାର୍ଡ ନେଇ ସାର ଦେଉଛନ୍ତି ।
ବିକଳ୍ପ ନ ଥିବାରୁ ଚାଷୀ ୟୁରିଆ ସାର ୫୦୦ ଟଙ୍କା ଅଧିକ ଦେଇ କିଣୁଛନ୍ତି ା କାଦୁଆ ଗଁାର ଭାସ୍କର ଚନ୍ଦ୍ର ଜେନା ଓ ଅସୁରଢ଼ିପାର ହରିହର ମହାପାତ୍ର କୁହନ୍ତି, ଖଣ୍ଡପଡ଼ା ବ୍ଳକ ଜଗନ୍ନାଥପ୍ରସାଦ ପ୍ରାଥମିକ କୃଷି ସମବାୟ ସମିତି ଓ ନୟାଗଡ଼ ବ୍ଳକ ଖୁଣ୍ଟୁବନ୍ଧ ଗଁାର ଅଶ୍ୱସ୍ତପଡା ପ୍ରାଥମିକ କୃଷି ସମବାୟ ସମିତିରେ ସାର ବିକ୍ରି ହେଉନି । ଚାଷୀ ସବୁବେଳେ ସମିତିକୁ ଆସି ଫେରୁଛି । ଚାଷୀର ଅସୁବିଧା କେହି ବୁଝୁ ନାହାନ୍ତି । ନୂଆଗଁାର ସପନି ପ୍ରଧାନ କୁହନ୍ତି, କେଉଁଠି ୨ଟି ଆଉ କେଉଁଠି ୪ଜଣ ଚାଷୀ ଆଧାର କାର୍ଡ ଦେଲେ ୧ବସ୍ତା ସାର ମିଳୁଛି । ଆଧାର କାର୍ଡର ଅପବ୍ୟବହାର ଭୟରେ ଚାଷୀ କଳାବଜାରରୁ ସାର କିଣୁଛି । ଅନ୍ୟପକ୍ଷେ ସରକାରୀ ସ୍ବୀକୃତିପ୍ରାପ୍ତ ବ୍ୟବସାୟୀ ନିଜର କେତେଜଣ ଆନୁଗତ୍ୟଙ୍କ ଦ୍ୱାରା ସାରକୁ ଚଢ଼ା ଦରରେ ବିକ୍ରି କରୁଛନ୍ତି । ସରକାରୀ ସ୍ବୀକୃତି ପ୍ରାପ୍ତ ଦୋକାନକୁ ବାରମ୍ବାର ଆସି ଫେରି ଯିବା ପରେ ବାହାରୁ କଳାବଜାରରେ ସାର କିଣୁଛୁ ।
ପ୍ରଶ୍ନ ଉଠୁଛି ସରକାରୀ ସ୍ବୀକୃତିପ୍ରାପ୍ତ ଦୋକାନରୁ ସାର କଳାବଜାରକୁ ଯାଉଛି କିପରି । ଅଭିଯୋଗ କଲେ ସୁଫଳ ମିଳୁନି । ମିଳିମିଶି ପର୍ସଣ୍ଟେଜ ପାଉଥିବାରୁ ସାର କଳାବଜାରକୁ ରୋକା ଯାଉନି ।
ରଣପୁରର ସୀତା ପ୍ରଧାନ କୁହନ୍ତି, ସବୁ ଲୋକଙ୍କ ପାଖରେ କୃଷି ବିଭାଗ ଅଧିକାରୀଙ୍କ ନମ୍ବର ନାହିଁ । ଏଣୁ ସାର କଳାବଜାରୀ ହେଉଥିଲେ ମଧ୍ୟ କେତେକ ସ୍ଥାନରେ ଚାଷୀ ବିଭାଗକୁ ଜଣାଇ ପାରୁ ନାହାନ୍ତି । ଏଣୁ ଚାଷୀଙ୍କ ପାଇଁ ଏକ ଟୋଲ ଫ୍ରି ନମ୍ବର କରାଯାଉ ।
ଚାଷୀ ତାର ଅଭାବ ଅସୁବିଧା ଏଥିରେ ଜଣାଇ ପାରିବ । ଦଶପଲ୍ଲାର ଚାଷୀ ଗୁମାନ ସ୍ବାଇଁ କୁହନ୍ତି, ସାର ନାହିଁ କହି ଚାଷୀକୁ ଫେରା ଯାଉଛି । ଯେଉଁ ହାତଗଣତି ଚାଷୀ ସାର ପାଇଛନ୍ତି ସେମାନଙ୍କୁ ବି ହାତଗୁଞ୍ଜା ଦେବାକୁ ପଡୁଛି । ଆମ୍ଭେ କେତେଜଣ ଚାଷୀ କଳାବଜାରରେ ସାର କିଣୁଛି । ସାରର ଅଭାବ ବିକ୍ରି ପ୍ରତିବର୍ଷ ହେଉଛି । ହେଲେ ଏହାକୁ ରୋକିବାକୁ ପଦକ୍ଷେପ ନିଆଯାଉନାହିଁ ବୋଲି ସେ କହିଛନ୍ତି ା ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?