ସହରିଆ ନଦୀ

୧୮ ବର୍ଷ ପୂର୍ବେ ମୁମ୍ବାଇରେ ଦେଖାଦେଇଥିବା ସହର ବନ୍ୟାର ଭୟାବହତା ସାରା ଦେଶରେ ଆଲୋଚନା ହୋଇଥିଲା। ୨୬ ଜୁଲାଇ ୨୦୦୫ରେ ମୁମ୍ବାଇରେ ୨୪ ଘଣ୍ଟା ମଧ୍ୟରେ ୯୪୪ ମି.ମି. ବର୍ଷା ହେବା ଯୋଗୁ ୧୪,୦୦୦ ଘର ଭାଙ୍ଗିବା ସହ ପାଖାପାଖି ୧,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା। ସେହିଭଳିି ବର୍ଷାଜନିତ ବନ୍ୟା ବେଙ୍ଗାଲୁରୁ, ଚେନ୍ନାଇ, କୋଲକାତା, ଦିଲ୍ଲୀ ଆଦି ସହରରେ ଦେଖାଯାଉଛି ଓ ଅନେକ ସମୟରେ ଏହା ଯୋଗୁ ବ୍ୟାପକ ଧନଜୀବନ କ୍ଷତି ଘଟୁଛି। ଚଳିତ ବର୍ଷ ଜୁଲାଇ ପ୍ରାରମ୍ଭରେ ଦିଲ୍ଲୀରେ ରେକର୍ଡ ପରିମାଣର ବର୍ଷା ହେବା ଯୋଗୁ ଯାନବାହନ ଚଳାଚଳଠାରୁ ଆରମ୍ଭକରି ଜନଜୀବନ ଅତ୍ୟଧିକ ପ୍ରଭାବିତ ହୋଇଥିଲା। ଏତେ ପରିମାଣର ବର୍ଷାଜଳ ନିଷ୍କାସନ କରିବା ଲାଗି ଦିଲ୍ଲୀରେ ଭିତ୍ତିଭୂମିର ଅଭାବ ରହିଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ସ୍ୱୀକାର କରିଥିଲେ। ଏହିସବୁ ସହରଗୁଡ଼ିକ ଭଳି ଆମ ରାଜ୍ୟର ଭୁବନେଶ୍ୱର, କଟକ , ପୁରୀ ଓ ଅନ୍ୟ କେତେକ ସହର ପ୍ରତିବର୍ଷ ବର୍ଷାରେ ଉବୁଟୁବୁ ହେଉଛନ୍ତି। ଗୋଟିଏ ସମୟ ଥିଲା ଭୁବନେଶ୍ୱର ବମିଖାଲ କିମ୍ବା ଇସ୍କନ୍‌ ମନ୍ଦିର ପାଖ ରାସ୍ତା ଏବଂ କଟକର ବାଦାମବାଡ଼ି ବସ୍‌ ଷ୍ଟାଣ୍ଡ ଅଞ୍ଚଳ ବର୍ଷାପାଣିରେ ବୁଡ଼ିିଯାଉଥିଲା। ଏବେ କିନ୍ତୁ ସ୍ଥିତିରେ ବିରାଟ ପରିବର୍ତ୍ତନ ହୋଇଯାଇଛି ଓ କଚଡ଼ାଏ ବର୍ଷାରେ ବନ୍ୟା ସ୍ଥତି ସାରା ସହରକୁ ଗ୍ରାସ କରୁଛି। ୨ ଦଶନ୍ଧି ପୂର୍ବର ସ୍ଥିତିକୁ ଯଦି ଲକ୍ଷ୍ୟ କରାଯାଏ ତେବେ ଏହା ନିଶ୍ଚିତ ଯେ, ବର୍ଷା ଓ ତଜ୍ଜନିତ ବନ୍ୟାର ତୀବ୍ରତା ସହରଗୁଡ଼ିକରେ ବଢ଼ିବାରେ ଲାଗିଛି। ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଜଳବାୟୁ ପରିବର୍ତ୍ତନର ପ୍ରଭାବ ଯୋଗୁ ଏଭଳି ଘଟୁଛି। ତାହା ସହ ସହରରେ ବେଆଇନ ଭାବେ ଜମି ଦଖଲକରି ଗଢ଼ି ଉଠୁଥିବା ଘର, ରାସ୍ତା ଏପରିକି ଫ୍ଲାଇଓଭର ଯୋଗୁ ବର୍ଷାପାଣି ନିଷ୍କାସନ ହୋଇପାରୁନାହିଁ।
୨୦୧୫ରେ କେନ୍ଦ୍ର ସରକାର ‘୧୦୦ ସ୍ମାର୍ଟସିଟି ମିଶନ’ ଆରମ୍ଭ କରିଥିଲେ। ଜନସଂଖ୍ୟା ବୃଦ୍ଧି ତଥା ପରିସଂସ୍ଥାକୁ ବିଚାରକୁ ନେଇ ସହରଗୁଡ଼ିକର ଭିତ୍ତିଭୂମି ବିକାଶ ଉପରେ ପ୍ରାଧାନ୍ୟ ଦିଆଯାଇଛି। ସେହି କ୍ରମରେ ଦେଶର ସ୍ମାର୍ଟସିଟି ତାଲିକାରେ ଶୀର୍ଷ ୨୫ ମଧ୍ୟରେ ଭୁବନେଶ୍ୱର ଥିଲେ ମଧ୍ୟ ତାହାର କୌଣସି ପ୍ରଭାବ ଏପର୍ଯ୍ୟନ୍ତ ଦେଖିବାକୁ ମିଳୁନାହିଁ। ଇତି ମଧ୍ୟରେ ଅନେକ ଶକ୍ତିଶାଳୀ ଏବଂ ପ୍ରଭାବଶାଳୀ ଅଫିସର ଏହି ସ୍ମାର୍ଟସିଟି କାର୍ଯ୍ୟରେ ଯୋଗଦାନକରି ବଦଳି ହୋଇଗଲେଣି। ସେମାନଙ୍କର ବ୍ୟକ୍ତିଗତ ‘ବରିଷ୍ଠ’ ପଦବୀ ଏହାଦ୍ୱାରା ବୃଦ୍ଧି ପାଇଥାଇପାରେ, କିନ୍ତୁ ସହର ବାସିନ୍ଦାଙ୍କ ଜୀବନରେ କୌଣସି ପରିବର୍ତ୍ତନ ଆସିପାରୁନାହିଁ। ସେହିଭଳି କଟକରେ ମଧ୍ୟ ଅନେକ ପ୍ରଭାବଶାଳୀ ଅଫିସର ନିଜର ବାହାଦୁରିପଣିଆ ଦେଖାଇ ଚାଲିଗଲେଣି। ତେବେ ସହଜରେ ହୋଇପାରୁଥିବା ମୌଳିକ କାର୍ଯ୍ୟ ମଧ୍ୟ କରିନାହାନ୍ତି। ସେହିମାନଙ୍କ କୁକର୍ମର ଫଳ ଆଜି ଜନସାଧାରଣ ଭୋଗିବାକୁ ବାଧ୍ୟ ହେଉଛନ୍ତି। କେବଳ ଭୁବନେଶ୍ୱର ନୁହେଁ, ସାରା ଦେଶରେ ଅନେକ ସ୍ମାର୍ଟ ସିଟିର ଅବସ୍ଥା ଏମିତିକା। ଦେଶ ବାହାରକୁ ନଜର ପକାଇଲେ ନ୍ୟୁୟର୍କ, ଲଣ୍ଡନ, ବେଜଂ ଆଦି ସହର ବର୍ଷାଜନିତ ବନ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ବର୍ଷ ଜାତିସଂଘର ଇଣ୍ଟରନ୍ୟାଶନାଲ ପ୍ୟାନେଲ ଅନ୍‌ କ୍ଲାଇମେଟ୍‌ ଚେଞ୍ଜ(ଆଇପିସିସି) ସତର୍କ କରିଦେଇଛି ଯେ, ଦୁର୍ବଳ ଯୋଜନା ଓ ଜଳବାୟୁ ସଙ୍କଟ ଯୋଗୁ ଆଗାମୀ ଦିନରେ ଭାରତର ସହରଗୁଡ଼ିକ ବର୍ଷାରେ ଡୁବିବ। ଏହି ରିପୋର୍ଟ ପରୋକ୍ଷରେ ସୂଚିତ କରୁଛି ଯେ, ଭାରତରେ ସହରଗୁଡ଼ିକରେ ଡ୍ରେନେଜ୍‌ ଭିତ୍ତିଭୂମି ଏବେ ସୁଦ୍ଧା ଦୁର୍ବଳ ରହିଛି। ଏହା କେବଳ ଓଡ଼ିଶାର ସହରରେ ନୁହେଁ, ସମଗ୍ର ଦେଶରେ ଏହିଭଳି ପରିସ୍ଥିତି ଦେଖିବାକୁ ମିଳିଛି। ଭୁବନେଶ୍ୱରର ଡ୍ରେନେଜ୍‌ରେ ଥିବା ଦୁର୍ବଳତା ବା ଅବ୍ୟବସ୍ଥା ପୂର୍ବରୁ ସ୍ପଷ୍ଟ ହୋଇସାରିଛି। ୨୦୨୧ରେ ଡ୍ରେନ୍‌ରେ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ହେବା କିମ୍ବା ହକି ବିଶ୍ୱକପ୍‌ ସମୟରେ ଦକ୍ଷିଣ କୋରିଆର ଜଣେ ଫଟୋ ସାମ୍ବାଦିକ ଡ୍ରେନ୍‌ରେ ପଡ଼ି ଆହତ ହେବା ଘଟଣା ସହରର ଭିତ୍ତିଭୂମି ବିକାଶରେ ବିଭାଗର ଅଣଦେଖା ମନୋଭାବକୁ ସ୍ପଷ୍ଟ କରୁଛି। ସହରରେ ସବୁ ସ୍ଥାନକୁ କଂକ୍ରିଟ କରାଯିବା ଦ୍ୱାରା ବର୍ଷାଜଳ ମାଟିରେ ଭେଦିପାରୁନାହିଁ। ଅନ୍ୟପକ୍ଷରେ ସହରର ପୁରୁଣା ଜଳ ନିଷ୍କାସନ ନାଳିଗୁଡ଼ିକୁ ଅଣଓସାରିଆ କରିଦିଆଗଲାଣି କିମ୍ବା ପୋତି ଦିଆଯାଇସାରିଲାଣି, ଯାହାଦ୍ୱାରା ବର୍ଷାଜଳ ନିଷ୍କାସନରେ ବାଧା ଉପୁଜୁଛି। ମନେରଖିବାକୁ ହେବ ଯେ, ଏବେ ସହରର ଜନସଂଖ୍ୟା ଯାହା ତାହା ଆଗାମୀ ଦିନରେ ବୃଦ୍ଧିପାଇବ। ଏହାସହ ଜଳବାୟୁ ପରିବର୍ତ୍ତନର ସମସ୍ୟା ବି ବଢ଼ିବ। ଏଣୁ ଏବେଠୁ ସତର୍କ ନ ହେଲେ ଭବିଷ୍ୟତରେ ସହର ବନ୍ୟାର କ୍ଷତି ଆହୁରି ବଢ଼ିଯିବ। ଏହି ସମସ୍ୟା ସମାଧାନ କରିବାକୁ ହେଲେ ପ୍ରତ୍ୟେକ ନାଗରିକ ବସବାସ କରୁଥିବା ନଗରକୁ ନିଜର ଭାବି ପ୍ରତ୍ୟେକଟି କାର୍ଯ୍ୟ କରିବା ଦରକାର। ଜମି ଜବରଦଖଲଠାରୁ ଆରମ୍ଭ କରି ଅଳିଆ ପକାଇବା ବ୍ୟବସ୍ଥାରେ ସମସ୍ତେ ସହଯୋଗ କରିବାକୁ ପଡ଼ିବ। ନଚେତ୍‌, କେବଳ ସରକାରଙ୍କୁ କିମ୍ବା ମ୍ୟୁନିସିପାଲିଟିକୁ ଦୋଷଦେଇ ବସିପଡ଼ିଲେ ହେବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri