ସହରୀ ଭାରତୀୟଙ୍କୁ ଘାରିଛି ବେକାରୀ-ଦୁର୍ନୀତି-ଦରଦାମ୍‌ ବୃଦ୍ଧି-ମୁଦ୍ରାସ୍ଫୀତି ଚିନ୍ତା: ସର୍ଭେ ରିପୋର୍ଟ…

ପ୍ୟାରିସ୍‌/ନୂଆଦିଲ୍ଲୀ,୩୦।୧୦ : ସହରରେ ବାସ କରୁଥିବା ଭାରତୀୟମାନେ ବେକାରୀ, ଦୁର୍ନୀତି, ଦରଦାମ୍‌ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଫ୍ରାନ୍ସର ପ୍ୟାରିସରେ ଥିବା ଆଇପିଏସଓଏସ(ଇସସ୍ପୋସ୍‌)ର ମୁଖ୍ୟାଳୟ ପକ୍ଷରୁ ହୋଇଥିବା ସର୍ବଶେଷ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ଦଶ ଜଣ ସହରୀ ଭାରତୀୟଙ୍କ ମଧ୍ୟରୁ ଦୁଇଜଣ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଆଇପିଏସଏସ ସର୍ଭେ ‘ହ୍ବାଟ୍‌ ଓରିଜ୍‌ ଦ ଓ୍ବାଲର୍‌ଡ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମୁଦ୍ରାସ୍ଫୀତି ନେଇ ଚିନ୍ତିତ ଥିବା ୨୯ଟି ଦେଶର ତାଲିକାରେ ସର୍ବନିମ୍ନରେ ଭାରତ ରହିଛି। ଅକ୍ଟୋବରରେ କରାଯାଇଥିବା ସର୍ଭେର ଫଳାଫଳ ଉପରେ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ବ୍ୟାପୀ ମୁଦ୍ରାସ୍ଫୀତି ନାଗରିକଙ୍କ ମଧ୍ୟରେ ଚିନ୍ତାର ଏକ ମୁଖ୍ୟ କାରଣ ପାଲଟିଛି ଏବଂ ଗତ ମାସରେ ଏହା ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ବିଶ୍ୱସ୍ତରରେ ନାଗରିକମାନେ ଦାରିଦ୍ର୍ୟ, ସାମାଜିକ ଅସମାନତା, ବେକାରୀ, ହିଂସାତ୍ମକ ଅପରାଧ ଏବଂ ଆର୍ଥିକ ତଥା ରାଜନୈତିକ ଦୁର୍ନୀତି ଭଳି ପ୍ରସଙ୍ଗକୁ ନେଇ ଚିନ୍ତିତ ଅଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ୭୬ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ ଦେଶ ସଠିକ ଦିଗରେ ଗତି କରୁଛି। ଏହି ତାଲିକାରେ ସୌଦି ଆରବଶୀର୍ଷରେ ରହିଛି। ଏଠାରେ ୯୩ ପ୍ରତିଶତ ନାଗରିକ ବିଶ୍ୱାସ କରନ୍ତି ଯେ ଦେଶ ସଠିକ ଦିଗରେ ଆଗେଇ ଚାଲିଛି। ପ୍ରକାଶ ଥାଉକି, ସର୍ଭେର ଫଳାଫଳ ଉପରେ ଇସସ୍ପୋସ୍‌ ସିଇଓ ଅମିତ ଆଦାରକର କହିଛନ୍ତି, ଭାରତ ଭଳି ବଜାରରେ କରୋନା ମହାମାରୀର ପ୍ରଭାବ ଏବଂ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ଅନୁଭୂତ ହେଉଛି। ଏହା ଚାକିରି ଉପରେ ପ୍ରଭାବ ପକାଉଛି, ଯାହାଦ୍ୱାରା ଦୁର୍ନୀତି, ଅପରାଧ ଏବଂ ସାମାଜିକ ଅସମାନତା ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଗ୍ନିବୀର ନିଯୁକ୍ତି: ଲିଖିତ ପରୀକ୍ଷା ପାଇଁ ଭାରତୀୟ ସେନା ଜାରି କଲା ସାମ୍ପଲ ପେପର, ମାଗଣାରେ ଏମିତି କରନ୍ତୁ ଡାଉନଲୋଡ୍‌

ଭାରତୀୟ ସେନାରେ ଅଗ୍ନିବୀର ହେବା ପାଇଁ ପ୍ରସ୍ତୁତ ହେଉଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ଖବର। ସେନା ପକ୍ଷରୁ ଲିଖିତ ପରୀକ୍ଷା ପାଇଁ ‘ଫ୍ରି ସାମ୍ପଲ ପେପର…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri