Advertisement

ସହରୀ ଭାରତୀୟଙ୍କୁ ଘାରିଛି ବେକାରୀ-ଦୁର୍ନୀତି-ଦରଦାମ୍‌ ବୃଦ୍ଧି-ମୁଦ୍ରାସ୍ଫୀତି ଚିନ୍ତା: ସର୍ଭେ ରିପୋର୍ଟ…

ପ୍ୟାରିସ୍‌/ନୂଆଦିଲ୍ଲୀ,୩୦।୧୦ : ସହରରେ ବାସ କରୁଥିବା ଭାରତୀୟମାନେ ବେକାରୀ, ଦୁର୍ନୀତି, ଦରଦାମ୍‌ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଫ୍ରାନ୍ସର ପ୍ୟାରିସରେ ଥିବା ଆଇପିଏସଓଏସ(ଇସସ୍ପୋସ୍‌)ର ମୁଖ୍ୟାଳୟ ପକ୍ଷରୁ ହୋଇଥିବା ସର୍ବଶେଷ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ରିପୋର୍ଟରେ କୁହାଯାଇଛି ଯେ ଦଶ ଜଣ ସହରୀ ଭାରତୀୟଙ୍କ ମଧ୍ୟରୁ ଦୁଇଜଣ ମୁଦ୍ରାସ୍ଫୀତି ପାଇଁ ଚିନ୍ତିତ। ଆଇପିଏସଏସ ସର୍ଭେ ‘ହ୍ବାଟ୍‌ ଓରିଜ୍‌ ଦ ଓ୍ବାଲର୍‌ଡ’ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ମୁଦ୍ରାସ୍ଫୀତି ନେଇ ଚିନ୍ତିତ ଥିବା ୨୯ଟି ଦେଶର ତାଲିକାରେ ସର୍ବନିମ୍ନରେ ଭାରତ ରହିଛି। ଅକ୍ଟୋବରରେ କରାଯାଇଥିବା ସର୍ଭେର ଫଳାଫଳ ଉପରେ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱ ବ୍ୟାପୀ ମୁଦ୍ରାସ୍ଫୀତି ନାଗରିକଙ୍କ ମଧ୍ୟରେ ଚିନ୍ତାର ଏକ ମୁଖ୍ୟ କାରଣ ପାଲଟିଛି ଏବଂ ଗତ ମାସରେ ଏହା ମଧ୍ୟ ଦୁଇ ପ୍ରତିଶତ ବୃଦ୍ଧି ପାଇଛି। ଏଥିସହ ବିଶ୍ୱସ୍ତରରେ ନାଗରିକମାନେ ଦାରିଦ୍ର୍ୟ, ସାମାଜିକ ଅସମାନତା, ବେକାରୀ, ହିଂସାତ୍ମକ ଅପରାଧ ଏବଂ ଆର୍ଥିକ ତଥା ରାଜନୈତିକ ଦୁର୍ନୀତି ଭଳି ପ୍ରସଙ୍ଗକୁ ନେଇ ଚିନ୍ତିତ ଅଛନ୍ତି।

ରିପୋର୍ଟରେ କୁହାଯାଇଛି ଯେ ୭୬ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି ଯେ ଦେଶ ସଠିକ ଦିଗରେ ଗତି କରୁଛି। ଏହି ତାଲିକାରେ ସୌଦି ଆରବଶୀର୍ଷରେ ରହିଛି। ଏଠାରେ ୯୩ ପ୍ରତିଶତ ନାଗରିକ ବିଶ୍ୱାସ କରନ୍ତି ଯେ ଦେଶ ସଠିକ ଦିଗରେ ଆଗେଇ ଚାଲିଛି। ପ୍ରକାଶ ଥାଉକି, ସର୍ଭେର ଫଳାଫଳ ଉପରେ ଇସସ୍ପୋସ୍‌ ସିଇଓ ଅମିତ ଆଦାରକର କହିଛନ୍ତି, ଭାରତ ଭଳି ବଜାରରେ କରୋନା ମହାମାରୀର ପ୍ରଭାବ ଏବଂ ବିଶ୍ୱର ଆର୍ଥିକ ମାନ୍ଦାବସ୍ଥାର ପ୍ରଭାବ ମଧ୍ୟ ଅନୁଭୂତ ହେଉଛି। ଏହା ଚାକିରି ଉପରେ ପ୍ରଭାବ ପକାଉଛି, ଯାହାଦ୍ୱାରା ଦୁର୍ନୀତି, ଅପରାଧ ଏବଂ ସାମାଜିକ ଅସମାନତା ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ଜୋତା କାରଖାନାରେ ନିଆଁ

ନୂଆଦିଲ୍ଲୀ,୨୪।୧୨: ରାଜଧାନୀ ଦିଲ୍ଲୀର ପିଛା ଛାଡୁନି ନିଆଁ। ମଙ୍ଗଳବାର ଏକ ଜୋତା କାରଖାନାରେ ନିଆଁ ଲାଗିଯାଇଥିବା ଜଣାପଡିଛି। ନରେଲା ଇଣ୍ଡଷ୍ଟ୍ରିରିଆଲ୍‌ ଅଞ୍ଚଳରେ ଥିବା ଏକ ଜୋତା...

‘ହିନ୍ଦୁସ୍ଥାନୀ ମୁସଲମାନ ଭାବେ ଗର୍ବିତ’

ନୂଆଦିଲ୍ଲୀ, ୧୦।୨: ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍‌ ମଙ୍ଗଳବାର ଉଚ୍ଚ ସଦନରୁ ଅବସର ଗ୍ରହଣ...

ଜମ୍ମୁ-କଶ୍ମୀର ଗସ୍ତରେ ମୋଦିଙ୍କ ୩୬ ମନ୍ତ୍ରୀ: ସପ୍ତାହରେ ବୁଲିବେ ୬୦ ଅଞ୍ଚଳ

ଶ୍ରୀନଗର,୧୮।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୩୬ ଜଣ ମନ୍ତ୍ରୀଙ୍କର ଶନିବାରଠାରୁ ଏକ ସପ୍ତାହ ବ୍ୟାପି ଜମ୍ମୁ-କଶ୍ମୀର ଗସ୍ତ ଆରମ୍ଭ ହୋଇଛି। ମନ୍ତ୍ରୀମାନେ ଜମ୍ମୁ-କଶ୍ମୀରରେ ମୋଦିଙ୍କ ବିକାଶ...

ତେଲେଙ୍ଗାନା ଗୃହମନ୍ତ୍ରୀଙ୍କୁ କରୋନା ସଂକ୍ରମଣ

ହାଇଦ୍ରାବାଦ୍‌, ୨୯।୬: ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲ୍ଲୀଙ୍କୁ କରୋନା ସଂକ୍ରମଣ ହୋଇଛି। ରବିବାର ସନ୍ଧ୍ୟାରେ ତାଙ୍କର ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍‌ ଆସିଛି।...

ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨।୬: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। କଂଗ୍ରେସ ପ୍ରବକ୍ତା ରଣଦୀପ ସୁର୍ଜଓ୍ବୋଲା ଏନେଇ ସୂଚନା ଦେଇଛନ୍ତି। ଗତ କିଛିଦିନ ମଧ୍ୟରେ...

ରେନୋ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ଘୋଷଣା

ଭୁବନେଶ୍ୱର,୨୩-୧୧: ପ୍ରମୁଖ ଯାନ ନିର୍ମାତା କମ୍ପାନୀ ରେନୋ ଇଣ୍ଡିଆ ପକ୍ଷରୁ ଶୀତକାଳୀନ ସର୍ଭିସ କ୍ୟାମ୍ପ ସମ୍ପର୍କରେ ଘୋଷଣା କରାଯାଇଛି। ଚଳିତ ମାସ ୨୫ରୁ ଡିସେମ୍ବର ୧...

ତୃତୀୟଥର ଲାଗି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କେଜରିଓ୍ବାଲ

ନୂଆଦିଲ୍ଲୀ,୧୬।୨: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ତୃତୀୟଥର ଲାଗି ରବିବାର ଶପଥ ନେଇଛନ୍ତି ଆମ ଆଦମୀ ପାର୍ଟି(ଏଏପି) ମୁଖ୍ୟ ଅରବିନ୍ଦ କେଜରିଓ୍ବାଲ। ଉପରାଜ୍ୟପାଳ ଅନିଲ ବେଜଲ ତାଙ୍କୁ...

୩ ଦିନରେ ୧୧୫୬ ଭାରତୀୟ ଏୟାର ଲିଫ୍ଟ…

ନୂଆଦିଲ୍ଲୀ,୨୮।୨ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ୫ ଦିନ ଧରି ରକ୍ତାକ୍ତ ଯୁଦ୍ଧ ଜାରି ରହିଛି। ଏପରିସ୍ଥଳେ ୟୁକ୍ରେନରେ ଥିବା ଭାରତୀୟଙ୍କୁ ଅପରେଶନ୍‌ ଗଙ୍ଗା...

Advertisement
Archives

Model This Week