ବାହାରିଲା ୟୁପିଏସ୍‌ସି ଫଳାଫଳ: ଜାଣନ୍ତୁ କ’ଣ କହୁଛନ୍ତି କୃତୀ ଛାତ୍ରୀଛାତ୍ର

ପ୍ରଥମ ପ୍ରୟାସରେ ଦ୍ୱିତୀୟ ର଼୍ୟାଙ୍କ
ମା’ବାପାଙ୍କୁ ହରାଇଥିଲେ ମଧ୍ୟ କଠିନ ପରିଶ୍ରମ ତାଙ୍କୁ ସଫଳତା ଆଣିଦେଇଛି। ନିଷ୍ଠାର ସହ କଠିନ ପରିଶ୍ରମ କଲେ ଯେ ସଫଳତା ପାଇହେବ ତାହା ସେ ପ୍ରମାଣ କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ଏମିତି ଜଣେ ସଫଳ ବ୍ୟକ୍ତି ହେଉଛନ୍ତି ୟୁପିଏସ୍‌ସି-୨୦୨୩ ପରୀକ୍ଷାରେ ଦ୍ୱିତୀୟ ର଼୍ୟାଙ୍କ ପାଇଥିବା ଅନୁଗୋଳର ଅନିମେଶ ପ୍ରଧାନ। ଦିଲ୍ଲୀରେ ଆଇଓସିଏଲରେ କାର୍ଯ୍ୟରତ ଅନିମେଶଙ୍କ ବାପା ସ୍ବର୍ଗତ ପ୍ରଭାକର ପ୍ରଧାନ ହିଙ୍ଗୁଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଥିଲେ। ୨୦୧୭ରେ ତାଙ୍କର ପରଲୋକ ଘଟିଥିଲା। ସେହିପରି ଅନିମେଶଙ୍କ ମା’ଙ୍କର ଗତ ଜାନୁଆରୀରେ ପରଲୋକ ହୋଇଯାଇଥିଲା। ଅନିମେଶ ତାଳଚେରସ୍ଥିତ ଏକ ଘରୋଇ ସ୍କୁଲରେ ଯୁକ୍ତ୨ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଯୁକ୍ତ ୨ରେ ସେ ୯୮.୪ ପ୍ରତିଶତ ନମ୍ବର ରଖିଥିଲେ। ଏହାପରେ ସେ ରାଉରକେଲାସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ(ଏନ୍‌ଆଇଟି)ରୁ କମ୍ପ୍ୟୁଟର ସାଇନ୍ସରେ ବିଟେକ ପାସ୍‌ କଲା ପରେ ଦିଲ୍ଲୀରେ ଆଇଓସିଏଲରେ ଚାକିରି କରୁଛନ୍ତି। ପ୍ରତିକୂଳ ପରିସ୍ଥିତିରେ ରହି ମଧ୍ୟ ଅନିମେଶ ପ୍ରଥମ ପ୍ରୟାସ(ଆଟେମ୍ପ୍ଟ)ରୁ ସଫଳତା ପାଇଛନ୍ତି। ରେଜଲ୍ଟ ପ୍ରକାଶ ପାଇବା ପରେ ନିଜ ସଫଳତାକୁ ନେଇ ଅନିମେଶ କହିଛନ୍ତି, ମୋ ପରିସ୍ଥିତି କଷ୍ଟକର ଥିଲା। ମୁଁ ୟୁପିଏସ୍‌ସି ପ୍ରସ୍ତୁତ ହେବା ସମୟରେ ମା’ କ୍ୟାନ୍‌ସରରେ ପୀଡ଼ିତ ଥିଲେ, ଯାହାଙ୍କର ଗତ ଜାନୁଆରୀରେ ଦେହାନ୍ତ ହୋଇଛି। ଆଉ ଏଭଳି ପରିସ୍ଥିତିରେ ଯଦି ମୁଁ ୟୁପିଏସ୍‌ସି ପାସ୍‌ କରିପାରୁଛି, ତେବେ ନିଷ୍ଠାର ସହ ପରିଶ୍ରମ କଲେ କେହି ବି ପାସ୍‌ କରିପାରିବେ। ସେ ଆହୁରି ମଧ୍ୟ କହିଛନ୍ତି, ଚାକିରି କରୁଥିବାରୁ ପାଠ ପଢ଼ିବାକୁ ମୋ ପାଖରେ ବିଶେଷ ସମୟ ନ ଥାଏ। କିନ୍ତୁ ମୁଁ ବିଭିନ୍ନ କୋଚିଂ ସେଣ୍ଟର ଯାଏ ଆଉ ସେମାନଙ୍କର ମେଣ୍ଟରଶିପ୍‌ କାର୍ଯ୍ୟକ୍ରମରେ ସାମିଲ ହୋଇ ପ୍ରାକ୍ଟିସ୍‌ କରେ। କଠିନ ପରିଶ୍ରମର ବିକଳ୍ପ ନାହିଁ। କିଛି ପାଇବାକୁ ହେଲେ କଠିନ ପରିଶ୍ରମ ହିଁ ଏକମାତ୍ର ରାସ୍ତା। ମୋ ପାଇଁ ୟୁପିଏସ୍‌ସି ପ୍ରସ୍ତୁତି କରିବା ବଡ଼ ଚ୍ୟାଲେଞ୍ଜିଂ ଥିଲା। ମା’ଙ୍କ ଶରୀର ଅସୁସ୍ଥ ଥିବାରୁ ମୋ ପାଠରେ ଧ୍ୟାନକେନ୍ଦ୍ରିତ କରିବାକୁ ପରିସ୍ଥିତି ସାଥ୍‌ ଦେଉ ନ ଥିଲା। ଏବେ ମା’ ନାହାନ୍ତି। ସେ ଥିଲେ ମୋ ସଫଳତା ଦେଖି ବହୁତ ଖୁସି ହୋଇଥାନ୍ତେ।

‘ବଡ଼ଭାଇ ମୋ ପାଇଁ ଗୁରୁ’
ମୟୂରଭଞ୍ଜ ଜିଲା ପ୍ରଶାସନରେ ସହକାରୀ ଜିଲାପାଳ(ଡେପୁଟୀ କଲେକ୍ଟର) ଭାବେ କାର୍ଯ୍ୟରତ ବିଶ୍ୱଜିତ ପଣ୍ଡା ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା( ୟୁପିଏସ୍‌ସି)ରେ ୩୪୩ ର଼୍ୟାଙ୍କ ରଖି ଜିଲା ତଥା ଅଞ୍ଚଳ ପାଇଁ ଗୌରବ ଆଣିପାରିଛନ୍ତି। ଲୋକଙ୍କ ସେବା କରି ଭବିଷ୍ୟତରେ କଲେକ୍ଟର ହେବା ନେଇ ଦେଖିଥିବା ସ୍ବପ୍ନ ତାଙ୍କର ପୂରଣ ହେବାକୁ ଯାଉଛି। ତାଙ୍କ ବଡ଼ଭାଇ ଆଶିଷ କୁମାର ପଣ୍ଡା ଭାରତୀୟ ଆୟକର ବିଭାଗର ଅଧିକାରୀ(ଆଇଆର୍‌ଏସ୍‌) ଓ ମଝିଆ ଭାଇ ଦେବାଶିଷ ପଣ୍ଡା ବିଏସ୍‌ଏଫ୍‌ରେ ଆସିଷ୍ଟାଣ୍ଟ କମାଣ୍ଡର ଭାବେ ଦେଶ ସେବାରେ ନିୟୋଜିତ ଅଛନ୍ତି ା ବିଶ୍ୱଜିତଙ୍କ ଘର ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ରାଉତରାୟପୁର ଗ୍ରାମରେ। ବାପା ବୈକୁଣ୍ଠନାଥ ପଣ୍ଡା ଶିକ୍ଷକ ଥିବା ବେଳେ ମା’ ରେବତୀ ଜଣେ ଗୃହିଣୀ। ବାପା ଶିକ୍ଷକତା କରୁଥିବା ମୟୂରଭଞ୍ଜ ଜିଲା ଶରତସ୍ଥିତ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ସ୍କୁଲରୁ ବିଶ୍ୱଜିତ୍‌ ପାଠପଢା ଆରମ୍ଭ କରିଥିଲେ। ପରେ ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷାରେ ୧୬ନଂ. ର଼୍ୟାଙ୍କରେ ରହି ଚାକିରି ଆରମ୍ଭ କରିଥିଲେ। ମୟୂରଭଞ୍ଜ ଜିଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟାରମ୍ଭ କରି ନିଜର ଲକ୍ଷ୍ୟ ପୂରଣ ଦିଗରେ ପ୍ରଚେଷ୍ଟା ଜାରି ରଖିଥିଲେ। ବଡ଼ଭାଇ ଆଶିଷ ତାଙ୍କୁ ଗାଇଡ୍‌ କରୁଥିଲେ। ସାହସ ଓ ମନୋବଳ ଦୃଢ କରିବାରେ ତାଙ୍କର ଭୂମିକା ଅନନ୍ୟ। ତେଣୁ ବଡ଼ଭାଇ ହିଁ ତାଙ୍କର ଗୁରୁ ବୋଲି ବିଶ୍ୱଜିତ କହିଛନ୍ତି।
୨୩୧ରୁ ୩୬ ର଼୍ୟାଙ୍କ
୨୦୨୧ରୁ ସିଭିଲ ସର୍ଭିସ୍‌ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ମୋର ବିଷୟ ବାଛିବା ପରେ ମୁଁ ଅନ୍‌ଲାଇନ କୋଚିଂ ନେଇଥିଲି। ଘରେ ଥିବାବେଳେ ଏହି କୋଚିଂ ନେଇଥିଲି। ବର୍ତ୍ତମାନ ମୁଁ ଚାକିରି କରୁଛି। ୟୁପିଏସ୍‌ସି ୨୦୨୨ରେ ମୁଁ ୨୩୧ ର଼୍ୟାଙ୍କ ପାଇଥିଲି। କିନ୍ତୁ ଆହୁରି ଭଲ ର଼୍ୟାଙ୍କ ପାଇବା ପାଇଁ ପୁଣି ଏଥର ଚେଷ୍ଟା କରିଥିଲି। ଏହା ମୋର ତୃତୀୟ ପ୍ରଚେଷ୍ଟା ଥିଲା। ମୁଁ ବହୁତ ଖୁସି ଯେ, ଏଥର ମୁଁ ୩୬ ର଼୍ୟାଙ୍କ ପାଇଛି। ଏଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବା ସହ ସଫଳତାର ଶ୍ରେୟ ମୋ’ ଅଭିଭାବକଙ୍କୁ ଦେବାକୁ ଚାହୁଁଛି ବୋଲି ଆୟୁଷୀ ପ୍ରଧାନ କହିଛନ୍ତି।
ସଫଳତାରେ ସାହାଯ୍ୟ କଲା ପୂର୍ବ ପ୍ରୟାସ
ର଼୍ୟାଙ୍କ ୨୪ରେ ପ୍ରଜ୍ଞାନନ୍ଦନ ଗିରି
ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟରତ ପ୍ରଜ୍ଞାନନ୍ଦନ ଗିରି ସର୍ବଭାରତୀୟ ପ୍ରଶାସନିକ ସେବା(ୟୁପିଏସ୍‌ସି)ରେ ୨୪ର଼୍ୟାଙ୍କରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୟୂରଭଞ୍ଜ ଜିଲା କରଞ୍ଜିଆ ନିବାସୀ ମୀରାବାଲା ଗିରି ଓ ବିକ୍ରମ ଗିରିଙ୍କ ପୁଅ ପ୍ରଜ୍ଞାନନ୍ଦନ ଗତ ୨୦୨୦ ଓଡ଼ିଶା ପ୍ରଶାସନିକ ସେବାରେ ଉତ୍ତୀର୍ଣ୍ଣ ହେବା ପରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ ଯୋଗଦାନ କରି ଜରୁରିକାଳୀନ ବିଭାଗରେ କାର୍ଯ୍ୟରତ ଅଛନ୍ତି। ମା, ବାପା, ଗୁରୁଜନ, ସାଙ୍ଗସାଥୀଙ୍କୁ ସେ ସଫଳତାର ଶ୍ରେୟ ଦେଇଛନ୍ତି। ନିଜ ଗ୍ରାମ କରଞ୍ଜିଆ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରୁ ପାଠପଢ଼ା ଆରମ୍ଭ କରିଥିବାବେଳେ ଭୁବନେଶ୍ୱରସ୍ଥିତ ନାଇଜର୍‌ରେ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି କରିଥିଲେ। ପୂର୍ବରୁ ପ୍ରଜ୍ଞାନନ୍ଦନ ଜଣେ ବୈଜ୍ଞାନିକ ହେବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ ଇଣ୍ଟିଗ୍ରେଟେଡ୍‌ ଏମ୍‌ଏସ୍‌ସି ପାଠ ସମାପନ ପରେ ପ୍ରଶାସନିକ ସେବା ପ୍ରତି ତାଙ୍କର ଆଗ୍ରହ ହୋଇଥିଲା ଏବଂ ଏଥିପ୍ରତି ସେ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ ବୋଲି କହିଛନ୍ତି। ଚତୁର୍ଥ ପ୍ରୟାସରେ ସେ ୟୁପିଏସସିରେ ସଫଳତା ହାସଲ କରିଛନ୍ତି। କିନ୍ତୁ ଏହି ସଫଳତାରେ ପୂର୍ବରୁ ସେ କରିଥିବା ୩ ପ୍ରୟାସ ବହୁତ ସାହାଯ୍ୟ କରିଛି ଏବଂ ସେଥିପାଇଁ ସେ ସଫଳ ହୋଇଥିବା କହିଛନ୍ତି। ୨୦୦ ର଼୍ୟାଙ୍କ ମଧ୍ୟରେ ରହିବେ ବୋଲି ଆଶା ରଖିଥିଲେ। ମାତ୍ର ୨୪ର଼୍ୟାଙ୍କରେ ରହି ନିଜେ ବହୁତ ଖୁସି ଅନୁଭବ କରୁଛନ୍ତି ବୋଲି ପ୍ରଜ୍ଞାନନ୍ଦନ କହିଛନ୍ତି।

ଭଲ ର଼୍ୟାଙ୍କ୍‌ ପାଇଁ ଆଉ ଥରେ ଚେଷ୍ଟା କରିବି
ୟୁପିଏସ୍‌ସି ପାଇଁ ପୂର୍ବରୁ କୋଚିଂ ନେଇଥିଲି। କିନ୍ତୁ କୋଭିଡ୍‌ ପରେ ନିଜେ ପ୍ରସ୍ତୁତ ହେଉଥିଲି। ପାଠ୍ୟକ୍ରମ, ପୂର୍ବବର୍ଷର ପ୍ରଶ୍ନପତ୍ର ମୋର ମୁଖ୍ୟ ମନ୍ତ୍ର ଥିଲା, ଯାହାକି ମୋତେ ସଫଳତା ଦେଇଛି। ଦିନକୁ ୬ ରୁ ୮ଘଣ୍ଟା ପଢ଼ିବାକୁ ପଡ଼ୁଥିଲା। ଭବିଷ୍ୟତରେ କିଛି କରିବାର ଅଛି ବୋଲି ମନରେ ରଖି ପ୍ରତିଦିନ ନିଜକୁ ଅନୁପ୍ରେରିତ(ମୋଟିଭେଟ) କରୁଥିଲି। ଏହା ମୋର ଚତୁର୍ଥ ପ୍ରଚେଷ୍ଟା ଥିଲା। ଗତଥର ମୋତେ ୪୦୫ ର଼୍ୟାଙ୍କ ମିଳିଥିଲା। ମୁଁ ରେଳ ବିଭାଗରେ ଯୋଗ ଦେଇଥିଲି। କିନ୍ତୁ ଆଉ ଟିକିଏ ଭଲ ର଼୍ୟାଙ୍କ ପାଇବା ଏବଂ ମୋ ସ୍ବପ୍ନ ପୂରଣ କରିବା ପାଇଁ ଏଥର ପୁଣି ମୁଁ ଆଟେମ୍ପ୍ଟ ନେଇଥିଲି। ମୋର ୩୧୯ ର଼୍ୟାଙ୍କ ଆସିଛି, ଯାହାକି ମୋର ଆଶା ଠାରୁ କମ୍‌। ତେବେ ର଼୍ୟାଙ୍କ ଯାହାବି ଆସିଛି ସେଥିରେ ମୁଁ ବହୁତ ଖୁସି ଅଛି। ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦେବି। କିନ୍ତୁ ଭଲ ର଼୍ୟାଙ୍କ ରଖିବାକୁ ଆଉଥରେ ମୁଁ ଚେଷ୍ଟା କରିବି ବୋଲି ଭୁବନେଶ୍ୱରରେ ରହୁଥିବା ରଶ୍ମି ପ୍ରଧାନ କହିଛନ୍ତି।
ଓଏଏସ୍‌ ଟପ୍ପର ସୌରଭ
ଏବେ ୟୁପିଏସ୍‌ସି କୃତୀ
ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା(ୟୁପିଏସ୍‌ସି)ରେ ମୟୂରଭଞ୍ଜ ଜିଲା ବେତନଟୀର ସୌରଭ ଦାସ ୪୬୬ ର଼୍ୟାଙ୍କ ରଖି କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କ ଘର ବେତନଟୀ ବ୍ଲକ ଅଧୀନ ଭୋଗବାଟୀର ମଠସାହିରେ। ପିତା ମୀନକେତନ ଦାସ ଓ ମାତା ସଞ୍ଜୁକ୍ତାଙ୍କ ପୁଅ ସୌରଭ ବେତନଟୀ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରୁ ପ୍ରାଥମିକ ଶିକ୍ଷା ଆରମ୍ଭ କରି ଭୁବନେଶ୍ୱରସ୍ଥିତ ଶିଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନ ଆଇଟିଇଆରରୁ ୨୦୧୩ରେ ବିଟେକ୍‌ରେ କୃତକାର୍ଯ୍ୟ ହୋଇଥିଲେ। ୨୦୧୫ରେ ଓଏଏସ୍‌ ପରୀକ୍ଷାରେ ରାଜ୍ୟରେ ଟପ୍ପର ହୋଇ ବେତନଟୀ ଅଞ୍ଚଳକୁ ଗୌରାବାନ୍ବିତ କରିଥିଲେ। ଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ନିମନ୍ତେ ସେ ଅଭିଳାଷ ରଖିଥିବା ବେଳେ ଆଇଏଏସ୍‌ ପାଇଁ କୋଚିଂ ମଧ୍ୟ ନେଉଥିଲେ। ଲକ୍ଷ୍ୟ ପୂରଣ ପାଇଁ ଓଡ଼ିଶା ପ୍ରଶାସନିକ ସେବାରେ ଚାକିରି ଆସିଥିଲେ ମଧ୍ୟ ଚାକିରି ଛାଡି ଆଇଏଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ। ସେ ଏଥିପାଇଁ ୫ଥର ପ୍ରବେଶିକା ପରୀକ୍ଷା ଦେବା ପରେ ୬ଷ୍ଠ ଥର ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସୈାରଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri